Top 10 similar words or synonyms for syndrome

disease    0.936264

bowel    0.910319

disorder    0.905529

ଜଅର    0.894477

inflammatory    0.893088

tract    0.882643

cell    0.881134

heart    0.876979

chronic    0.876570

urinary    0.872714

Top 30 analogous words or synonyms for syndrome

Article Example
କୁସିଙ୍ଗ ସିଣ୍ଡ୍ରୋମ କୁସିଙ୍ଗ ସିଣ୍ଡ୍ରୋମ ବା ହାଇପରକର୍ଟିସୋଲିଜ୍ମ ବା ଇତସେଙ୍କୋ-କୁସିଙ୍ଗ ସିଣ୍ଡ୍ରୋମ ବା ହାଇପର ଆଡ୍ରେନୋକର୍ଟିସିଜ୍ମ, (ଇଂରାଜୀରେ Cushing's syndrome, also known as hypercortisolism, Itsenko-Cushing syndrome, and hyperadrenocorticism<, କେତେକ ଲକ୍ଷଣ ଓ ଚିହ୍ନର ସମାହାରକୁ ବୁଝାଏ ଯାହା ବ‌ହୁତ ଦିନ ଧରି କର୍ଟିସୋଲ ସଂସ୍ପର୍ଶରେ ଆସିଲେ ହୁଏ । ଏହାର ଲକ୍ଷଣ: ଉଚ୍ଚ ରକ୍ତଚାପ, ସ୍ଥୁଳ ଉଦର କିନ୍ତୁ ହାତ ଗୋଡ଼ ସରୁ, ଲାଲଟଣାଦାଗ, ଗୋଲମୁହଁଓଦୁଇ କାନ୍ଧ ମଝିରେ ଚର୍ବିଗଦା, ଦୂର୍ବଳ ମାଂସପେଶୀ, ଦୂର୍ବଳ ହାଡ଼, ମୁଖବ୍ରଣ, ଭଙ୍ଗୁର ଚର୍ମ ଯାହା ସ‌ହଜରେ ଶୁଖେନାହିଁ । . ମହିଳାମାନଙ୍କର ଅଧିକ ବାଳ ଉଠିପାରେ ଓ ଅନିୟମିତ ଋତୁଚକ୍ର ହୋଇପାରେ । ବେଳେ ବେଳେ ମିଜାଜ ପରିବର୍ତ୍ତନ ହୁଏ, ମୁଣ୍ଡବଥା ଓ କ୍ରନିକ ଥକ୍କା ଲାଗେ ।
ହାଡ଼ଫୁଟି ଜ୍ଵର ଉପଶମ ନିମନ୍ତେ ପାରାସେଟାମଲ ଦିଆଯାଏ । ଆସ୍ପିରିନ ଦେଲେ ହାଡ଼ଫୁଟି ଅଧିକ ଜଟୀଳ ହୋଇ କଲିଜା ଓ ମସ୍ତିଷ୍କର ଜଟୀଳ ରୋଗ ରେୟେ ସିଣ୍ଡ୍ରୋମ (Reye syndrome) ହୁଏ । ଅଧିକ ସଂକ୍ରମଣ ସମ୍ଭାବନା ଥିଲେ ରୋଗ ନିବାରଣ ନିମନ୍ତେ ଭାରିସେଲା ଜୋସ୍ଟର ଇମ୍ମୁନ ଗ୍ଲୋବ୍ୟୁଲିନ ଇଞ୍ଜେକସନ ମାଂସପେଶୀରେ ଦିଆଯାଏ
ଅସ୍ଥି ଭଗ୍ନ ଅସ୍ଥି ଭଗ୍ନ ପରେ ବେଳେ ବେଳେ କମ୍ପାର୍ଟମେଣ୍ତ ସିନ୍ଡ୍ରୋମ(Compartment Syndrome) ଭଳି ଅତି ସାଂଘାତିକ ଜଟିଳ ସମସ୍ୟା ଦେଖାଯାଏ । ଏହାର ଚିକିତ୍ସା ତୁରନ୍ତ ନ କଲେ ଆମ୍ପୁଟେସନ ବା ଅଙ୍ଗ ଛେଦନ(Amputation) ଦରକାର ହୁଏ । ସଂଯୋଗହୀନତା(Non union) ଓ ବକ୍ର ଯୋଡେଇ(Mal union)ଭଳି ଅସୁବିଧା ମଧ୍ୟ ଦେଖାଯାଏ ।
ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ ବା (ପିସିଓଏସ) ବା ହାଇପରଆଣ୍ଡ୍ରୋଜେନିକ ଆନଓଭ୍ୟୁଲେସନ (ଏଚଏ) (ରେ Polycystic ovary syndrome (PCOS), ବା hyperandrogenic anovulation (HA), ବା ସ୍ଟେଇନ ଲେଭେନଥାଲ ସିଣ୍ଡ୍ରୋମ (Stein–Leventhal syndrome), ଏକ ଲକ୍ଷଣ ସେଟ ଯାହା ହରମୋନ ଅସମତୁଲତା ଯୋଗୁ ମହିଳାମାନଙ୍କର ହୁଏ । ଏହାର ଲକ୍ଷଣ ସମୂହ: ଆଦୌ ଋତୁଚକ୍ର ନ ହେବା ବା ଅନିୟମିତ ଋତୁଚକ୍ର ହେବା, ଅତ୍ୟଧିକ ଋତୁସ୍ରାବ, ଦେହରେ ବା ମୁହଁରେ ଅତ୍ୟଧିକ ବାଳ ବଢ଼ିବା, ପେଲଭିସରେ ଯନ୍ତ୍ରଣା, ମୁଖବ୍ରଣ, ଗର୍ଭାଧାନ ଅସୁବିଧା ଓ ଚର୍ମରେ ମୋଟା, କଳା ଭେଲଭେଟ ଭଳି ପ୍ୟାଚ ହୁଏ । ଏହା ସ‌ହ ସଂମ୍ପୃକ୍ତ ରୋଗମାନଙ୍କର ନାମ: ଟାଇପ ୨ ଡାଏବେଟିସ, ମୋଟାପଣ, ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ, ହୃଦରୋଗ, ମିଜାଜ ବିକାର ଓ ଏଣ୍ଡୋମେଟ୍ରିଆଲ କର୍କଟ ।
କ୍ଲାଇନଫେଲ୍ଟର ସିଣ୍ଡ୍ରୋମ କ୍ଲାଇନଫେଲ୍ଟର ସିଣ୍ଡ୍ରୋମ (ଇଂରାଜୀରେ Klinefelter syndrome ବା Klinefelter's syndrome (KS) () ବା 47,XXY or XXY, ଏକ ଲକ୍ଷଣ ସେଟର ନାମ ଯାହା ପୁରୁଷମାନଙ୍କର ଦୁଇଟି X କ୍ରୋମୋଜୋମଦ୍ୱାରା ସଂଘଟିତ ହୁଏ । ଏହାର ପ୍ରଧାନ ଲକ୍ଷଣ ହେଲା ପ୍ରଜନନ ଅକ୍ଷମତା । ଅଧିକାଂଶ ସମୟରେ ଆକ୍ରାନ୍ତ ଲୋକ ନିଜେ କିଛି ଅସୁବିଧା ଥିବା କଥା ଜାଣିପାରନ୍ତି ନାହିଁ । ବେଳେ ବେଳେ ଲକ୍ଷଣ ପରିଷ୍ଫୁଟ ହୁଏ ଓ ଦୁର୍ବଳ ମାଂସପେଶୀ, ଅଧିକ ଉଚ୍ଚତା, ସ୍ୱଳ୍ପ ଦେହ ରୁମ, ଛୋଟ ଯୌନାଙ୍ଗ, ସ୍ତନ ବୃଦ୍ଧି, ଯୌନ‌କ୍ରିୟା ନିମନ୍ତେ ଅରୁଚି ଓ କୋଅର୍ଡ଼ିନେସନ ଅଭାବ ଆଦି ଲକ୍ଷଣ ଦେଖାଯାଏ । ଯୌନପରିପକ୍ୱତା (puberty) ସମୟରେ ଏହି ଲକ୍ଷଣ ସମସ୍ତ ଥିବା ଲକ୍ଷ କରାଯାଏ । ସେମାନଙ୍କର ସାଧାରଣ ବୁଦ୍ଧି ଥାଏ କିନ୍ତୁ ପଢ଼ିବା ଅକ୍ଷମତା ଓ କ‌ହିବା ଅସୁବିଧା ଦେଖାଯାଏ । ତିନି ବା ତାଠାରୁ ଅଧିକ କ୍ରୋମୋଜୋମ ଥିଲେ ଲକ୍ଷଣ ଅଧିକ ଗମ୍ଭୀର ହୁଏ ।