Top 10 similar words or synonyms for ମଦନ

ରଜମ    0.771903

ମଦନମ    0.768362

ନରନ    0.747149

ଥଜ    0.747030

ଘନଶ    0.745557

ଷମର    0.739880

ଟମହ    0.729700

ମନମ    0.729100

ରଳମ    0.724456

ଗଣପତ    0.717350

Top 30 analogous words or synonyms for ମଦନ

Article Example
ମଦନ ମୋହନ ମାଲବ୍ୟ ୧୯୪୬ ନଭେମ୍ବର ୧୨ରେ ୮୫ ବର୍ଷ ବୟସରେ ବନାରସରେ ତାଙ୍କର ପରଲୋକ ହୋଇଥିଲା ।
ମଦନ ମୋହନ ମାଲବ୍ୟ ଆନ୍ନି ବେସାନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ପଣ୍ଡିତ ମାଲବ୍ୟ ଶିକ୍ଷାର ବିକାଶ ଦିଗରେ ବିଶେଷ ମନୋନିବେଶ କଲେ । ବାରଣାସୀର କାମଚ୍ଚାରେ ଆନ୍ନି ବେସାନ୍ତ ସେଣ୍ଟ୍ରାଲ ହିନ୍ଦୁ କଲେଜ ପ୍ରତିଷ୍ଠା କରିଥିଲେ ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ହୋଇଥିଲା । ୧୯୦୪ରେ ସେ ବନାରସ ମହାରାଜା ପ୍ରଭୁ ନାରାୟଣ ସିଂହଜୀଙ୍କୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ୩୧ ଡିସେମ୍ବର ୧୯୦୫ରେ ବାରଣାସୀ ଟାଉନହଲରେ ଡି.ଏନ. ମହାଜନଙ୍କ ଅଧ୍ୟକ୍ଷତାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଗଲା । ୧୯୧୧ରେ ଡ. ଆନ୍ନି ବେସାନ୍ତଙ୍କ ସହାୟତାରେ କାଶୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତାବ ଗୃହିତ ହୋଇଥିଲା ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ସୋସାଇଟି ୨୮ ନଭେମ୍ବର, ୧୯୧୧ରେ ପ୍ରତିଷ୍ଠା କରାଗଲା । ମାର୍ଚ୍ଚ ୨୫, ୧୯୧୫ରେ ସାର ହରକୋର୍ଟ ବଟଲର ଇମ୍ପେରିଆଲ ଲେଜିସଲେସନ କାଉନସିଲରେ ଏକ ବିଲ ପାସ କରାଇଥିଲେ । ଫେବୃଆରୀ ୪, ୧୯୧୬ରେ ମାଘ ଶୁକ୍ଳ ପ୍ରତିପଦାରେ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା ଏବଂ ଏହି ଅବସରରେ ଏକ ଉତ୍ସବ ପାଳନ କରାଯାଇଥିଲା । ସଂସ୍କୃତ ଶିକ୍ଷଣକୁ ସର୍ବଦା ମହତ୍ୱ ଦେବା ସହିତ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ପରିସର ମଧ୍ୟରେ ଗୀତା ପ୍ରବଚନ ଦେବାର ଯେଉଁ ପରମ୍ପରା ସେ ଆରମ୍ଭ କରିଥିଲେ ତାହା ଆଜି ମଧ୍ୟ ସତତ ଜାରି ରହିଛି । କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ନିର୍ମିତ କାଶୀ ବିଶ୍ୱନାଥ ମନ୍ଦିରର ଦ୍ୱାରରେ ଲେଖା ଥିବା "ହିନ୍ଦୁନାଂ ମାନବର୍ଧନଃ' ହିଁ ତାଙ୍କର ସବୁବେଳେ ଜୀବନର ଉଦ୍ଧେଶ୍ୟ ଥିଲା ।
