Top 10 similar words or synonyms for ରଥର

ରଥକ    0.854230

ଵଜ    0.834053

ରଥ    0.826581

ଳଧ    0.804886

ପହଣ    0.783879

ରହଙ    0.756103

ବଳଭଦ    0.747561

ଜଗମ    0.744897

ଅଣସର    0.740870

ଶୟନ    0.720781

Top 30 analogous words or synonyms for ରଥର

Article Example
ରଥଯାତ୍ରା ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ। ସେହି ପରି ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ଵଜ ଓ ଶ୍ରୀସୁଭଦ୍ରାଙ୍କ ରଥର ନାମ ଦେବଦଳନ, ଦର୍ପଦଳନ ବା ପଦ୍ମଧ୍ଵଜ।
ପାତାଳି ନବକଳେବର ଲାଳାରେ ତିନୋଟି ଯାକ ରଥର ସାରଥି (ମାତଳୀ, ଅର୍ଜୁନ, ଶ୍ରୀମାନ ଦାରୁକ) ଓ ୧୨ଟି ଯାକ ଘୋଡଡ଼ା କୋଇଲି ବୈକୁଣ୍ଠରେ ପାତାଳି ହୋଇଥାନ୍ତି । ନୂତନ ଭାବେ ନିର୍ମାଣ ହୋଇଥାନ୍ତି ସାରଥି ଓ ଘୋଡ଼ା । ନନ୍ଦିଘୋଷ ରଥର ପାର୍ଶ୍ଵ ଦେବତା ଗିରିଗୋବର୍ଦ୍ଧନ, ହରିହର, ପଣ୍ଡୁନୃସିଂହ, ଛତ୍ରଭଙ୍ଗ ରାବଣ, ଚିନ୍ତାମଣି କୃଷ୍ଣ, ଶ୍ରୀନାରାୟଣ, ଶ୍ରୀମଧୁସୂଦନ, ଶ୍ରୀଲକ୍ଷ୍ମଣ ଓ ଶ୍ରୀପଞ୍ଚମୁଖୀ ମହାବୀର ମହାପ୍ରଭୁଙ୍କ ସହିତ ପାତାଳି ହୋଇଥାନ୍ତି ଓ ନୂତନଭାବେ ପ୍ରସ୍ତୁତ ହୋଇ ଦେଉଳ ପୁରୋହିତଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥାନ୍ତି । ସୂଚନାଯୋଗ୍ୟ ଯେ, ନନ୍ଦିଘୋଷ ରଥର ଧ୍ଵଜମୂର୍ତି ଶ୍ରୀହନୁମାନ, ଆୟୁଧ ମୃତ ଶଙ୍ଖ, ଚକ୍ର, ଜୀବ ଓ ପରମ ନାମକ ଦୁଇଟି ଓଲଟ ଶୁଆ ଓ ରଥର ଅଁଳା ମହାପ୍ରଭୁଙ୍କ ସହିତ ପାତାଳି ହୋଇଥାନ୍ତି ଓ ନୂତନ ଭାବେ ନିମ୍ବ କାଠରେ ପ୍ରସ୍ତୁତ ହୋଇଥାନ୍ତି । ରଥର ଦ୍ବାରପାଳ ଜୟ ଓ ବିଜୟଙ୍କ ପୁରୁଣା ବିଗ୍ରହ ପାତାଳି ହୋଇଥାନ୍ତି ଓ ତାହା ନୂତନ ଭାବେ ଗଢାଯାଇଥାନ୍ତି । ଏହିପରି ନନ୍ଦିଘୋଷ ରଥର ସମୁଦାୟ ୨୨ ପାର୍ଷଦ ନବକଳେବରରେ ପାତାଳି ଲୀଳା କରିଥାନ୍ତି । ତାଳଧ୍ଵଜ ରଥର ପାର୍ଶ୍ଵ ଦେବତା ଶ୍ରୀପଳମାରୀ ମହାଦେବ, ବାଇଶିଭୁଜ ଶ୍ରୀନୃସିଂହ, ଶ୍ରୀବଳରାମ, ଶ୍ରୀନଟବର ଗଣେଶ, ଶ୍ରୀଅଙ୍ଗଦ, ଶ୍ରୀନାଟାନର, ଶ୍ରୀଷଡାନନ କାର୍ଭକ, ମଧୁକୈଟଭ, ଶ୍ରୀଅନନ୍ତ ବାସୁଦେବ ଶ୍ରୀବଳଦେବଙ୍କ ସହିତ ପାତାଳି ଲୀଳା କରନ୍ତି । ଏହି ରଥର ଦୁଇ ଓଲଟ ଶୁଆ, ଶ୍ରଦ୍ଧା, ଓ ବିଶ୍ଵାସ, ରଥର ଅଁଳା, ଦ୍ବାର ପାଳ ଜୟ ବିଜୟ ପାତାଳି ହୋଇଥାନ୍ତି । ରଥର ଧ୍ଵଜମୂର୍ତ୍ତି ଲକ୍ଷ୍ମୀ ନୃସିଂହ, ଆୟୁଧ ମୂର୍ତ୍ତି ହଳ ଓ ମୂଷଳ ନୂତନ ଭାବେ ଶ୍ରୀବଳଭଦ୍ରଙ୍କ ବନଯାଗ ଦାରୁରେ ନୂତନ ଭାବେ ନିର୍ମାଣ କରାଯାଇ ପୁରୁଣାଙ୍କ ଶ୍ରୀବିଗ୍ରହଙ୍କ ସହିତ ପାତାଳି କରାଯାଇଥାଏ । ତାଳଧ୍ଵଜ ରଥର ୨୨ ପାର୍ଷଦ ପାତାଳି ହୋଇଥାନ୍ତି । ସୁଭଦ୍ରାଙ୍କ ରଥ ଦର୍ପଦଳନ ପଦ୍ମଧ୍ଵଜ ରଥର ପାର୍ଶ୍ଵଦେବୀମାନେ, ବିମଳା, ମଙ୍ଗଳା, ବରାହୀ, ଭଦ୍ରକାଳୀ, ଉମା, କାତ୍ୟାୟନୀ, ହରଚଣ୍ଡି, ରାମଚଣ୍ଡି ବା କାଳୀ, ଅଘୋରା ବା ଚାମୁଣ୍ଡା ଦେବୀ ସୁଭଦ୍ରାଙ୍କ ସହିତ ପାତାଳି ହୋଇଥାନ୍ତି । ତାଙ୍କ ସହିତ ନିମ୍ବ ଦାରୁରେ ପ୍ରସ୍ତୁତ ରଥର ସାରଥି, ଘୋଡା, ଶୃତି ଓ ସତୀ ନାମକ ଦୁଇଗୋଟି ଓଲଟ ଶୁଆ, ଅଁଳା ଏବଂ ଧ୍ଵଜ(ଭୁବନେଶ୍ଵରୀ) ଓ ଆୟୁଧ ମୂର୍ତ୍ତୀ ପଦ୍ମ ଫୁଲ(ବନଯାଗ ଦାରୁରେ ପ୍ରସ୍ତୁତ) ପାତାଳି ଲୀଳା କରିଥାନ୍ତି । ଦୁଇ ଦ୍ବାରପାଳ ଛାୟା ଓ ମାୟା ମଧ୍ୟ ପାତାଳି ହୋଇଥାନ୍ତି । ଏହା ନୂତନଭାବେ ପ୍ରସ୍ତୁତ କରାଯାଇଥାଏ । ଦର୍ପଦଳନ ରଥର ସମୁଦାୟ ୨୧ ପାର୍ଷଦ ପାତାଳି ଲୀଳାରେ ସାମିଲ ହୋଇଥାନ୍ତି ।
ରଥଯାତ୍ରା ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି ।
ରଥଯାତ୍ରା ସ୍କନ୍ଧ ପୁରାଣ ଅନୁସାରେ - ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ । ଗରୁଡଧ୍ଵଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ। ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨(ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ। ଏହି ରଥଯାତ୍ରାକୁ ନବଦିନାତ୍ମିକା ଯାତ୍ରା କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ଵିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ର।
ରଥ ରଥର ସମ୍ମୁଖଦ୍ଵାରରେ କଳ୍ପବୃକ୍ଷର ଦୁଇଟି ପତ୍ର ଅଙ୍କାଯାଏ । ଏହି ନନ୍ଦିଘୋଷ ରଥକୁ ରକ୍ତପୀତ୍ତ ବର୍ଣ୍ଣ ଆବରଣରେ ଅବୃତ୍ତ କରାଯIଏ ।
