Top 10 similar words or synonyms for introduction

follow    0.986417

multi    0.983702

tsunami    0.980133

german    0.979857

tsunamis    0.979020

initiative    0.978862

nearly    0.978352

annual    0.977983

nation    0.977310

annie    0.976675

Top 30 analogous words or synonyms for introduction

Article Example
ସାରଳା ମନ୍ଦିର ହରିବଂଶରେ ସ୍ପଷ୍ଟ ଉଲ୍ଲେଖ ଅଛି, “ ଶବରୈଃ ବର୍ବରୈଶ୍ଚୈବ ପୁଲିନ୍ଦୈଶ୍ଚ ସୁପୂଜିତା”। ତେଣୁ ଦୁର୍ଗା, ଶବର, ବର୍ବର, ପୁଲିନ୍ଦ ଜାତିଦ୍ୱାରା ଆରାଧିତା । ହାତର କଳ୍ପନା ଦିଗରୁ ଆସିଛି ବୋଲି ଶ୍ରୀଦୁର୍ଗାରେ ସ୍ୱାମୀ ପ୍ରଜ୍ଞାନାନନ୍ଦ ଲେଖିଛନ୍ତି । ସେ ଶ୍ରୀଦୁର୍ଗା ପୃ.୧୫୦-୧୫୧ରେ ଲେଖିଛନ୍ତି, “ ଦୁର୍ଗା ଦେବୀଙ୍କ ଦଶହାତ ଦଶଦିଗର ପରିଚାରକ । ଅତଏବ ଦିଗରୁ ହାତର କଳ୍ପନା କରାଯାଇଛି । ବ୍ରାହ୍ମଣ ସାହିତ୍ୟରେ ଦିଗର ପୁଣି ଭିନ୍ନ ଭିନ୍ନ ସଂଖ୍ୟା କହାହୋଇଛି” ଇତ୍ୟାଦି । ମଣିଷ ପ୍ରଥମରୁ ଦଶଦିଗ କଥା ଜାଣିନଥିଲା । ତାହାହେଲେ ଅଷ୍ଟଦିଗପାଳଙ୍କ ବିଷୟ କହାଯାଆନ୍ତା ନାହିଁ ଯେଉଁ ସମୟରେ ଜ୍ଞାନୀ ମଣିଷ ଅଷ୍ଟଦିଗ ଜାଣିଥିଲା ସେହି ସମୟରେ ଦେବତାଙ୍କ ହାତ ୮ ଥିଲା । ଅଷ୍ଟଦିଗକୁ ପ୍ରସାରି ଦେବୀଙ୍କ ହାତ ରହିଥିବା ହେତୁ ଶାରଳା ଅଷ୍ଟଭୁଜା । ଶାରଳା ବୌଦ୍ଧବଜ୍ରଯାନୀଙ୍କ ଦେବତା ବୋଲି କହାଯାଇପାରେ । କାରଣ ତାଙ୍କ ହାତରେ ବୌଦ୍ଧମାନଙ୍କର ଦୁଇଟି ପରମ ସଂକେତ ବଜ୍ର ଓ ଘଣ୍ଟି ଅଛି । କେତେକ ପଣ୍ଡିତ ଧାରଣା କରନ୍ତି ହିନ୍ଦୁମାନେ ବୌଦ୍ଧମାନଙ୍କଠାରୁ ଦେବାଦେବୀଙ୍କୁ ଧାର କରି ନେଇଛନ୍ତି। ତେଣୁ ଅବଲେକିତେଶ୍ୱର, ଲୋକେଶ୍ୱର, ପ୍ରଜ୍ଞାପାରମିତା, ବଜ୍ରଯୋଗିନୀ, ଆର୍ଯ୍ୟତାରା, ବାଗୀଶ୍ୱରୀ, ମଞ୍ଜୁଶ୍ରୀ, ହାରୀତ, ମାରୀଚୀ, ଅକ୍ଷୋଭ୍ୟ, ପର୍ଣ୍ଣଶବରୀ ପ୍ରଭୃତି