Top 10 similar words or synonyms for ବହଳ

ଅଠ    0.786638

ଚକଟ    0.767294

ମଟର    0.765727

ଛଣ    0.758285

ଖଇ    0.756217

ଉଳକ    0.755040

ଉସପ    0.751786

ମଇଦ    0.743295

ଚଟଣ    0.740209

ପଲଉ    0.737650

Top 30 analogous words or synonyms for ବହଳ

Article Example
ଲିଆ ଲିଆ (ବା ଖଇ)ଧାନକୁ ଭାଜି ସେଥିରୁ ତିଆରି କରାଯାଉଥିବା ଏକ ପ୍ରକାର ଖାଦ୍ୟ ।) ଏହା ଓଡ଼ିଶାରେ ମୁଖ୍ୟତ ଖିଆହୁଏ । ଏହାକୁ ଖଇ ମଧ୍ୟ କୁହାଯାଇଥାଏ । ଏଥିରୁ ତିଆରି ଅନ୍ୟ ଏକ ଖାଦ୍ୟ ହେଲା ଉଖୁଡ଼ା ଯାହା "ଲିଆ"ରେ ଗୁଡ଼ ପାଗ ଦେଇ ତିଆରି କରାଯାଇଥାଏ । .ଚାଉଳକୁ ତତଲା ବାଲିରେ ଭାଜି ଏହା ତିଆରି କରାଯାଇଥାଏ । ଏଥିରେ ତରଳ ଓ ବହଳ ଗୁଡ଼ ପାଗ ଦେଇ ଉଖୁଡ଼ା ତିଆରି କରାଯାଇଥାଏ । ଲିଆରୁ ତିଆରି କୋରାଖଇ ଲିଙ୍ଗରାଜଙ୍କ ପାଖରେ ଭୋଗ ରୂପେ ଲାଗିଥାଏ ।
ଲଡୁ  ଏହା ଏକ ଲୋକପ୍ରିୟ ମିଷ୍ଠାନ୍ନ । ଏହାର ପ୍ରସ୍ତୁତି ବିଧି ମଧ୍ୟ ସରଲ । ବେସନକୁ ଚିନି ସହିତ ମିଶେଇ ବହଳ ଘୋଳ କଳା ପରେ ତାକୁ ବଲ ଆକାରର କରି ଗରମ ଘିଅରେ ଛଣା ଯାଇଥାଏ । ତାକୁ ଭଲ ଭାବରେ ଘାନ ସ୍ଵରନିମ ରଙ୍ଗ ହେବା ଯାଏ ଛାଣି ତାକୁ ଚିନି ସିରାରେ ପକା ଯାଏ । ତାହା ଉପରେ ସିଲଭର ଫଏଲ, ଓ ପିଷ୍ଟ ବାଦାମ ଖଣ୍ଡ ଦେଇ ସଜାଇ ଦିଅ ଯାଏ । ଏହି ଲଡୁକୁ ବେଶ କିଛି ଦିନ ରଖା ଯାଇପାରେ ।  
କାଜୁ ବର୍ଫି କାଜୁ ବର୍ଫି ,( କାଜୁ କଟାରୀ ନାମରେ ଭି ପରିଚିତ) ଏକ ଭାରତୀୟ ସୁମିଷ୍ଟ ଖାଦ୍ୟ । ଏହାକୁ କ୍ଷୀର ସହିତ ଗୁଣ୍ଡ ଅବସ୍ଥାରେ ମିଶେଇ ତାକୁ ବହଳ ହେବା ଯାଏ ଫୁଟା ଯାଏ । ଏହା ସହିତ ଅନନ୍ୟ ଶୁଷ୍କ ଫଳ ତଥା କେଶର ମଧ୍ୟ ମିଶା ଯାଇଥାଏ  ।ତାହା ପରେ ତାକୁ ଥାଳିରେ ବିଛେଇ ଥଣ୍ଡା ହେବା ଯାଏ ଛାଡି ଦେଇ ତାକୁ ସାଇଜରେ କଟା ଯାଇଥାଏ । 