ବିରଜା ମନ୍ଦିର ଆଶ୍ୱିନ ଶୁକ୍ଳ ପ୍ରତିପଦ ଦିନ ରଥ ପ୍ରତିଷ୍ଠା ପର୍ବ ଅନୁଷ୍ଠିତ ହୁଏ । ମହାପାର୍ବଣରେ ମାଙ୍କୁ ସୁସଜ୍ଜିତ ରଥରେ ପରିକ୍ରମଣ କରାଯାଏ । ତା ପୂର୍ବରୁ ଦେବୀଙ୍କ ରୌପ୍ୟ ଆଶାଦଣ୍ଡ ରଥ ମଣ୍ଡପକୁ ବିଜେ କରନ୍ତି । ସେଠାରେ ଗଣପତି ଓ ଦଶଦିଗପାଳଙ୍କ କଳସ ସ୍ଥାପନ କରାଯାଇ ପୂଜା କରାଯାଇଥାଏ । ଏହି ରଥର ନାମ ସିଂହଧ୍ୱଜ । ନବଦିବସ ବ୍ୟାପି ପ୍ରତିଦିନ ଅପରାହ୍ନରେ ଏହା ମନ୍ଦିର ପରିକ୍ରମଣ କରେ । ଏହାକୁ କୃଷ୍ଣ, ଲୋହିତ ଓ ଶ୍ୱେତବସ୍ତ୍ର ଆବରଣରେ ସୁସଜ୍ଜିତ କରାଯାଏ । ରଥର ଉଚ୍ଚତା ୪୫ ହାତ ୧୨ ଆଙ୍ଗୁଳି । ରଥର ସାରଥି ଚତୁର୍ମୁଖ ବ୍ରହ୍ମା, ରଥର ରଜୁର ନାମ ସ୍ୱର୍ଣ୍ଣ ଚୂଡ଼ ଓ ଶଙ୍ଖ ଚୁଡ଼ । ଏଥିରେ ଦୁଇଟି ଅଶ୍ୱ ଧାବମାନ ମୁଦ୍ରାରେ ସୁସଜ୍ଜିତ । ଏହି ଦିବ୍ୟ ରଥରେ ରଥାରୁଢ଼ା ହୋଇ ମା ନଅ ଥର ବେଢ଼ା ପରିକ୍ରମଣ କରନ୍ତି ।
ରଥ ଭୁବନେଶ୍ୱରରେ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ଚୈତ୍ର ଶୁକ୍ଳ ଅଷ୍ଟମୀ (ଅଶୋକାଷ୍ଟମୀ) ଦିନ ଗୋଟିଏ ରଥରେ ଏକ ମାଇଲ ଦୂରବର୍ତ୍ତୀ ରାମେଶ୍ୱର ମନ୍ଦିରକୁ ନିଆଯାଇ କିଛିଦିନ ସେଠାରେ ଅବସ୍ଥାପିତ କରି ପୁଣି ବଡ଼ଦେଉଳକୁ ବାହୁଡ଼ାଇ ଅଣାଯାଏ । ଭୁବନେଶ୍ୱରର ରଥ ୪ ଚକ ବିଶିଷ୍ଟ; ରଥର ନାମ ରୁକ୍ମଣୀ ବା ରୁକୁଣା ରଥ ଏ ରଥ ଯେଉଁଆଡ଼େ ମୁହଁ କରି ଯାଇଥାଏ ସେଆଡ଼ରୁ ଆଉ ମୁହଁ ଫେରାଏ ନାହିଁ ବାହୁଡ଼ା ଦିନ ରଥର ଆଗପାଖର ସାଜ ସଜ୍ଜାକୁ ଆଣି ପଛ ପାଖରେ ଲଗାଇ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କୁ ବାହୁଡ଼ାଇ ଅଣାଯାଏ । ଏଥିପାଇଁ ଢ଼ଗ ଅଛି ଯେ, 'ରୁକୁଣା ରଥ ଆଉ ନ ଫେରେ' ।
ରଥଯାତ୍ରା ଶ୍ରୀଜଗନ୍ନାଥଙ୍କ ରଥର ୧୬ ଚକ ଷୋଳକଳାର, ବଳଭଦ୍ରଙ୍କର ୧୪ ଚକ ଚତୁର୍ଦ୍ଦଶ ମନ୍ୱନ୍ତରର ଓ ସୁଭଦ୍ରାଙ୍କ ୧୨ ଚକ ବାରମାସର ଦୃଷ୍ଟି ଆକର୍ଷଣ କରିଥାଏ ।
ରଥଯାତ୍ରା ଠାକୁରମାନେ ରଥାରୂଢ଼ ହେବା ପୂର୍ବରୁ ବିଶ୍ଵକର୍ମା ମହାରଣା , ଦରଜୀ ସେବକ, କୋଠ ସୁଆଁସିଆ ପ୍ରଭୃତି ସେବକ ତିନି ରଥର ଆବଶ୍ୟକୀୟ ମରାମତି କାର୍ଯ୍ୟ ପୂର୍ବଦିନରୁ କରି ଦେଇଥାନ୍ତି।
ଜୟଦ୍ରଥ ' ଜୟଦ୍ରଥ' ଶବ୍ଦଟି ଦୁଇଟି ସଂସ୍କୃତ ଶବ୍ଦରୁ ଉପନ୍ନ । ' ଜୟ' ଓ 'ରଥ 'ର ସମ୍ମିଳନରେ ଏହାର ଉପ୍ପତି । ଏହା ବିଜୟୀ ରଥର ଅଧିକାରୀଙ୍କୁ ବୁଝାଏ ।