Top 10 similar words or synonyms for fever

hemorrhagic    0.922498

tract    0.891309

viral    0.878463

hair    0.877342

parasitic    0.876924

stroke    0.873915

enzymes    0.873309

cerebral    0.873068

urinary    0.869627

lung    0.863881

Top 30 analogous words or synonyms for fever

Article Example
ପ୍ରସବ ସଂକ୍ରମଣ ପ୍ରସବ ସଂକ୍ରମଣ, (ଇଂରାଜୀରେ ପୁଅରପେରାଲ ଇନଫେକସନ, ପୋଷ୍ଟପାର୍ଟମ ଇନଫେକସନ, ପୁଅରପେରାଲ ଫିଭର ବା ଚାଇଲଡବେଡ ଫିଭର ଯଥାକ୍ରମେ Puerperal infections, also known as postpartum infections, puerperal fever or childbed fever), ଶିଶୁ ଜନ୍ମ ବା ଗର୍ଭପାତ ପରେ ପରେ ପ୍ରସବ ପଥରେ ହେଉଥିବା ଜୀବାଣୁ ଜନିତ ସଂକ୍ରମଣକୁ କୁହାଯାଏ । ଏହାର ଚିହ୍ନ ଓ ଲକ୍ଷଣ: ଜ୍ୱର, କାଲୁଆ ଅନୁଭବ, ତଳିପେଟରେ ଯନ୍ତ୍ରଣା ଓ ଯୋନିପଥ ନିର୍ଗତ ପଦାର୍ଥର ଦୁର୍ଗନ୍ଧ । ସାଧାରଣତଃ ପ୍ରସବର ୨୪ ଘଣ୍ଟା ପରେ ଓ ପ୍ରଥମ ୧୦ ଦିନ ମଧ୍ୟରେ ଏହି ରୋଗ ହୁଏ ।
ଲେପ୍ଟୋସ୍ପାଇରୋସିସ୍ ଲେପ୍ଟୋସ୍ପାଇରୋସିସ୍ (ଇଂରାଜୀରେ Leptospirosis) ବା କ୍ଷେତ୍ର ଜ୍ୱର (ଇଂରାଜୀରେ field fever), ବା ମୂଷା ଧରାଳିଙ୍କ ପୀତବର୍ଣ୍ଣ (ଇଂରାଜୀରେ rat catcher's yellows), ବା ପ୍ରିଟିବିଆଲ ଜ୍ୱର (ଇଂରାଜୀରେ pretibial fever) ଏକ ପ୍ରକାର ସଂକ୍ରମଣ ଯାହା ଠିପି ଖୋଲିବା କର୍କସ୍କ୍ରୁ ଭଳି ଦେଖାଯାଉଥିବା ଜୀବାଣୁ ଲେପ୍ଟୋସ୍ପାଇରାଦ୍ୱାରା ହୁଏ । ସାମାନ୍ୟ ମୁଣ୍ଡବଥା, ଜ୍ୱର ଓ ମାଂସପେଶୀ ଯନ୍ତଣାରୁ ଆରମ୍ଭ କରି ରୋଗ ଗମ୍ଭୀର ହେଲେ ଫୁସଫୁସରୁ ରକ୍ତ କ୍ଷରଣ ହୁଏ ଓ ମେନିଞ୍ଜାଇଟିସ ହୋଇପାରେ । ଜଣ୍ଡିସ୍, କିଡନି ଫେଲ୍ ଓ ରକ୍ତସ୍ରାବ ଏକତ୍ର ଜଣେ ରୋଗୀଠାରେ ଦେଖାଗଲେ ତାହାକୁ ୱେଲ୍‌ସ୍ ରୋଗ ( Weil's disease) କୁହାଯାଏ । ଫୁସଫୁସରେ ଅତ୍ୟଧିକ ରକ୍ତସ୍ରାବ ହେଲେ ତାହାକୁ ଗମ୍ଭୀର ଫୁସଫୁସୀୟ ରକ୍ତସ୍ରାବ ସିଣ୍ଡ୍ରୋମ ହୁହାଯାଏ ।
ସିସ୍ଟୋସୋମିଆସିସ ସିସ୍ଟୋସୋମିଆସିସ (ଇଂରାଜୀରେSchistosomiasis) (ଅନ୍ୟନାମ ବିଲ୍‌ହାର୍ଜିଆ ବା ଗେଣ୍ଡା ଜ୍ୱର ବା କାଟାୟାମା ଇଂରାଜୀରେ ଯଥାକ୍ରମେ Schistosomiasis, bilharzia, snail fever, and Katayama fever) ଏକ ରୋଗ ଯାହା ସିସ୍ଟୋସୋମା ଟାଇପର ଏକ ପରଜୀବୀପୋକଦ୍ୱାରା ହୁଏ । ଏହା ମୂତ୍ରନଳୀ ଶୈଳୀ(urinary tract) ବା ଅନ୍ତନଳୀ(intestines) ମଧ୍ୟ ସଂକ୍ରମଣ କରିପାରେ । ଏହାର ଲକ୍ଷଣ ମଧ୍ୟରେ ପେଟରେ ଯନ୍ତ୍ରଣା, ତରଳ ଝାଡ଼ା ଓ ରକ୍ତ ମିଶ୍ରିତ ଝାଡ଼ା ରକ୍ତ ମିଶ୍ରିତ ପରିସ୍ରା ହୁଏ । ଅନେକ ଦିନ ଧରି ରୋଗ ହୋଇଥିଲେ ଯକୃତ ନଷ୍ଟ, ବୃକ୍‌କ ବା କିଡ୍‌ନି ନଷ୍ଟ, ବନ୍ଧ୍ୟାତ୍ୱ(infertility) କିମ୍ୱା ମୂତ୍ରାଶୟ କର୍କଟ(bladder cancer) ହେବା ସମ୍ଭାବନା ଥାଏ । ପିଲାମାନଙ୍କର ଏହି ରୋଗ ହେଲେ ଶରୀର ବୃଦ୍ଧି ହାର କମ ହୁଏ, ଶିଖିବା ଶକ୍ତି କମିଯାଏ ।
ଲାସା ଜ୍ୱର ଲାସା ଜ୍ୱର ଅନ୍ୟ ନାମ ଲାସା ରକ୍ତସ୍ରାବୀ ଜ୍ୱର (ଇଂରାଜୀ ଭାଷାରେ Lassa fever or Lassa hemorrhagic fever/LHF) ଏକ ପ୍ରକାର ଭୁତାଣୁ ରକ୍ତସ୍ରାବୀ ଜ୍ୱର () ଯାହା ଲାସା ଭୁତାଣୁ () କରାଏ । ଏହି ଭୁତାଣୁ ସଂକ୍ରମିତ ହେଲେ ମଧ୍ୟ ଅନେକ ଲୋକଙ୍କର ଲକ୍ଷଣ ନ ଥାଏ । ଏହି ରୋଗର ଲକ୍ଷଣ: ଜ୍ୱର, ଦୁର୍ବଳତା, ମୁଣ୍ଡବଥା, ବାନ୍ତି () ଓ ମାଂସପେଶୀ ଯନ୍ତ୍ରଣା () ହୁଏ । ଅଳ୍ପ କେତେକ କେଶ୍‌ରେ ଖାଦ୍ୟନଳୀ ବା ପାଟିରୁ ରକ୍ତସ୍ରାବ ହୁଏ । ଲକ୍ଷଣ ଆରମ୍ଭ ହେବାର ୨ ସପ୍ତାହ ମଧ୍ୟରେ ୧% ରୋଗୀ ମୃତ୍ୟୁ ବରଣ କରନ୍ତି । ବଞ୍ଚିଯାଇଥିବା ଲୋକଙ୍କ ମଧ୍ୟରୁ ୧/୪ ଅଂଶ ଲୋକ କାଲା () ହୋଇଯାଆନ୍ତି ଓ ତାଙ୍କ ମଧ୍ୟରୁ ଅଧା ଲୋକଙ୍କର ସମୟକ୍ରମେ ସେହି ଦୋଷରେ ଉନ୍ନତି ହୁଏ ।
ଡେଙ୍ଗୁ ଜର ଜର ସମୟରେ ଉଚ୍ଚ ମାନର ଉତ୍ତାପ ରହେ ଯେପରିକି 40 °C (104 °F)। ଏହା ସହ ମୁଣ୍ଡ ବ୍ୟଥା ୨ରୁ ୭ଦିନ ରହେ । ବାନ୍ତି ମଧ୍ୟ ହୋଇପାରେ । ଇଂରାଜୀରେ ଏହାକୁ ଏହି କାରଣରୁ ଭଙ୍ଗା ହାଡ ଜର କହନ୍ତି (breakbone fever) । ରୋଗର ଅବଧିକୁ ତିନିଟି ଅବସ୍ଥାରେ ବିଭକ୍ତ କରାଯାଏ: ୧.ପ୍ରାରମ୍ଭିକ(ଜର) , ୨.ଗୁରୁତର(ମାରାତ୍ମକ) ଓ ୩. ଆରୋଗ୍ୟ ଅବସ୍ଥା ।
ଟାଇଫସ ଟାଇଫସ (ଇଂରାଜୀ ଭାଷାରେ Typhus, ଅନ୍ୟ ନାମ ଟାଇଫସ ଜ୍ୱର/ typhus fever,) ରୋଗସମୂହ ଏକ ସଂକ୍ରାମକ ରୋଗ () ଦଳ ଯେଉଁଥିରେ ଏପିଡେମିକ ଟାଇଫସ (), ସ୍କ୍ରବ ଟାଇଫସ () ଓ ମୁରାଇନ ଟାଇଫସ () ଆଦି ରୋଗ ଅନ୍ତର୍ଭୁକ୍ତ ଥାଆନ୍ତି । ଏହି ସବୁ ରୋଗରେ ସାଧାରଣତଃ ଜ୍ୱର, ମୁଣ୍ଡବଥା ଓ ରାସ ଦେଖାଯାଏ । ସଂସ୍ପର୍ଶରେ ଆସିବାର ଏକରୁ ଦୁଇ ସପ୍ତାହ ପରେ ଏହି ରୋଗ ଆରମ୍ଭ ହୋଇଯାଏ ।
ପୀତ ଜ୍ୱର ପୀତ ଜ୍ୱର (ଇଂରାଜୀରେ Yellow fever, ଐତିହାସିକ ନାମ ୟେଲୋ ଜ୍ୟାକ କିମ୍ବା ୟେଲୋ ପ୍ଲେଗ୍ । ଅଧିକାଂଶ ରୋଗୀଙ୍କର ଜ୍ୱର, ଶୀତ, କ୍ଷୁଧାହାନୀ, ଓକାଳ, ମାଂସପେଶୀ ଯନ୍ତ୍ରଣା (ବେଶୀ ପିଠିରେ) ଓ ମୁଣ୍ଡ ବଥା ଲକ୍ଷଣ ଦେଖାଯାଏ । ଏହା ପ୍ରାୟ ୫ ଦିନ ମଧ୍ୟରେ ଉନ୍ନତି ଲାଭ କରେ । କେତେ ରୋଗୀଙ୍କର ଉନ୍ନତି ଲାଭର ଗୋଟିଏ ଦିନ ପରେ ଜ୍ୱର, ପେଟ ଯନ୍ତ୍ରଣା ହୁଏ, ଯକୃତ ନଷ୍ଟ ଆରମ୍ଭ ହୋଇ ଜଣ୍ଡିସ ବା କାମଳ ରୋଗ ହୁଏ । ଏହା ହେଲେ ରକ୍ତସ୍ରାବ ଓ ବୃକ୍‌କ ଫେଲ ହେବା ସଙ୍କଟ ବଢ଼ିଯାଏ ।