ଗଜା ମଇଦାରେ ଘିଅ ପକାଇ ଅଳ୍ପ ପାଣି ଦେଇ ଚକଟା ଯାଏ । ଘିଅ ବା ରିଫାଇନ ତେଲକୁ ଖାସ୍ତା କୁହାଯାଏ । ଏହି ଖାସ୍ତା ବେଶୀ ହେଲେ ଗଜା ଛାଣିଲା ବେଳେ ଖୋଲିଯାଏ ଓ କମ ହେଲେ ଟାଣ ହୁଏ । ତେଣୁ ଉପଯୁକ୍ତ ଅନୁପାତରେ ଖାସ୍ତା ଦେଇ ଚକଟା ତିଆରି କରାଯାଏ । ଏହି ସମୟରେ କିଛି ଅଳେଇଚ ଗୁଣ୍ଡ ଏଥିରେ ଛିଞ୍ଚାଯାଏ । ତାହା ପରେ ବଡ଼ କାଠପଟାରେ ବେଲଣା ବାଡ଼ିରେ ୧ ଇଞ୍ଚ ବହଳର ମୋଟ କରି ବେଲାଯାଏ । ତାହାକୁ ଛୁରିରେ ଖଣ୍ଡ ଖଣ୍ଡ କରି କାଟି ଛଣାଯାଏ | ଆଉ ଏକ ପାତ୍ରରେ ବହଳ ଚିନି ସିରା କରି ସେଥିରେ ଛଣା ଗଜା ସବୁକୁ ପକାଯାଏ । ଏସବୁ ସିରାରେ ବୁଡ଼ି ରହିବା ପରେ ଫୁଲିଯାଏ ।
ରଥଯାତ୍ରା ୧୦ ବାହି ପ୍ରକାରେ ଗୋଜଫୁଲି କରି ଜଳନ୍ତରିଆ ଖୋଜ ବିନ୍ଧ କରିବ । ଧାରଣା ବାହି ଉପରେ ଜିଆ ୮ ଚଉଠରେ ନାଇକା ବିନ୍ଧ କରିବ। ନାଇକା ପାଖ ଜଳନ୍ତରିଆ ଖିଜ ୪ ଚଉଠ ୧୨ଅଙ୍ଗୁଳ ଉଚ୍ଚ ଖୁସି କରିବ । ଏଥି ଉପରେ ଛନ୍ଦା ପକାଇବ। ଚକଡା ଚାରିପାଖ ଧାରଣାକୁ ଛନ୍ଦାକୁ ଟୀକା କରିବ। ଧାରଣା ଉପରଠାରୁ ଜିଆ ମିଶି ନାଇକା ୧୪ ଚଉଠ ରଖି ଖୁସି କରିବ। ସିଂହାସନର ଉଚ୍ଚ ୧୨ ଅଙ୍ଗୁଳ କରିବ। ଜିଆ ବହଳ ୧୨ ଆଙ୍ଗୁଳ କରିବ। ଓସାର ୧ ଚଉଠା ନାଇକା ଉପରେ ୮ଚଉଠାଇ ଚଉତାଳ କରିବ।
ରଥଯାତ୍ରା ପ୍ରଥମେ ଭୂଇଁ ଲଦିବ। ଭୂଇଁ ବହଳ ୫ ଅଙ୍ଗୁଳ ଫୁଲି ଠାରୁ ଭୂଇଁ ଅଁଳା, ୨ ଚଉଠ ୪ ଅଙ୍ଗୁଳ। ଭୂଇଁ ମଝାଲ ସୂତା ଠାରୁ ୨ ଅଙ୍ଗୁଳ ରଖି ଗୈ ହାଣିବ। ପାଖୁଡା ୩ ଚଉଠ ୪ ଅଙ୍ଗୁଳ, କୋଣ ପାଖୁଡା ୧ ଚଉଠ ୪ ଅଙ୍ଗୁଳ, ଫୁଲି ଠାରୁ ୧ ଚଉଠ ଲେଖା ଛାଡି ଦୁଇ ପାଖୁଡା ବସାଇବ। ଏହି ପରି ଚାରିପାଖେ ୧୬ ଗୋଟି ପାଖୁଡା ମାରିବ। ଫୁଲି ଠାରୁ ୧ ଚଉଠ ୨ ଅଙ୍ଗୁଳ ଲେଖାରେ ହଂସପାଦି ପକାଇ ୧ ଚଉଠ ଉଚ୍ଚରେ ଚଢେଇ ଖୋଜ ବସାଇବ। ଏଥି ଉପରେ ପାଖୁଡା ହଂସ ପାଦି ମାରିବ। ଚାରି ପାଖେ ହାରାମାଳି ମାରିବ। ଏଥି ଉପରେ ୬ ଚଉଠରେ ବିନ୍ଧ କରି ୮ ଅଙ୍ଗୁଳ ଛାଡି ଓରା ପକାଇବ। ଏହ ପରେ ୨ୟ ଭୂଇଁ, ୨ୟ ପାଖୁଡା ମାରିବ। ଏପରି ଚାରିଦିଗେ ୧୨ ପାଖୁଡା ମାରିବ। ତୃତୀୟ ପୁର ଭୂଇଁ ଚଉତାଳ ୬ ଚଉଠରେ ବସିବ।