ମଦନ ମୋହନ ମାଲବ୍ୟ ମଦନ ମୋହନ ମାଲବ୍ୟ (୧୮୬୧-୧୯୪୬) ଏକାଧାରରେ ଜଣେ ମହାନରାଷ୍ଟ୍ର ଭକ୍ତ, ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିଦ, ସାମାଜିକ ସଂସ୍କାରକ, ଅନେକ ସମ୍ବାଦପତ୍ରର ସମ୍ପାଦକ, ଆଇନଜିବୀ ଏବଂ ଓଜସ୍ୱୀ ବକ୍ତା ଥିଲେ । ପଣ୍ଡିତ ମାଲବ୍ୟଙ୍କ ପିତା ଥିଲେ ପଣ୍ଡିତ ବ୍ରଜନାଥ ଓ ମାତା ଥିଲେ ଶ୍ରୀମତୀ ମୁନା ଦେବୀ । ମାଲବ୍ୟଙ୍କ ପିତା ସଂସ୍କୃତ ଭାଷାର ପଣ୍ଡିତ ଥିଲେ । ପଣ୍ଡିତ ବ୍ରଜନାଥଙ୍କ ଜେଜେ ବାପା ଥିଲେ ପଣ୍ଡିତ ପ୍ରେମାଧାର ପ୍ରୟାଗ ଆସିବା ପରେ ନିଜର ପାଣ୍ଡିତ୍ୟପୂର୍ଣ୍ଣ ଓ ଭାବପୂର୍ଣ୍ଣ ଭାଷଣ ହେତୁ ମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ନିଜ ପୂର୍ବଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମଦନମୋହନ ଏକ ନୂତନ ଭାରତର କଳ୍ପନା କରିଥିଲେ ଏବଂ ନୂଆ ରାଜନୈତିକ ନେତୃତ୍ୱ ଦେବା ପାଇଁ ସେ ବଦ୍ଧପରିକର ହେବାସହ ଶିକ୍ଷାକ୍ଷେତ୍ରରେ ଅବିସ୍ମରଣୀୟ ଭୂମିକା ନିର୍ବାହ କରିଥିଲେ । ସମ୍ମାନରେ ତାଙ୍କୁ ପଣ୍ଡିତ ମଦନ ମୋହନ ମାଲବ୍ୟ ଓ ମହାମନା ବୋଲି ସମ୍ବୋଧନ କରାଯାଉଥିଲା ।
ମଦନ ମୋହନ ମାଲବ୍ୟ ମାଲବ୍ୟ ଜଣେ ପ୍ରଖ୍ୟାତ ଓକିଲ ଥିଲେ । ଚୌରା-ଚୌରା କାଣ୍ଡରେ ୧୭୭ ଭାରତୀୟଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ଫାଶୀଦଣ୍ଡ ଶୁଣାଯାଇଥିଲା । ତେବେ ମାଲବ୍ୟଙ୍କ ଉଦ୍ୟମ ଯୋଗୁଁ ୧୫୬ଜଣ ଫାଶୀଦଣ୍ଡରୁ ବର୍ତ୍ତିଯାଇଥିଲେ ।
ମଦନ ମୋହନ ମାଲବ୍ୟ ମାତ୍ର ପାଞ୍ଚବର୍ଷ ବୟସରୁ ସେ ମହାଜନୀ ପାଠଶାଳାରେ ସଂସ୍କୃତ ଭାଷାରେ ଶିକ୍ଷାରମ୍ଭ କରିଥିବା ବେଳେ ହନୁମାନ ଭକ୍ତ ପାଲଟିଥିଲେ ଏବଂ ପ୍ରତଦିନ ହନୁମାନଙ୍କୁ ପୂଜା କରୁଥିଲେ । ୧୫ବର୍ଷ ବୟସରୁ ସେ ଛଦ୍ମନାମ ମକରନ୍ଦରେ କବିତା ଲେଖିବା ଆରମ୍ଭ କରିଥିଲେ । ୧୬ବର୍ଷ ବୟସରେ ସେ ମୀର୍ଜାପୁରର ପଣ୍ଡିତ ନନ୍ଦଲାଲଙ୍କ କନ୍ୟା କୁନ୍ଦନ ଦେବୀଙ୍କୁ ବିବାହ କରିଥିଲେ । ପ୍ରୟାଗ ସରକାରୀ ଉଚ୍ଚବିଦ୍ୟାଳୟରୁ ୧୮୬୮ରେ ସେ ମାଟ୍ରିକ୍ୟୁଲେସନ ପାସ କରିଥିଲେ । ପରେ ସେ ମହୀଶୂର ସେଣ୍ଟ୍ରାଲ କଲେଜରେ ନାମ ଲେଖାଇଥିଲେ । ବିଭିନ୍ନ ସ୍କୁଲ ଓ କଲେଜରେ ପଢି କଲକାତା ବିଶ୍ୱବିଦ୍ୟାଳୟରୁ ବି.ଏ ଉପାଧି ପ୍ରାପ୍ତ କରିଥିଲେ ।
