Top 10 similar words or synonyms for ରଥ

ରଥର    0.826581

ପହଣ    0.777383

ରଥଯ    0.764484

ପହ    0.756813

ରଥକ    0.751521

ଵଜ    0.712965

ହଦ    0.692743

ଅଣସର    0.682284

ରଥଖଳ    0.677396

ଉଙ    0.674470

Top 30 analogous words or synonyms for ରଥ

Your secret weapon. Online courses as low as $11.99

Article Example
ରଥ ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ଵକର୍ମା ଓ ତାଙ୍କର ସହଯୋଗୀଗଣ ରଥନିର୍ମାଣରେ ପ୍ରବୃତ୍ତ ହୋଇଥାନ୍ତି । ପ୍ରତ୍ୟେକ ରଥନିର୍ମାଣର ବିଶେଷ ବିଧି ରହି ଆସିଛି । ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଉଚ୍ଚତା ତେତିଶହାତ ପାଞ୍ଚ ଆଙ୍ଗୁଳି । ଏହି ରଥ ନିର୍ମାଣ ନିମିତ୍ତ ଆଠଶହ ବତିଶ ଖଣ୍ଡ କାଷ୍ଟ ଆବଶ୍ୟକ ହୋଇ ଥାଏ । ତଦନୁଯାୟୀ ବିଶ୍ଵକର୍ମା ନନ୍ଦିଘୋଷ ରଥର ବିଭିନ୍ନ ଆଂଶକୁ ଆଧାର କରି ଆଠଶହ ବତିଶଖଣ୍ଡ କାଷ୍ଠ ପ୍ରସ୍ତୁତ କରିଥାନ୍ତି । ଏହି ରଥର ଷୋହଳଗୋଟି ଚକ ନିର୍ମାଣ କରାଯାଏ ଏବଂ ପ୍ରତ୍ୟେକଟି ଚକର ବ୍ୟାସ ସାତଫୁଟ ରଖାଯାଏ । ପ୍ରତ୍ୟେକଟି ଚକରେ ଷୋହଳଟି ଲେଖାଏଁ ଅର ନିର୍ମାଣ ହୋଇ ସଂଯୁକ୍ତ ହୁଏ । ଅଖଦ୍ଵାରା ଚକଗୁଡ଼ିକୁ ସଂଯୋଗ କରାଯାଇ ତହିଁଉପରେ ପଟା ପକାଯ।ଏ । ରଥ ନିର୍ମାଣର ସୁବିଧା ଦୃଷ୍ଟିରୁ ଅପରାଜିତା ପୂଷ୍ପଂରେ ରଥର ବିଭିନ୍ନ ବିଭାଗ ନିର୍ଣ୍ଣୟ କରାଯାଇଛି । ସେହି ଚଉତିରିଶିଟି ବିଭାଗ ହେଉଛି ଚକ, ଦଣ୍ଡିଆ, ଅର, ବାଙ୍କି, ହ°ସପଟା, କଣି, ଶଙ୍ଖଦ୍ଵାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳନାହାକା, ମକରଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥୀ ପୀଢ଼, କୁମ୍ଭପଟି, ଆଠ ନାହାକା, ବାଙ୍କି, ପୀଢ଼, ଚାଷୀପଟା, ଦଣ୍ଡ।