Top 10 similar words or synonyms for rehydration

oral    0.935167

anniversary    0.899160

animated    0.895419

barr    0.890880

governorate    0.890574

ir    0.889490

uc    0.888568

coma    0.888196

boron    0.887949

cdc    0.887941

Top 30 analogous words or synonyms for rehydration

Article Example
ଓଆରଟି ଓଆରଟି ବା ଓରାଲ ରିହାଇଡ୍ରେସନ ଥେରାପି ବା ଓଆରଏସ (ଇଂରାଜୀ ଭାଷାରେ Oral rehydration therapy ବା ORT ବା oral rehydration solution ବା ORS) ଏକ ପ୍ରକାର ତରଳ ପଦାର୍ଥ ପ୍ରତିସ୍ଥାପନ () ଯାହା ନିର୍ଜଳନର () ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ବିଶେଷତଃ ତରଳ ଝାଡ଼ା ରୋଗରେ । ଏଥିରେ ପାନୀୟ ଜଳରେ କିଛି ପରିମାଣରେ ଶର୍କରା ଓ ଲୁଣ ଥାଏ । ଏହା ଏକ ନାଜୋଗ୍ୟାସ୍ଟ୍ରିକ ଟ୍ୟୁବ () ମାଧ୍ୟମରେ ଦିଆଯାଇପାରେ ।
କଲେରା ଉନ୍ନତ ପରିଚ୍ଛନ୍ନତା ଓ ବିଶୁଦ୍ଧ ଜଳ ଯୋଗାଣଦ୍ୱାରା ଏହି ରୋଗ ପ୍ରତିରୋଧ କରାଯାଇପାରିବ । କଲେରା ଟିକା ପାଟିରେ ଦିଆହୋଇଥିଲେ ପ୍ରାୟ ୬ମାସ ଧରି ସୁରକ୍ଷା ଦିଏ । ଏହାଦ୍ୱାରା ତରଳ ଝାଡ଼ା କରାଉଥିବା ଅନ୍ୟ ଏକ ଜୀବାଣୁ ଇ. କୋଲାଇଠାରୁ ମଧ୍ୟ ରକ୍ଷା ମିଳିଥାଏ । ଏହାର ପ୍ରାଥମିଲ ଚିକିତ୍ସା: ପାଟିରେ ତରଳ ପଦାର୍ଥ ସ‌ହିତ ସାମାନ୍ୟ ମିଠା ଓ ଲୁଣିଆ ଦ୍ରବଣ ଦେଇ ପୁନର୍ଜଳନ (rehydration) କରାଯାଏ । ପେଜ ଓ ତୋରାଣି ଆଦି ଦେବାକୁ ପସନ୍ଦ କରାଯାଏ । ପିଲାମାନଙ୍କୁ ଜିଙ୍କ ସପ୍ଲିମେଣ୍ଟ ଦେଲେ ଉପକାର ହୁଏ । ଗମ୍ଭୀର ସମସ୍ୟା ଜନ‌କ କଲେରା ଥିଲେ ଶୀରାମାଧ୍ୟମ ତରଳ ପଦାର୍ଥ ଯେପରିକି ରିଙ୍ଗର ଲାକ୍ଟେଟ ଦରକାର ହୁଏ ଓ ଆଣ୍ଟିବାୟୋଟିକ ଉପକାରୀ ହୁଏ । ଜୀବାଣୁ ପ୍ରଜାତି ନିମନ୍ତେ ପରୀକ୍ଷା କରି ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ ଦିଆଯାଇପାରେ ।
ତରଳ ଝାଡ଼ା ଉନ୍ନତ ପରିମଳ ବ୍ୟବସ୍ଥା, ବିଷୁଦ୍ଧ ପାନୀୟ ଜଳ ଓ ହସ୍ତ ପ୍ରକ୍ଷାଳନ ସାହାଯ୍ୟରେ ସଂକ୍ରମଣକ୍ଷମ ତରଳ ଝାଡ଼ା ପ୍ରତିଷେଧ କରାଯାଏ । ଶିଶୁମାନଙ୍କୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରେଇବା ଓ ରୋଟା ଭୁତାଣୁ ଟିକା ଦେବା ଆବଶ୍ୟକ । ପାଟିବାଟେ ପୁନଃଜଳ‌ଯୋଜନ ଦ୍ରବଣ (Oral rehydration solution ବା ORS), ଅର୍ଥାତ ପରିଷ୍କାର ଜଳରେ କିଛି ଲୁଣ ଓ ଚିନି ବା ଗ୍ଲୁକୋଜ ମିଶେଇ ପିଇବାକୁ ଦେବା ପସନ୍ଦ ଯୋଗ୍ୟ ଉତ୍ତମ ଚିକିତ୍ସା । ଜିନ୍କ ଥିବା ବଟିକା ବା ଖାଦ୍ୟ (Zinc tablets) ଖାଇବାକୁ ପରାମର୍ଶ ଦିଆଯାଏ । ବିଗତ ୨୫ ବର୍ଷ ମଧ୍ୟରେ ଏହି ଚିକିତ୍ସାଦ୍ୱାରା ୫୦ ନିୟୁତ ପିଲାଙ୍କୁ ବଞ୍ଚେଇ ଦିଆଯାଇପାରିଛି । ରୋଗ ସମୟରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ଓ ପିଲାଙ୍କୁ ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ । ବ୍ୟବସାୟିକ ଓ ଆର ଏସ ନ ମିଳିଲେ ଘରୋଇ ଦ୍ରବଣ କରି ବ୍ୟବ‌ହାର କରିବା କଷ୍ଟକର ନୁହେଁ । ସାଂଘାତିକ ନିର୍ଜଳନ ବା ଡିହାଇଡ୍ରେସନ ଥିଲେ ଶିରାମାଧ୍ୟମ ତରଳପଦାର୍ଥ ଦରକାର ହୁଏ । ଅଧିକାଂଶ କେଶରେ ପାଟିରେ ଏହି ତରଲ ପଦାର୍ଥ ଦେଇ ଚିକିତ୍ସା କରିହେବ । ଆଣ୍ଟିବାୟୋଟିକ କ୍ୱଚିତ ଦରକାର ହୁଏ, ବିଶେଷତଃ ଝାଡ଼ାରେ ରକ୍ତ ପଡ଼ିଲେ, ଉଚ୍ଚମାତ୍ରା ଜ୍ୱର ଥିଲେ, ପରିଭ୍ରମଣ ବେଳେ ଝାଡ଼ା ହେଲେ ବା କେତେକ ନିର୍ଦ୍ଦିଷ୍ଟ ଜୀବାଣୁ ଓ ପରଜୀବୀ ମଳ ପରୀକ୍ଷାରେ ବାହାରିଲେ । ଲୋପେରାମାଇଡ ଔଷଧ ଦେଲେ ଝାଡ଼ା ଯିବା ସଂଖ୍ୟା କମିଯାଏ, କିନ୍ତୁ ଏହା ଗମ୍ଭୀର ରୋଗରେ ଦେବାକୁ ଉପଦେଶ ଦିଆଯାଏ ନାହିଁ ।