ମଦନ ମୋହନ ମାଲବ୍ୟ ୧୯୬୧ରେ ତାଙ୍କର ଜନ୍ମଶତବାର୍ଷିକୀ ପରିପ୍ରେକ୍ଷୀରେ ତାଙ୍କ ବାସଗୃହ ମାଲବ୍ୟ ଭବନକୁ ସ୍ମାରକୀସ୍ଥଳରେ ପରିଣତ କରାଯାଇଥିଲା । ଏହି ମହାମାନବଙ୍କ ଜୀବନୀ, ସଂଗ୍ରାମ, ଆଦର୍ଶ ସମ୍ପର୍କରେ ଏଠାରେ ଗବେଷଣା କରାଯାଉଛି । ଏଥିରେ ଗୀତା-ଯୋଗ ଲାଇବ୍ରେରୀ, ଯୋଗ ସାଧନ କେନ୍ଦ୍ର, ଗୀତା ସମିତି, ମାଲବ୍ୟ ଅଧ୍ୟୟନ ସଂସ୍ଥାନ, ମାଲବ୍ୟ ମୂଲ୍ୟବୋଧ ଗବେଷଣା କେନ୍ଦ୍ର ରହିଛି । ୨୦୧୪ରେ ଭାରତ ସରକାର ମାଲବ୍ୟଙ୍କୁ ମରଣୋତ୍ତର ଭାବେ ‘ଭାରତରତ୍ନ’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
ମଦନ ମୋହନ ମାଲବ୍ୟ ମାଲବ୍ୟ ୨୫ ଡିସେମ୍ବର ୧୮୬୧ ମସିହାରେ ଉତ୍ତର ପ୍ରଦେଶର ପ୍ରୟାଗ (ଆହ୍ଲାବାଦ)ରେ ଏକ ରକ୍ଷଣଶୀଳ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ମଦନ ମୋହନ ମାଲବ୍ୟ ୧୮୮୦ରେ ସେ ପ୍ରତିଷ୍ଠା କରିଥିଲେ ହିନ୍ଦୁ ସମାଜ । ସନାତନ ଧର୍ମର ମହାନତାର ପ୍ରସାର ସହ ସାମାଜିକ ସଂସ୍କାର କାର୍ଯ୍ୟରେ ନିୟୋଜିତ ମାଲବ୍ୟ ବିଭିନ୍ନ ସଂଗଠନ ପ୍ରତିଷ୍ଠା କରିଥିଲେ ଏବଂ ଅନେକ ପତ୍ରିକାର ସମ୍ପାଦନା କରିଥିଲେ । ସେ ପ୍ରୟାଗ ହିନ୍ଦୁ ସମାଜ ମଧ୍ୟ ଗଠନ କରିଥିଲେ ଏବଂ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଅନେକ ଲେଖା ପ୍ରକାଶ କରିଥିଲେ । ୧୮୮୪ରେ ସେ ହିନ୍ଦି ଉଦ୍ଧାରିଣୀ ପ୍ରତିନିଧି ସଭାର ସଦସ୍ୟ ହୋଇଥିଲେ । ୧୮୮୭ରେ ସେ ଭାରତ ଧର୍ମ ମହାମଣ୍ଡଳ ପ୍ରତିଷ୍ଠା କରିଥିଲେ ଏବଂ ଏହା ଜରିଆରେ ହିନ୍ଦୁ ସଂସ୍କୃତିର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ । ୧୮୮୭ରେ ସେ "ହିନ୍ଦୁସ୍ଥାନ'ର ସମ୍ପାଦନା ଆରମ୍ଭ କରିଥିଲେ । ୧୮୮୯ରେ ସେ ଇଣ୍ଡିଆନ ୟୁନିଅନର ସମ୍ପାଦନା କରିଥଲେ । ୧୮୯୧ରେ ସେ ଆହ୍ଲାବାଦ ହାଇକୋର୍ଟରେ ଆଇନଜୀବୀ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୧୩ରେ ସେ ଆଇନ ସେବା ଛାଡ଼ି ବ୍ରିଟିଶ ବିରୋଧୀ ସଂଗ୍ରାମରେ ଝାସ ଦେଇଥିଲେ ଏବଂ ରାଷ୍ଟ୍ରର ସେବା କରିବା ପାଇଁ ଆଗେଇ ଆସିଥିଲେ । ଉଚ୍ଚଆଶାରେ ବ୍ରତୀ ଶିକ୍ଷାର୍ଥୀଙ୍କୁ ଅଧିକ ଜ୍ଞାନ ଯୋଗାଇବା ସକାଶେ ସେ ଆହ୍ଲାବାଦରେ ମ୍ୟାକଡୋନାଲଡ ହିନ୍ଦୁ ହଷ୍ଟେଲ ପ୍ରତିଷ୍ଠା