Top 10 similar words or synonyms for ସଉକ

trinath    0.765708

ବଗଣଙ    0.758878

ଵଙ    0.756122

ରଜମ    0.746309

kosovo    0.739702

କଚଣ    0.736985

ଅଗତ    0.736345

visvesvaraya    0.734451

ୠକ    0.733957

ସମଦ    0.733092

Top 30 analogous words or synonyms for ସଉକ

Article Example
ନିକୋଲାସ୍‌ କୋପର୍‌ନିକସ୍‌ କୋପର୍‌ନିକସ୍‌ ତାଙ୍କ ସମୟର ଜଣେ ମହାନ ଗଣିତଜ୍ଞ ଥିଲେ । ସେ ଥିଲେ ଏକାଧାରାରେ ଗଣିତଜ୍ଞ, ଜ୍ୟୋତିର୍ବିଜ୍ଞାନୀ, ଡାକ୍ତର, ପ୍ରଶାସନିକ ଅଧିକାରୀ, ଅର୍ଥନୀତିଜ୍ଞ ଏବଂ ସୈନିକ । ଜ୍ୟୋତିର୍ବିଜ୍ଞାନ କେବଳ ତାଙ୍କର ସଉକ ଥିଲା । କିନ୍ତୁ, ତାଙ୍କ ପ୍ରଦତ୍ତ ସୌରକୈନ୍ଦ୍ରିକ ବ୍ରହ୍ମାଣ୍ଡର ତତ୍ତ୍ୱ ବୈଜ୍ଞାନିକ ଇତିହାସରେ ଏକ ମାଇଲ୍‌ଖୁଣ୍ଟ । ଏହା ଥିଲା ଆଧୁନିକ ଜ୍ୟୋତିର୍ବିଜ୍ଞାନର ଅୟମାରମ୍ଭ ।
ସରବଜିତ ସିଂହ ସରବଜିତ ଭିଖିୱିଣ୍ଡ (ଭାରତ-ପାକିସ୍ତାନ ସୀମା ପଞ୍ଜାବର ଟର୍ନ ତରଣ ଜିଲ୍ଲା)ରେ ଜନ୍ମ ଗ୍ରହଣ କରିଥିଲେ । ମଲ୍ଲଯୁଦ୍ଧ ଓ ବିଲୁପ୍ତ ପ୍ରାୟ ପାରା ରଖିବା ତାଙ୍କର ସଉକ ଥିଲା । ଭାଗଚାଷୀ ଭାବରେ ସେ ଅନ୍ୟ ମାନଙ୍କ ଜମିରେ ଚାଷକରୁଥିଲେ । ସେ ସୁଖପ୍ରୀତ କୌରଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇ କନ୍ୟା ଥିଲେ (ସ୍ଵପ୍ନଦୀପ ଓ ପୁନମ) । ସରବଜିତଙ୍କ ମୁକ୍ତି ପାଇଁ ତାଙ୍କ ଭଉଣୀ ଦଳବୀର ସିଂ ୧୯୯୧ରୁ ୨୦୧୩ ପର୍ଯ୍ୟନ୍ତ ଲଢେଇ କରିଚାଲିଥିଲେ ।
ଅନନ୍ତ ପ୍ରସାଦ ପଣ୍ଡା ଅନନ୍ତ ପ୍ରସାଦ ୧୯୦୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳ ସୋର ବାହାନାଗା ଅନ୍ତର୍ଗତ କଲ୍ୟାଣୀ ଗ୍ରାମରେ କଟିଥିଲା । ପିଲାଦିନେ ମୋଟା ଥିବାରୁ, ତାଙ୍କ ଅବଧାନ କହୁଥିଲେ ସାକ୍ଷାତ ଗଣେଶ । ପାଣିରେ ପଶି କଇଁ ଫୁଲ ତୋଳିବା ତାଙ୍କର ସଉକ ଥିଲା । ସେ ବାଲେଶ୍ଵର ଜିଲ୍ଲା ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିଥିଲେ । ୨୦ବର୍ଷ ବୟସରେ ସବ୍-ଡେପୁଟି କଲେକ୍ଟର ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ । ଚାକିରି ଜୀବନ ବାଲେଶ୍ଵର, କଟକ, ଭଦ୍ରକ, ପୁରୀ, ବରଗଡ଼, କେନ୍ଦ୍ରାପଡ଼ା ଓ ଆସିକା ଆଦି ସ୍ଥାନରେ ବିତିଥିଲା । ଅବସର ପରେ କଟକରେ ସ୍ଥାୟି ଭାବରେ ବସବାସ କରୁଥିଲେ ।
ଗୀତା ପଟ୍ଟନାୟକ ଗୀତା ପଟ୍ଟନାୟକ ଜଣେ ପ୍ରଚ୍ଛଦପଟ ଓଡ଼ିଆ ଗାୟିକା । ସେ ଡ଼ିସେମ୍ବର ୧୦ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସ୍ୱଗତ ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ମାଆଙ୍କ ନାମ ହେମଲତା ପଟ୍ଟନାୟକ । ଗୀତାଙ୍କ ବାପା ଜଣେ ଏଗ୍ରିକଲଚର ଇଞ୍ଜିନିୟର ଥିଲେ । ତାଙ୍କ ଜେଜେ ବାପା ପ୍ରଥେମ ଓଡ଼ିଶାରେ ଫୁଟବଲ ମ୍ୟାଚ ଆରମ୍ଭ କରିଥିେଲ । କଟକସ୍ଥିତ ସତ୍ୟବ୍ରତ ଷ୍ଟାଡ଼ିୟମ ମଧ୍ୟ ତାଙ୍କ ଜେଜେ ବାପାଙ୍କ ନାମରେ ନାମିତ । ତାଙ୍କ ମାଆ ଏବଂ ମାଉସୀ ମଧ୍ୟ ଗୀତ ଶିଖିଥିଲେ । ଗୀତାଙ୍କ ବାପାଙ୍କର ମଧ୍ୟ ଗୀତ ପ୍ରତି ସଉକ ଥିଲା । ତେଣୁ ଗୀତ ପ୍ରତି ତାଙ୍କର ପିଲାଦିନୁ ଆଗ୍ରହ ସୃଷ୍ଟି ହୋଇଥିଲା ।
ଯତୀନ ଦାସ ଯତୀନ, ପିତା ଗୋପୀନାଥ ଦାସ ଓ ମାତା ଭବାନୀଙ୍କର ଚତୁର୍ଥ ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିଲେ । ଡାକନାମ ଥିଲା 'ଯଚା', ଶ୍ରଦ୍ଧାରେ 'ପାଗଳା' ମଧ୍ୟ ଡକା ଯାଉଥିଲା । ସେ ଶ୍ରୀରାମଚନ୍ଦ୍ର ଉପ୍ରା ବିଦ୍ୟଳୟ ଓ ଶରତ ଚନ୍ଦ୍ର ବିଦ୍ୟାପୀଠରୁ ସ୍କୁଲ ଶିକ୍ଷା ଲାଭ କରିଥିଲେ । ସ୍କୁଲ ବେଳୁ, ଚିତ୍ର ଆଙ୍କିବାରେ ତାଙ୍କର ସଉକ ଥିଲା । ମାଟ୍ରିକ ପାସ କଲା ପରେ, ବାରିପଦାର ଏମ୍.ପି.ସି କଲେଜରୁ ଆଇ.ଏସ.ସି ପାସ କରି, ସେ ପିତାଙ୍କ ଇଚ୍ଚାନୁଯାୟୀ ଜେ.ଜେ.କଲେଜ ଅଫ ଆର୍ଟସରେ ଆର୍କିଟେକ୍ଚର ପଢିଥିଲେ । ବର୍ଷେ ପରେ ମଡ଼ର୍ଣ୍ଣ ଆର୍ଟ ପଢିବାକୁ ଯିଦ ଧରିବାରୁ, ବାପା ପଢା ଖର୍ଚ୍ଚ ଦେବା ବନ୍ଦ କରିଦେଇଥିଲେ । ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କୁ ସାକ୍ଷାତ କରି, ଅର୍ଥ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ଓ ବିଜୁବାବୁ ଅର୍ଥ ମଧ୍ୟ ମଞ୍ଜୁର କରିଥିଲେ । ମଡ଼ର୍ଣ୍ଣ ଆର୍ଟ ପାଠରେ ସେ ପ୍ରଫେସର ଏସ.ବି.ପାଲିକରଙ୍କ ସାନିଦ୍ଧ ଲାଭ କରିଥିଲେ । ତାଙ୍କ ଚିତ୍ରକଳା ପାଇଁ ସେ ବହୁସ୍ଥାନରେ ପ୍ରଶଂସିତ ହୋଇଥିଲେ । ମହାରାଷ୍ଟ୍ର ରାଜ୍ୟପାଳଙ୍କଦ୍ଵାରା ପୁରସ୍କୃତ ହୋଇ ଫିନଲ୍ୟାଣ୍ଡର ହେଲେସିଙ୍କିଠାରେ ଅନୁଷ୍ଠିତ ହେଉଥିବା ଯୁବ ମହୋତ୍ସବରେ ଯୋଗଦେବାର ସୁଯୋଗ ମିଳିଥିଲା । ଦିଲ୍ଲୀରୁ ମସ୍କୋ ଗସ୍ତଖର୍ଚ୍ଚ ପାଇଁ ଅର୍ଥାଭାବ ଯୋଗୁଁ, ସେଥିରୁ ତାଙ୍କ ନାଁ କଟି ଯାଇଥିଲା । ପୁଣି ବିଜୁବାବୁଙ୍କ ହସ୍ତକ୍ଷେପ ଓ ଅର୍ଥ ସାହାଯ୍ୟ ବଳରେ ସେ ହେଲେସିଙ୍କି ଯାଇ ପାରିଥିଲେ । ୧୯୬୨ମସିହାରେ ସେ ଆର୍ଟସ୍କୁଲରୁ ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ପାସ କରିବା ପରେ, ମୁମ୍ବାଇର ଭୁଲାଭାଇ ବାଟଲିୱଲା ତାଙ୍କୁ ଷ୍ଟୁଡିଓ କରିବାକୁ ଘରଟିଏ ଯୋଗାଇଦେଲେ । ଏଥି ମଧ୍ୟରେ 'ରାଣ୍ଡମ ସ୍କେଚ' ଚିତ୍ର ପଦ୍ଧତିରେ ସେ ପାରଙ୍ଗମ ହୋଇ ପାରିଥିଲେ । ତାଙ୍କ ଚିତ୍ର ଗୁଡିକ ଭାରତ ତଥା ବିଦେଶରେ ପ୍ରଦର୍ଶିତ ହେବାକୁ ହୋଇଥିଲା । ସେ ଭାଗ ନେଇ ଥିବା କିଛି ଉଲ୍ଲେଖନୀୟ ପ୍ରଦର୍ଶନୀ ହେଲା ପ୍ୟାରିସ (୧୯୭୧), କେସେଲ(୧୯୭୫) ଓ ଭେନିସ (୧୯୭୮) । ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ତାଙ୍କୁ ଅଭିଭାଷଣ ଦେବାକୁ ନିମନ୍ତ୍ରଣ ଆସିଥିଲା । କ୍ରମେ ସେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୁହର ହସ୍ତଶିଳ୍ପ ବୋର୍ଡ଼, ରୁଷିଆରେ ଅନୁଷ୍ଠିତ ହୋଇଥିବା ଭାରତ ମହୋତ୍ସବର ପରାମର୍ଶଦାତା ଓ ବିଭିନ୍ନ ଚଳଚ୍ଚିତ୍ର ଉତ୍ସବର ଜୁରୀ ଭାବରେ ମନୋନୀତ ହୋଇଥିଲେ ।