ଲୋରାଟାଡିନ ଲୋରାଟାଡିନ (ଇଂରାଜୀ ଭାଷାରେ Loratadine, ବିକ୍ରୟ ନାମ କ୍ଲାରିଟିନ/Claritin ଏକ ଔଷଧ ଯାହା ଆଲର୍ଜି ରୋଗ‌ଗୁଡ଼ିକ ନିମନ୍ତେ ବ୍ୟବ‌ହାର କରାଯାଏ । ଆଲର୍ଜିକ ରାଇନାଇଟିସ ( ବା hay fever) ଓ ହାଇଭସ () ଭଳି ରୋଗମାନଙ୍କ ନିମନ୍ତେ ଏହା ଦିଆଯାଏ । ଏହା ଏକ ଡିକଞ୍ଜେସ୍‌ଟାଣ୍ଟ () ଔଷଧ ସୁଡୋଏପିନେଫ୍ରିନ () ସ‌ହିତ ଲୋରାଟିଡିନ/ସୁଡୋଏପିନେଫ୍ରିନ () ନାମରେ ମିଳେ । ଏହାକୁ ପାଟିରେ ଦିଆଯାଏ ।
ଜଣ୍ଡିସ୍ ଜୀବକୋଷ ନଷ୍ଟ ହୋଇଯିବା ଯୋଗୁ ଯକୃତଦ୍ୱାରା ବିଲିରୁବିନ ମେଟାବୋଲିଜ୍ଣ ହୋଇପାରେ ନାହିଁ । ତେଣୁ ଅନ‌କଞ୍ଜୁଗେଟେଡ ବିଲିରୁବିନ ରକ୍ତରେ ଜମିରହେ । ପ୍ରାଥମିକ ବିଲିଆରି ସିରୋସିସ୍ ରୋଗରେ କଞ୍ଜୁଗେଟେଡ ବିଲିରୁବିନ ବାଇଲ ବା ପିତ୍ତ ମଧ୍ୟକୁ ଏକ୍ସକ୍ରିଟ ହୋଇପାରେ ନାହିଁ । ଯକୃତର କାର୍ଯ୍ୟ କ୍ଷମତା ଦୁଇ ମାସ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇ ନ ଥିବାରୁ ଅନେକ ଶିଶୁମାନ‌ଙ୍କୁ ନବଜାତ ଜଣ୍ଡିସ ହୁଏ । ମୂଷା ଜ୍ୱର(Rat fever) ରୋଗରେ ମଧ୍ୟ ଜଣ୍ଡିସ ହୁଏ । ଯକୃତଜୀବକୋଷ ସମ୍ବନ୍ଧୀୟ ଜଣ୍ଡିସ ରୋଗରେ ପ୍ରୟତଃ କୋଲେସ୍ଟାସିସ ଥାଏ ।
ସ୍କାରଲେଟ ଜ୍ୱର ସ୍କାରଲେଟ ଜ୍ୱର (ଇଂରାଜୀ ଭାଷାରେ Scarlet fever) ଏକ ପ୍ରକାର ଜୀବାଣୁ ଗ୍ରୁପ ଏ ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ଫଳରେ ହୁଏ । ଏହାର ଲକ୍ଷଣ ଓ ଚିହ୍ନ- ଗଳା ପ୍ରଦାହ, ଜ୍ୱର, ମୁଣ୍ଡବଥା, ଲସିକା ଗ୍ରନ୍ଥି ଫୁଲା ଓ ଏକ ପ୍ରକାର ନିର୍ଦ୍ଦିଷ୍ଟ ରାସ୍ ଦେଖାଯାଏ । ଏହି ରାସ୍ ଲାଲ ରଙ୍ଗର ଓ ବାଲି କାଗଜ ଭଳି ହାତକୁ ଲାଗେ, ଜିଭ ଲାଲ ଓ ଅନିୟମିତ (ଖାଲଢିପ) ଦେଖାଯାଏ । ପାଞ୍ଚରୁ ପନ୍ଦର ବର୍ଷ ବୟସ୍କ ପିଲାଙ୍କୁ ଏହି ରୋଗ ଆକ୍ରମଣ କରେ ।