କରିଥିଲେ ଏବଂ ୧୮୮୯ରେ ଏକ ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ । ୧୯୧୬ ଯାଏ ସେ ଆହ୍ଲାବାଦ ମ୍ୟୁନିସିପାଲିଟିର ସଦସ୍ୟ ଭାବେ ରହିଥିଲେ । ଅନେକ ବର୍ଷ ଯାଏ ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୦୭ରେ ବସନ୍ତ ପଞ୍ଚମୀରେ ସେ ହିନ୍ଦୀ ସାପ୍ତାହିକୀ "ଅଭ୍ୟୁଦୟ'ର ପ୍ରକାଶନ ଆରମ୍ଭ କରିଥିଲେ । ୧୯୦୯ରେ ଇଂରାଜୀ ଖବରକାଗଜ ‘ଦ ଲିଡର’ ସ୍ଥାପନା କରିଥିଲେ । ଶିକ୍ଷା, ସାମ୍ବାଦିକତା ଓ ଓକିଲାତି କ୍ଷେତ୍ରରେ ସେ ସକ୍ରିୟ ଭୂମିକା ତୁଲାଇଥିଲେ । ୧୯୧୯ରେ ସେ ପ୍ରୟାଗରେ କୁମ୍ଭମେଳାରେ ଆରମ୍ଭ କରିଥିଲେ ପ୍ରୟାଗ ସେବା ସମିତି । ଏହା ଜରିଆରେ ସେ ତୀର୍ଥଯାତ୍ରୀମାନଙ୍କ ସେବା କରିଥିଲେ ।
ମଦନ ମୋହନ ମାଲବ୍ୟ ମାଲବ୍ୟ କଂଗ୍ରେସର ଦ୍ୱିତୀୟ ଅଧିବେଶନ (କଲକାତା-୧୮୮୬)ରୁ ନେଇ ଶେଷ ନିଃଶାସ ଛାଡ଼ିବା ପର୍ଯ୍ୟନ୍ତ ସ୍ୱରାଜ ପାଇଁ କଠୋର ପରିଶ୍ରମ କରିଥିଲେ । ୧୯୦୯, ୧୯୧୮, ୧୯୩୦, ୧୯୩୨ରେ ମାଲବ୍ୟ ୪ଥର କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ । ମାଲବ୍ୟ ହିନ୍ଦୁ ମହାସଭାର ପ୍ରାରମ୍ଭିକ ଏବଂ ପ୍ରଭାବଶାଳୀ ନେତା ଥିଲେ ଓ ହିନ୍ଦୁ ମହାସଭାକୁ ୧୨ ବର୍ଷ ଧରି ନେତୃତ୍ୱ ଦେଇ ଥିଲେ । ମହାତ୍ମା ଗାନ୍ଧୀ ତାଙ୍କୁ ସବୁବେଳେ ଜ୍ଞାନର ମହାସାଗର ତଥା ନିଜର ଆଧ୍ୟାତ୍ମିକ ଗୁରୁର ମାନ୍ୟତା ଦେଉଥିଲେ । ସ୍ୱଦେଶର ତାଙ୍କର ବ୍ରତ ବସ୍ତୁ, ବିଚାର, ବ୍ୟବହାର, ଭାଷା ଏବଂ ଶିଳ୍ପ ସହିତ ସ୍ୱସଂସ୍କୃତିର ଜୀବନ ମୂଲ୍ୟବୋଧ ପ୍ରତି ଆସ୍ଥାବାନ ଥିଲା । ସେ ଗୋମୁଖଠାରୁ ଗଙ୍ଗାସାଗର ପର୍ଯ୍ୟନ୍ତ ଗଙ୍ଗା ନଦୀର ଅବିରଳ ପ୍ରବାହକୁ ଅବରୁଦ୍ଧ କରାଯିବାର ତୀବ୍ର ବିରୋଧ କରିଥିଲେ । ସେ ଗଙ୍ଗା ମହାସଭା ଗଠନ କରି ଇଂରେଜମାନଙ୍କ ବିରୁଦ୍ଧରେ ଏ ସଂକ୍ରାନ୍ତରେ ଆନ୍ଦୋଳନ କରିଥିଲେ ଓ ଶେଷରେ ଇଂରେଜ ଶାସକମାନଙ୍କୁ ବାଧ୍ୟ ହୋଇ ଗଙ୍ଗାର ଅବିରଳ ଧାରାକୁ ସଂରକ୍ଷିତ କରିବାକୁ ପଡିଥିଲା । ଏନି ବେସାନ୍ତ ତାଙ୍କ ସମ୍ପର୍କରେ ଥରେ କହିଥିଲେ ଯେ ମୁଁ ଏହାକୁ ଅତ୍ୟନ୍ତ ଦୃଢତାର ସହିତ କହିପାରିବି ଯେ ବିଭିନ୍ନ ମତ ମଧ୍ୟରେ କେବଳ ପଣ୍ଡିତ ମଦନ ମୋହନ ମାଲବୀୟ ଭାରତୀୟ ଏକତାର ମୂର୍ତ୍ତି ରୂପେ ଠିଆହୋଇଛନ୍ତି ।
କଳାକଳେବର ଚଉତିଶା ଥିର ମଦନ ସଂଘାତରେ କାମ ଦେଲା ଭୁଲାଇ |