ବ୍ରହ୍ମା, ବିଷ୍ଣୁ, ଶିବ,ଦୁର୍ଗା, କାଳୀ, ଲକ୍ଷ୍ମୀ, ସରସ୍ଵତୀ, ବାଶୁଳୀ, ମଙ୍ଗଳା, ଶୀତଳା ପ୍ରଭୃତି ନାମ ନେଇ ଛଦ୍ମବେଶରେ ହିନ୍ଦୁମାନଙ୍କ ଘରେ ତଥା ଗ୍ରାମ, ନଗରରେ ଆଜି ମଧ୍ୟ ପୂଜା ପାଉଛନ୍ତି(ଶ୍ରୀଦୁର୍ଗା ପୃଷ୍ଠା ୧୨୩) । ଏହାଛଡ଼ା Introduction to the modern Budhist and its follows in Orissa, Page 11ରେ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଲେଖିଛନ୍ତି, ଦେବୀପୂଜା ତଥା ଶକ୍ତିବାଦ ବୌଦ୍ଧଧର୍ମର ଗୋଟିଏ ପରିଣତି। ତାଙ୍କ ମତରେ ଉତ୍ତର ଦେଶୀୟ ବୌଦ୍ଧଧର୍ମର ତ୍ରିତ୍ୱବାଦରୁ ତନ୍ତ୍ରଦେବତାଙ୍କ ଉତ୍ପତ୍ତି । ତା ପୂର୍ବରୁ ବ୍ରାହ୍ମଣମାନଙ୍କ ଭିତରେ ଏହା ପ୍ରଚାର ହୋଇନଥିଲା। ବର୍ତ୍ତମାନର ଶାରଳାଙ୍କ ମନ୍ଦିର ଉତ୍ତର ଦିଗରୁ ତେନ୍ତୁଳିପଦା ଗ୍ରାମରେ ବିଲ ଶାରଳା ନାମରେ ଆଉଗୋଟିଏ ଦୁର୍ଗା ମୂର୍ତ୍ତି ଆରାଧିତା । ଏହି ଦୁର୍ଗା ମଧ୍ୟ ଅଷ୍ଟଭୁଜା। ମୂର୍ତ୍ତିକୁ ଦେଖିଲେ ମନେହୁଏ, ଶାରଳାଙ୍କ ପରେ ବିଲ-ଶାରଳାଙ୍କ ମୂର୍ତ୍ତି ଅଙ୍କିତ ହୋଇଛି। ଶାରଳାଙ୍କ ଭଳି ବିଲ-ଶାରଳା ଖଣ୍ଡିଏ ପଥରରେ ଅଙ୍କିତା। ତାଙ୍କ ହାତମାନଙ୍କରେ ଖଡ୍ଗ, ଶୂଳ, ଶର, ଚକ୍ର, ଢାଲ, ଧନୁ, ପାଶ ରହିଛି। ସପ୍ତଶତୀଚଣ୍ଡୀରେ ବର୍ଣ୍ଣିତ ମହିଷାସୁରମର୍ଦ୍ଦିନ ରୂପ ସହିତ ଏହି ମୂର୍ତ୍ତିର ରୂପ ମେଳ ଖାଇଯାଏ । ଶାରଳା ଠାକୁରାଣୀଙ୍କ ମହିଷାସୁର ଭଳି ‘ମହିଷର ମୁଣ୍ଡ ଦେହ ତ ମନୁଷ୍ୟ’ ନୁହେଁ । ମୂର୍ତ୍ତିରେ ମହିଷର କର୍ତ୍ତିତ ମୁଣ୍ଡ ପଡ଼ିରହିଛି ଓ ତା’ର ମହିଷ ଦେହ ମଧ୍ୟରୁ ଏକ ପୁରୁଷ ଖଡ୍ଗ ଢାଲ ଧରି ଦେବୀଙ୍କ ସହିତ ଯୁଦ୍ଧ କରୁଛି। ଦେବୀ ତା ବକ୍ଷରେ ଶୂଳ ବିଦ୍ଧ କରିଛନ୍ତି ଓ ବାମହାତରେ ଥିବା ସର୍ପରୂପୀ ପାଶଦ୍ୱାରା ସେ ବନ୍ଧନଯୁକ୍ତ । ଚଣ୍ଡୀର ତୃତୀୟ ଅଧ୍ୟାୟରେ ଯେଉଁ ମହିଷାସୁର ବଧ କାହାଣୀ ଉଲ୍ଲେଖ ହୋଇଛି ସେହି ବର୍ଣ୍ଣନା ସହିତ ବିଲ-ଶାରଳାଙ୍କ ସ୍ୱରୂପର ମେଳ ଖାଇଯାଏ । ଚଣ୍ଡୀ ତୃତୀୟ ଅଧ୍ୟାୟର ୪୧-୪୨ ମନ୍ତ୍ରରେ ଲେଖାଅଛି – ଅନନ୍ତର