, ପାରାଭାଡ଼ି, ଖପୂରୀ, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଡି, ଦଣ୍ଡ, ଚକ୍ର ଓ କପିକେତନ । ବିଶ୍ଵକର୍ମ। ଓ ସେମାନଙ୍କ ସହଯୋଗୀଗଣ ଏହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କରିଥାନ୍ତି । ରଥ ଉପରେ ଯେଉଁ ଦେବପୀଠ ନିର୍ମାଣ କରାଯାଏ ତାହାକୁ କନକମଞ୍ଚା କୁହାଯାଏ । ଏହାର କ୍ଷେତ୍ରଫଳ ପଇଁତିରିଶି ବର୍ଗଫୁଟ ରଖାଯାଏ । ରଥର ଚକ ଗୁଡ଼ିକ ଲୁହ ସଦୃଶ ସୁଦୃଢ଼ ଏବଂ ଅର କଷ୍ଟ ତଥା ଆକ୍ଷ ଓ କୁବର ସୁଦୃଢ଼ ଭiବରେ ନିର୍ମାଣ କରି ବi ନିମିତ୍ତ ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି । ଅଧୂକନ୍ତୁ, ରଥର ଚତୁର୍ଦିଗରେ ବିଚିତ୍ର ଭାବଶାବଲ୍ୟ ଗଠିତ କାଷ୍ଠପୁତ୍ତଳିକା ସମୃହ ଓ ମଧ୍ୟଭାଗରେ ଦେବୀ ନିର୍ମାଣ ହେବା ବିଧେୟ ବୋଲି ଉଲ୍ଲେଖ ରହିଛି । ବିଶ୍ଵକର୍ମାଗଣ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଥା’ନ୍ତି । ବେଦୀ ଉପରେ ଯେଉଁ ଚନ୍ଦ୍ରାତାପ ଦିଆଯାଏ ତାହାର ନାମ କନକମୁଣ୍ଡାଇ । ରଥ ଶୀର୍ଷରେ ଦଧିନଉତି ସ୍ଥାପିତ ହୁଏ । ଏହାର ନାମ ହିରଣା ଗର୍ଭା ଦଧିନଉତିର ଦୁଇ ପାଖରେ ଦୁଇଟି ଓଲଟଶୁଆ ନିର୍ମିତ ହୋଇ ଖଞ୍ଜାଯାଏ ସେହି ଓଲଟଶୁଆ ଦୁଇଟିର ନାମ ଜୀବ ଓ ପରମ । ଦଧନଉତି ଉପରେ ତିନି ଗୋଟି କଳସ ସ୍ଥାପନ କରାଯାଏ`। ସେହି କଳସ ତିନିଗୋଟିର ନାମ ନଭ, ଦେବ୍ୟାମ ଓ ଆକାଶ । କଳସ ଉପରେ ସୁଦର୍ଶନ ଚକ୍ର ସ୍ଥାପନ ଉପରେ ଟ୍ରିଲୋକ୍ୟମୋହିନୀ ନେତ ବନ୍ଧାଯାଏ । ରଥର ଚାରିଦ୍ଵାରରେ ଚାରିଗୋଟି ନାନାପ୍ରକାର କାରୁକାର୍ଯ୍ୟରେ ବିଭୂଷିତ ଓ ହେମପଟ୍ଟ ବିମଣ୍ଡିତ ହୋଇଥାଏ । ଏହାକୁ ବାଇଶି ହାତ ଉଚ୍ଚତା ବିଶିଷ୍ଟ କରାଯ।ଇ ପତାକାମାଳାରେ ଅଳଙ୍କୃତ କରାଯାଏ ତଥା ରକ୍ତ ଚନ୍ଦନ କାଷ୍ଠ ନିର୍ମିତ ଗରୁଡ଼ଧ୍ବଜ ଚିହ୍ନରେ ଚିହ୍ନିତ କରାଯାଏ । ଏହି ଗରୁଡ଼ଙ୍କର ଶରୀର ସ୍ଥୁଳ, ନାସିକା ଦୀର୍ଘ, କର୍ଣ୍ଣ ଦ୍ଵୟ କୁଣ୍ଡଳ ବିଭୂଷିତ ତଥା ସର୍ବାଙ୍ଗ ଅଳଙ୍କାରାବୃତ୍ତ ହୋଇଥାଏ ଏବଂ ସେ ଚଞ୍ଚୁପୁଟରେ ସର୍ପ ଧରିଥା’ନ୍ତି ।
ରଥ ଭୁବନେଶ୍ୱରରେ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ଚୈତ୍ର ଶୁକ୍ଳ ଅଷ୍ଟମୀ (ଅଶୋକାଷ୍ଟମୀ) ଦିନ ଗୋଟିଏ ରଥରେ ଏକ ମାଇଲ ଦୂରବର୍ତ୍ତୀ ରାମେଶ୍ୱର ମନ୍ଦିରକୁ ନିଆଯାଇ କିଛିଦିନ ସେଠାରେ ଅବସ୍ଥାପିତ କରି ପୁଣି ବଡ଼ଦେଉଳକୁ ବାହୁଡ଼ାଇ ଅଣାଯାଏ । ଭୁବନେଶ୍ୱରର ରଥ ୪ ଚକ ବିଶିଷ୍ଟ; ରଥର ନାମ ରୁକ୍ମଣୀ ବା ରୁକୁଣା ରଥରଥ ଯେଉଁଆଡ଼େ ମୁହଁ କରି ଯାଇଥାଏ ସେଆଡ଼ରୁ ଆଉ ମୁହଁ ଫେରାଏ ନାହିଁ ବାହୁଡ଼ା ଦିନ ରଥର ଆଗପାଖର ସାଜ ସଜ୍ଜାକୁ ଆଣି ପଛ ପାଖରେ ଲଗାଇ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କୁ ବାହୁଡ଼ାଇ ଅଣାଯାଏ । ଏଥିପାଇଁ ଢ଼ଗ ଅଛି ଯେ, 'ରୁକୁଣା ରଥ ଆଉ ନ ଫେରେ' ।
ରଥ ରଥର ସମ୍ମୁଖଦ୍ଵାରରେ କଳ୍ପବୃକ୍ଷର ଦୁଇଟି ପତ୍ର ଅଙ୍କାଯାଏ । ଏହି ନନ୍ଦିଘୋଷ ରଥକୁ ରକ୍ତପୀତ୍ତ ବର୍ଣ୍ଣ ଆବରଣରେ ଅବୃତ୍ତ କରାଯIଏ ।
ରଥ ସାରଥୀ ଅର୍ଜୁନ ଏବଂ ରୋଚିକା, ମୋଚିକା, ଜିତା ଓ ଅପରାଜିତ ଅଶ୍ଵ ନୂତନ ଭାବରେ ନିର୍ମିତ ହୋଇଥାନ୍ତି । ପାର୍ଶ୍ଵ ଦେବାଦେବୀ, ସାରଥୀ ଓ ଅଶ୍ଵ ନିର୍ମାଣ ହେବାପରେ ସଂପୃକ୍ତ ରଥରେ ସଂଯୁକ୍ତ କରାଯାଏ । ସୂଚନାଯୋଗ୍ୟ ଯେ, ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଧରୁ ଜଗନ୍ନାଥ ନନ୍ଦିଘୋଷରେ, ବଳଭଦ୍ର ତାଳଧ୍ଵଜରେ ଓ ଦେବୀ ସୁଭଦ୍ରା ତଥା ସୁଦର୍ଶନ ଦେବଦଳନ ରଥରେ ବିଜେ ହୋଇ ଘୋଷଯାତ୍ରାରେ ରଥତ୍ରୟ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ।
ରଥ ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ତିଥିରୁ ରଥାନୁକୂଳ ହୋଇ ଜଗନ୍ନାଥଙ୍କ ନିମିତ୍ତ ନନ୍ଦିଘୋଷ, ବଳଭଦ୍ରଙ୍କ ନିମିତ୍ତ ତାଳଧ୍ଵଜ ଓ ସୁଭଦ୍ରାଙ୍କ ନିମିତ୍ତ ଦେବଦଳନ ରଥ ନିର୍ମାଣ ଆରମ୍ଭ କରାଯାଏ । ବୈଦିକ ୟୁଗରୁ ଭାରତରେ ରଥାରୋହଣର ଭବ୍ୟ ପରମ୍ପରା ରହିଛି । ଏହି ପୁରୋଦୃଷ୍ଟିରେ ଠାକୁରଙ୍କର ରଥ ତିନିଗୋଟି ବେଦବିହିତ ଶିଳ୍ପଶାସ୍ତ୍ର ମାନସାର , ଅପରାଜିତା ପୂଷ୍ପଂ, ଶୁଲ୍ୟସୂତ୍ର, ବିଶ୍ଵକର୍ମୀୟ ରଥ ନିର୍ମାଣ ପଦ୍ଧତି, ଗୃହକଣ୍ଡିକା ଓ ଶିଳ୍ପସାର ସଂଗ୍ରହ ବର୍ଣ୍ଣିତ ପଦ୍ଧତିରେ ନିର୍ମାଣ ହେଇଥାଏ । ଦେବୀ ଚର୍ଚ୍ଚିକା ହେଉଛନ୍ତି ରଥ ନିର୍ମାଣର ଇଷ୍ଟଦେବୀ । ଶ୍ରୀନଅର ସମ୍ମୁଖରେ ଏହି ଦେବୀ ବିରାଜିତା । ତେଣୁ ସେହି ସ୍ଥାନରେ ରଥଖଳା କରାଯାଇ ରଥ ନିର୍ମାତା ବିଶ୍ଵକର୍ମା ଓ ସହଯୋଗୀ ମହାରଣାଙ୍କଦ୍ଵାରା କରାଯାଏ । ଦେବୀ ଚର୍ଚ୍ଚିକାଙ୍କ କରୁଣାରୁ ଶାସ୍ତ୍ରୀୟ ବିଧୂରେ ରଥ ନିର୍ମଣ ସୁରୁଖୁରୁରେ ସଂପନ୍ନ ହେଇଥାଏ ବୋଲି ବିଶ୍ଵାସ ରହିଛି ।
ରଥ ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ଵଜ । ଏହାର ଉଚ୍ଚତା ବତିଶି ହାତ ଦଶ ଆଙ୍ଗୁଳି କରାଯାଏ । ସାତଶହ ତେଷଠି ଖଣ୍ଡ କାଠରେ ଏହି ରଥ ନିର୍ମିତ ହୋଇଥାଏ । ଏହି ରଥ ନିମିତ୍ତ ଚଉଦଟି ଚକ ନିର୍ମିତ ହୁଏ ଏବଂ ପ୍ରତେକ ଚକରେ ଚଉଦଟି ଲେଖାଏଁ ଅର ସଂଯୁକ୍ତ କରାଯାଏ । ନନ୍ଦିଘୋଷ ରଥ ସଦୃଶ ଏହି ରଥରେ ଚକରେ ଅଖ ଓ ଦଣ୍ଡା ସଂଯୁକ୍ତ କରାଯାଇ ପଟା ପକାଯାଏ । ଏହି ରଥରେ ଚଉତିରିଶି ବର୍ଗଫୁଟ ବିଶିଷ୍ଟ ମେରୁ କୈଳାସ ପୀଠ ନିର୍ମିତ ହୁଏ । ଉପରେ ଯେଉଁ ଦଧିନଉତି ସ୍ଥାପନା ହୁଏ ତାହାର ନାମ ଭୁବନକୋଷ । ଦଧୂନଉତିର ଦୁଇ ପାର୍ଶ୍ଵରେ ଦୁଇଟି ଶୁଆ ନିର୍ମିତ ହୋଇ ରଖାଯାଏ । ଏହାଙ୍କ ନାମ ସୁପର୍ଣ୍ଣା ଓ ଦ୍ଵାସୁପର୍ଣ୍ଣା । ଦଧିନଉତି ଉପରେ ଭୁବନ, ବିଶ୍ଵ ଓ ପୃଥିବୀ ନାମକ ତିନିଗୋଟି କଳସ ସ୍ଥାପନ ହୁଏ । ତହିଁ ଉପରେ କଳ ସଂହାର ଚକ୍ର ସଂଯୋଜିତ ହୋଇ ଉନ୍ନନି ନେତ ବନ୍ଧାଯାଏ । ଧ୍ଵଜରେ ଅଷ୍ଟଦଳ ପଦ୍ମ ଓ ତାଳ ବା ଦର୍ପଣ ରଖାଯାଏ । ରଥପୀO ଉପରେ କନକମେଖଳା ଚନ୍ଦ୍ରାତପ ଟଣାଯାଏ । ରଥ ସମ୍ମୁଖ ଦ୍ଵାରରେ ପଞ୍ଚପତ୍ର ବିଶିଷ୍ଟ ତାଳ ଗଛ ଅଙ୍କିତ ହେଇଥାଏ । ନୀଳଲୋହିତ ଆବରଣରେ ଏହି ରଥ ଆବୃତ୍ତ କରାଯାଏ । ଦେବୀ ସୁଭଦ୍ରାଙ୍କ ରଥର ନାମ ଦେବଦଳନ । ଏହି ରଥ ତିରିଶ ହାତ ଉଚ୍ଚତା ବିଶିଷ୍ଟ ନିର୍ମାଣ କରାଯIଏ I ସାତଶହ ଏଗାର ଖଣ୍ଡ କାଠରେ ନିର୍ମିତ ଏହି ରଥ ନିମିତ୍ତ ବାରଗୋଟି ଚକ ନିର୍ମିତ ହୁଏ । ପ୍ରତ୍ୟେକ ଚକରେ ବାରଗୋଟି ଲେଖାଏଁ ଅର ସଂଯୁକ୍ତ ହୁଏ । ରଥ ଉପରେ ତେତିଶ ବର୍ଗ ଫୁଟ ବିଶିଷ୍ଟ କାମ୍ପଲ୍ୟ ପୀଠ ନିର୍ମିତ ହୁଏ । ଏହା ଉପରେ ଯେଉଁ ଚନ୍ଦ୍ରତାପ ଟଣାଯାଏ ତାହାର ନାମ ବୀରଘଣ୍ଟା । ସମ୍ମୁଖଦ୍ଵାରରେ କଳ୍ପଲତିକାର ଚିତ୍ର ଅଙ୍କନ କରାଯାଏ । ଶୀର୍ଷରେ ଯେଉଁ ଦଧିନଉତି ସଂସ୍ଥାପନ କରାଯାଏ ତାହାର ନାମ ହରିଣ୍ମୟୀ ଏବଂ ଏହା ଦୁଇ ପାର୍ଶ୍ଵରେ ଶୃତି ଓ ସ୍ମୃତି ନାମକ ଦୁଇ ଗୋଟି ଶୁଆ ରଖାଯାଏ । ଦଧିନଉତି ଉପରେ ପରା, ଅପରା ଓ ବୈଖରୀ କଳସ ସ୍ଥାପନ ହୋଇ ଦୀପ୍ତ ନାମକ ଚକ୍ରରେ ନାଦାମ୍ବିକ ନେତ ବନ୍ଧାଯାଏ । ରଥଟିକୁ କୃଷ୍ଣ ଲୋହିତ ଆବରଣରେ ଆବୃତ୍ତ କରାଯIଏ ।
ରଥ ନବକଳେବରରେ ଏହି ନବନିର୍ମିତ ଦର୍ଶନ କଲେ ସାୟୁଜ୍ୟ ମୁକ୍ତି, ସର୍ବବିଘ୍ନ ନାଶ ଓ ରୋଗସନ୍ତାପ ଦୂରୀଭୂତ ହୁଏ ବୋଲି ଲୋକବିଶ୍ୱାସ ରହିଛି । ପଞ୍ଚରାତ୍ର ଉପାସନା ଧାରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନିତ୍ୟନୈମିତ୍ତିକ ସେବା ସଂପନ୍ନ କରାଯାଏ । ପାଞ୍ଚରାତ୍ର ମତରେ ମହୋତ୍ସବର କେନ୍ଦ୍ରବିନ୍ଦୁ ମନ୍ଦିର ହୋଇଥିବାରୁ ରଥତ୍ରୟ ମନ୍ଦିର ଆକୃତିରେ ଗଢ଼ାଯାଏ । ଠାକୁରମାନେ ଶ୍ରୀଗୁଣ୍ଡିଚା ତିଥିରେ ରଥାରୋହଣ କରିବା ପୂର୍ବରୁ ରଥ ତିନୋଟିକୁ ବୈଦିକ ବିଧିରେ ପ୍ରତିଷ୍ଠା କରାଯାଏ । ଶ୍ରୀମନ୍ଦିରର ପୁରୋହିତ ଏହି ପ୍ରତିଷ୍ଠା କାର୍ଯ୍ୟ ସଂପନ କରିଥାଆନ୍ତି । ରଥପ୍ରତିଷ୍ଠା ପରେ ଠାକୁରମାନେ ରଥାରୋହଣ କରିବା ପର୍ଯ୍ୟନ୍ତ ତଥା ରଥାରୋହଣ ପରେ ରଥରେ ମନୁଷ୍ୟ, ପକ୍ଷୀ, ମାର୍ଜାର, ନେଉଳ ପ୍ରଭୂତି ଅଶୁଭଙ୍କର ପ୍ରାଣୀ ଆରୋହଣ ନକରିବା ନିମିତ୍ତ ବିଶେଷ ଧାନ ଦିଆଯାଏ । ରଥ ତିନିଗୋଟି ପ୍ରତିଷ୍ଠା ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ ହୋଇଥାଏ । ଠାକୁରମାନେ ପହଣ୍ଡିରେ ଅାସି ରଥାଋଢ଼ ହେବାପରେ ପାରମ୍ପରିକ ରୀତିରେ ପୂର୍ବ ବର୍ଷମାନଙ୍କ ଭଳି ଘୋଷଯାତ୍ରା ହୋଇଥାଏ । ସେହି କ୍ରମରେ ବାହୁଡ଼ା ଯାତ୍ରା, ରଥ ଉପରେ ସୁନାବେଶ ଓ ନୀଳାଦ୍ରି ବିଜେ ହୋଇଥାଏ । ନବକଳେବର ଗ୍ରହଣ କରିଥବା ଠାକୁରମାନେ ଘୋଷଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ନବଯୌବନ ଗ୍ରହଣ କରି ଅବା ଠାକୁର ମାନଙ୍କୁ ଦର୍ଶନ କରିବାକୁ ନବକଳେବର ବର୍ଷ ଅଧ୍ୟକସଂଖ୍ୟକ ଭକ୍ତ ଓ ଦୂର ଦେଶଗତ ଯାତ୍ରୀ ଆଗମନ କରିଥାନ୍ତି । ଶାନ୍ତି ଶୃଙ୍ଖଳା, ସ୍ଵାସ୍ଥ୍ୟ ବ୍ୟବସ୍ଥା ପ୍ରଭୂତିର ସୁପରିଚାଳନା ନିମିତ୍ତ ପ୍ରଶାସନ ବିଶେଷ ଯତ୍ନ ନେଇଥାନ୍ତି । ସାଧାରଣ ବର୍ଷର ଘୋଷଯାତ୍ରା ଅପେକ୍ଷା ନବକଳେବର ବର୍ଷର ଘୋଷଯାତ୍ରାର ସ୍ଵାତନ୍ତ୍ର୍ୟ ରହିଥାଏ ।
ରଥ ରଥ ପୁରୀରେ ରଥ ଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହକୁ ଗୁଣ୍ଡିଚା ମନ୍ଦିରକୁ ନେବା ପାଇଁ ବ୍ୟବହୃତ କାଠତିଆରି ଯାନ । ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ବିଗ୍ରହମାନ ରଥରେ ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରି ସେଠାରେ ସପ୍ତାହକାଳ ଅବସ୍ଥାନ ପରେ ଦଶମୀ ଦିନ ବଡ଼ ଦେଉଳକୁ ବାହୁଡ଼ନ୍ତି । ଗୁଣ୍ଡିଚା ମନ୍ଦିରକୁ ଯିବା ଦିନକୁ ରଥଯାତ୍ରା ବା ଗୁଣ୍ଡିଚା ଫେରିବା ଦିନକୁ ବାହୁଡ଼ା ଯାତ୍ରା ବୋଲାଯାଏ ।