ମହିଷାସୁର ଚଣ୍ଡିକାଙ୍କ ପଦଦ୍ୱାରା ଦୃଢଭାବେ ଆକ୍ରାନ୍ତ ହୋଇ ନିଜ ମୁଖରୁ ଅନ୍ୟ ମହାସୁରରୂପେ ଅର୍ଦ୍ଧମାତ୍ର ବହିର୍ଗତ ହେଲା। ସେହି ସମୟରେ ଦେବୀଙ୍କ ଉଗ୍ର ତେଜରେ ସ୍ତମ୍ଭୀଭୂତ ହେଲା। ଏହି ମହାସୁର ଅର୍ଦ୍ଦମାତ୍ର ନିର୍ଗତ ହୋଇ ଦେବୀଙ୍କ ସହିତ ଯୁଦ୍ଧ କରୁ କରୁ ଦେବୀଙ୍କ ଖଡ୍ଗଘାତରେ ଛିନ୍ନ ମସ୍ତକ ହୋଇ ଧରାଶାୟୀ ହେଲା । ଚଣ୍ଡୀଗ୍ରନ୍ଥ ହିନ୍ଦୁତନ୍ତ୍ର ପର୍ଯ୍ୟାୟର, ତେଣୁ ବିଲ-ଶାରଳାଙ୍କୁ ହିନ୍ଦୁତାନ୍ତ୍ରିକମାନେ ଉପାସନା କରୁଥିବା ମନେହୁଏ। ଏହି ମୂର୍ତ୍ତି ଭଳି ଦୁଇଟି ବିରାଟ ବିରାଟ ଦୁର୍ଗାମୂର୍ତ୍ତି ଗରାମରେ ଭଗବତୀ ନାମରେ ଓ ତୀର୍ଥମଠର ସଂଗ୍ରହାଳୟରେ ସଂରକ୍ଷିତ । ବିଲଶାରଳା ବା ଶାରଳାଙ୍କ ଠାରୁ ଏହି ଦୁଇଟି ସ୍ଥାନ ଦୁଇକୋଶ ଦୂର ହୋଇପାରେ। ତୀର୍ଥମଠକୁ ସେ ଅଞ୍ଚଳରେ ପରଶୁରାମଙ୍କ ମଠ କୁହାଯାଏ । ସେଠାରେ ମଧ୍ୟ ପରଶୁରାମଙ୍କ ପିତା ମାତା ଜମଦଗ୍ନି ଓ ରେଣୁକାଙ୍କ ମୂର୍ତ୍ତି ରହିଛି । ପରଶୁରାମ ହିନ୍ଦୁ ତନ୍ତ୍ରାଚାର୍ଯ୍ୟ। ଲୋକମାନେ କୁହନ୍ତି ପରଶୁରାମ ପ୍ରଥମେ ଶାରଳାଙ୍କୁ ମାଟି ଭିତରୁ ଉଦ୍ଧାର କରି ଉପାସନା କରିଥିଲେ ଓ ବର ପାଇ ମହେନ୍ଦ୍ର ଯାଇଥିଲେ। ସେ ଯାହାହେଉ ଏହିଭଳି ମୂର୍ତ୍ତିକୁ ହିନ୍ଦୁ ପର୍ଯ୍ୟାୟର ଦୁର୍ଗାଭାବେ ନିଆଯାଇପାରେ । ଯେତେବେଳେ ବୌଦ୍ଧ ବଜ୍ରଯାନୀମାନେ ତନ୍ତ୍ରଦେବତାଙ୍କୁ ଉପାସନା କରି ଅଦ୍ଭୁତ କାର୍ଯ୍ୟମାନ ଦେଖାଇ ଲୋକମାନସକୁ ତାଙ୍କ ଆଡ଼କୁ ଟାଣି ନେଉଥିଲେ, ସେତେବେଳେ ବୈଦିକମାନେ ମଧ୍ୟ ତନ୍ତ୍ରରେ ପ୍ରବେଶ କଲେ। ତନ୍ତ୍ରସାଧନା କରିବାକୁ ହେଲେ ତାନ୍ତ୍ରିକକୁ ମଶାଣିକୁ ଯିବାକୁ ହୋଇଥାଏ ଓ ଶବ, ନରକରୋଟି ଆଦି ସେ ପରମ ପାଥେୟ ରୂପେ ଗ୍ରହଣ କରିଥାଏ । ତେଣୁ ବୈଦିକମାନେ ଏମାନଙ୍କୁ ଘୃଣାଚକ୍ଷୁରେ ଦେଖିଲେ । ସେଥିପାଇଁ ବୋଧେ ତନ୍ତ୍ରଦେବତାଙ୍କ ପୂଜକ ପଣ୍ଡା, ପାଣି, ପାଣିଗ୍ରାହୀ ଆଦି ସଂଖ୍ୟାଧାରୀ ବ୍ରାହ୍ମଣମାନଙ୍କ ସହିତ ଶାସନୀ ବ୍ରାହ୍ମଣମାନେ ବନ୍ଧୁ ବାନ୍ଧୁନଥିଲେ ।