ରଥ ଦାରୁବ୍ରହ୍ମଙ୍କର ନବକଳେବର ହେଲେ । ପୁରାତନ ବିଗ୍ରହଙ୍କ ସମେତ ପୁରାତନ ରଥ, ସାରଥୀ, ପାର୍ଶ୍ଵ ଦେବତ। ପ୍ରଭୃତିଙ୍କୁ ମଧ ଗୋଲକ ସମାଧ ଦିଆଯାଏ । ପୂର।ତନ ବିଗ୍ରହଙ୍କୁ କୋଇଲି ବୈକୁଣ୍ଠର ଯେଉଁ ସ୍ଥାନରେ ଗୋଲକ ସମାଧି ଦିଆଯାଏ ତହିଁର ଅନତି ଦୂରରେ ଅନ୍ୟ ଗୋଟିଏ ଗାତ ଖୋଳାଯାଇ ରଥ ଓ ତହିଁର ସକଳ ଅଂଶ ବିଶେଷକୁ ପୋତି ଦିଆଯାଏ । ଚତୁର୍ଦାମୂର୍ତ୍ତିଙ୍କର ନବକଳେବର ହେବା ସହିତ ନୂତନ ରଥ, ସାରଥୀ, ପାର୍ଶ୍ଵଦେବତା ଓ ଶୁଆ ପ୍ରଭୂତି ନିର୍ମାଣ କରାଯାଏ ।
ରଥ ପୂର୍ବେ ବୈଦିକ ଯୁଗରେ ଅର୍ଥାତ୍ ୪ ହଜାର ବର୍ଷ ପୂର୍ବେ ଭାରତୀୟ ଆର୍ଯ୍ୟମାନେ ରଥର ବ୍ୟବହାର ଜାଣୁଥିବାରୁ ସ୍ପଷ୍ଟ ପ୍ରମାଣ ଋଗ୍ ବେଦ ଓ ଯଜୁର୍ବେଦରୁ ମିଳେ ରଥରେ ଅଶ୍ୱମାନେ ସାରଥିଦ୍ୱାରା ନିଯନ୍ତ୍ରିତ ହେଉଥିଲେ ରଥକୁ ଶିଳ୍ପୀ ଓ ମୂତ୍ରଧରମାନେ ପ୍ରସ୍ତୁତ କରୁଥିଲେ ଯୁଦ୍ଧରଥ ଗେଚର୍ମ ଆଦିରେ ଆଚ୍ଛାଦିତ ହେଉଥିଲା । ରଥରେ ରଥସ୍ୱାମୀଙ୍କର ପରିଚୟସୂଚକ ପତକା ଉଡ଼ୁଥିଲା । ରଥର ଅଭ୍ୟନ୍ତରରେ ଯୋଦ୍ଧାମାନଙ୍କର ଅସ୍ତ୍ରଶସ୍ତ୍ର ରକ୍ଷିତ ହେଉଥିଲା । ଅଶ୍ୱମାନେ ରଜ୍ଜୁଦ୍ୱାରା ରଥରେ ସଂଯୁକ୍ତ ଓ ଚାଳିତ ହେଉଥିଲେ ପୁରାଣ ଆଦିରେ ଭିନ୍ନ ଭିନ୍ନ ରଥ ଓ ଉକ୍ତ ରଥମାନଙ୍କୁ ଟାଣିବା ପାଇଁ ଭିନ୍ନଭିନ୍ନ ଜନ୍ତୁ ନିୟୋଜିତ ହେବା ଉଲ୍ଲେଖ ଅଛି ଶ୍ରୀକୃଷ୍ଣ, ଅର୍ଜୁନ, ନଳ ଓ ରୁକ୍ମଣୀ ଆଦି ସାରଥି ରୂପରେ ରଥ ଚଳାଇ ଥିବା ମଧ୍ୟ ଉଲ୍ଲେଖ ଅଛି ଭିନ୍ନ ଭିନ୍ନ ଯୋଦ୍ଧାଙ୍କର ଭିନ୍ନ ଭିନ୍ନ ପତାକା ବା ଧ୍ୱଜ ଚିହ୍ନିତ ରଥ ଥିଲା ଯୋଦ୍ଧାମାନେ ରଥରେ ଚଢ଼ି ଧନୁବାଣ ପ୍ରୟୋଗ ପୂର୍ବକ ଯୁଦ୍ଧ କରୁଥିଲେ ଏମାନଙ୍କୁ ରଥୀ ବୋଲାଯାଉଥିଲା । ରଥମାନ ଶୂନ୍ୟମାର୍ଗରେ ମଧ୍ୟ ଗମନାଗମନ କରୁଥିଲା । ରାବଣ ଲଙ୍କାରୁ ରଥ (ପୁଷ୍ପକ ବିମାନ)ରେ ଆସି ସୀତାଙ୍କୁ ରଥରେ ବସାଇ ଶୂନ୍ୟମାର୍ଗରେ ନେଇ ଯାଇଥିଲା ରାମଚନ୍ଦ୍ର ରଥରେ ବସି ସୀତାଙ୍କୁ ସଙ୍ଗରେ ଘେନି ଲଙ୍କାରୁ ଫେରି ଆସିଲେ କାବ୍ୟମାନେ ମଧ୍ୟ ରାଜାମାନେ ରଥରେ ଯିବା ଆସିବା କରିବା ଉଲ୍ଲେଖ ଅଛି । କିନ୍ତୁ ଐତିହାସିକ ଯୁଗରେ ରଥର ବ୍ୟବହାର ପ୍ରମାଣ ଦେଖା ଯାଇନାହିଁ ।