ରଥଯାତ୍ରା ଶିଳ୍ପସାର ସଂଗ୍ରହ ପୋଥିରେ ୨ୟ ଖଣ୍ଡରେ ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ମୋଟ ୨୭ ଭାଗ କରାଯାଇଛି। ପ୍ରତ୍ୟେକ ଭାଗକୁ ଚଉଠା ଓ ଚଉଠା ଦେଢ଼ ଭାଗକୁ ଅଙ୍ଗୁଳ ବା କଳା କୁହାଯାଏ। ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା। ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ। ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ୨ୟ ଧାରଣାର ଲମ୍ବ ୨୧ ଚଉଠା ଓ ୩ୟ ଧାରଣାର ଲମ୍ବ ୧୫ ଚଉଠା। ମୁହାଣର ଲମ୍ବ ୧୫ ଚଉଠା,କୁଡୁକାର ଲମ୍ବ ଧାରଣ ମହଲାକୁ ୩ ଚଉଠା, ଏପରି ଚାରି କୋଣରେ ୮ କୁଡୁକା ଦେବ। ବଡ଼ ଦୁଇ ଅଖ ଲମ୍ବ ୩୦ ଚଉଠା, ଛୋଟ ଦୁଇ ଅଖ ଲମ୍ବ ୨୪ ଚଉଠା। ଏହି ଏକ ଚଉଠାକୁ ୧୨ ଭାଗ କରାଯାଏ। ୧୭ ଚଉଠ ୮ ଅଙ୍ଗୁଳରେ ବଡ଼ ଅଖ ଦୁଇ ଗୋଟି ପୁଡା ଡାଇ ହାଣିବ। ଗୁଳିର ଉଚ୍ଚ ୫ ଚଉଠ ୮ ଅଙ୍ଗୁଳ ଗୁଳି ବହଳ ଛାଡି ଛାଡି ଅଖରେ କାନ କିଳା ବିନ୍ଧ କରିବ । ମୁହାଣକୁ ଗୁଳି ନିଶ୍ଵାସ ୮ ଅଙ୍ଗୁଳ ଛାଡି ଧାରଣାରେ ଅଖର କାବିଳା କଣ୍ଟା ବିନ୍ଧ କରିବ । ମୁହାଣ ମଝାଲକୁ ୮ ଚଉଠ ୪ ଅଙ୍ଗୁଳ ଛାଡି ବଡ଼ ଅଖ କାବିଳା ବିନ୍ଧ ଧାରଣାରେ କରିବେ ।
ବରାହ ମନ୍ଦିର ଭୌମକର ଶାସନର ପୂର୍ବରୁ ବରାହ ବିଷ୍ଣୁଙ୍କର ଏକ ମନ୍ଦିର ଯାଜପୁରରେ ଥିଲା କିମ୍ବା ସେମାନଙ୍କ ସମୟରେ ହୁଏତ ଏକ ମନ୍ଦିର ନିର୍ମିତ ହୋଇଥିଲା । କିମ୍ବଦନ୍ତୀରୁ ଜଣାଯାଏ ଯେ ଯଯାତି କେଶରୀ ବରାହ ମନ୍ଦିର ନିର୍ମାଣ କରିଥିଲେ । ଏହାର ଏକମାତ୍ର କାରଣ ଏହି ଯେ ରାଜା ଯଯାତି ଯଜ୍ଞ ବରାହ ଓ ଲକ୍ଷ୍ମୀ ବରାହ ସ୍ଥାପନ କରି ପ୍ରାଚୀନ ଆରାଧନାର ପରମ୍ପରାକୁ ଉଜ୍ଜୀବୀତ କରିଥିଲେ । କିନ୍ତୁ ତାଙ୍କଦ୍ୱାରା ମନ୍ଦିର ନିର୍ମାଣ ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ ମିଳେ ନାହିଁ । ଯେତେଦୂର ଜଣାଯାଏ ଭୌମିକରମାନଙ୍କ ସମୟରେ ନିର୍ମିତ ବରାହ ବିଷ୍ଣୁଙ୍କର ମୂଳ ମନ୍ଦିରକୁ ସଂସ୍କାର କରାଇଥିଲେ । ଅଧୁନା ଅବସ୍ଥିତ ମନ୍ଦିରକୁ ଐତିହାସିକମାନେ ୧୫୦୦-୧୬୦୦ ଶତାବ୍ଦୀ ମଧ୍ୟରେ ସ୍ଥାପିତ ହୋଇଥିବାର କଥା କୁହନ୍ତି । ମାଦଳା ପାଞ୍ଜିରୁ ଜଣାଯାଏ ଯେ ସୂର୍ଯ୍ୟବଂଶୀ ଗଜପତି ପ୍ରତାପରୁଦ୍ର ଦେବ (୧୪୯୭-୧୫୪୦ଖ୍ରୀଷ୍ଟ) ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇ ଯାଜପୁରଠାରେ ବରାହ ମନ୍ଦିର ନିର୍ମାଣ କରିଥିଲେ । ପ୍ରତାପରୁଦ୍ରଙ୍କ ମନ୍ତ୍ରୀ ତଥା ଗୁରୁ କାଶୀ ମିଶ୍ରଙ୍କ ପରାମର୍ଶରେ ସେ ଏହି ମନ୍ଦିର ନିର୍ମାଣ କରିଥିବା କଥା କୁହାଯାଏ । ବର୍ତ୍ତମାନ ମନ୍ଦିରର ବିମାନ ଓ ମୁଖଶାଳାର ଉଚ୍ଚତାରେ ଅସ୍ୱାଭାବିକ ଅସାମଞ୍ଜସ୍ୟ ଲକ୍ଷ୍ୟଣୀୟ । ଏଥିରୁ ଏହା ଏକ ଭଗ୍ନ ମନ୍ଦିର ଓ ପରବର୍ତ୍ତୀ ସମୟରେ ମରାମତି ହୋଇଥିବା କଥା ଜଣାଯାଏ । ବିମାନଟି ରେଖ ଦେଉଳ ଶୈଳୀରେ ନିର୍ମିତ ହେଲେ ମଧ୍ୟ ମୁଖଶାଳାର ଭିତର ଗଠନ ଶୈଳୀ ଅତ୍ୟନ୍ତ ମନୋରମ । ଏହାର ଗମ୍ବୁଜ ସଦୃଶ ଗଠନ ଓ ଚିତ୍ରିତ ଉପରିଭାଗ ଅନ୍ୟତ୍ର କ୍ୱଚିତ୍ ଦେଖିବାକୁ ମିଳେ । ପଞ୍ଚରଥ ଶୈଳୀରେ ନିର୍ମିତ ଏହି ମନ୍ଦିରଟିରେ ନାଗର, ଦ୍ରାବିଡ ଦେଶର ଓ କଳିଙ୍ଗ ଶୈଳୀର ଏକ ସୁନ୍ଦର ସମନ୍ୱୟ ଥିବା ଦୃଷ୍ଟିଗୋଚର ହୁଏ । ସମଗ୍ର ମନ୍ଦିରଟିର ବହିର୍ଭାଗ ବହଳ ଚୂନ ପ୍ରଲେପଦ୍ୱାରା ଆଚ୍ଛାଦିତ । ଏଣୁ କୌଣସି କାରୁକାର୍ଯ୍ୟ ଦୃଷ୍ଟି ଗୋଚର ହୁଏ ନାହିଁ । ଯେତେଦୂର ମନେହୁଏ ଚୂନ ପ୍ରଲେପ ଅନ୍ତରାଳରେ କୌଣସି କାରୁକାର୍ଯ୍ୟ ନାହିଁ । ମନ୍ଦିରର ଚତୁଃପାର୍ଶ୍ୱରେ ବହୁ ସଂଖ୍ୟକ ମିଥୁନ ମୂର୍ତ୍ତି ରହିଛି । ଏହି ମିଥୁନ ମୂର୍ତ୍ତିଗୁଡ଼ିକ ସ୍ଥାପତ୍ୟ ଦୃଷ୍ଟିରୁ ଭୌମିକର ସମୟର । ଏତଦ୍‌ବ୍ୟତୀତ ଭିକ୍ଷାଟନ ମୂର୍ତ୍ତି, ଆସ୍ତିକ କରତ୍‌କାର ମୂର୍ତ୍ତି, ଭୌମିକ ମୂର୍ତ୍ତି ଓ ପ୍ରାଚୀନ ମନ୍ଦିରର ସୂକ୍ଷ୍ମକଳା ସମ୍ପନ୍ନ ଦ୍ୱାରବନ୍ଧ ଇତ୍ୟାଦି ଦେଖାଯାଏ । ସେଗୁଡ଼ିକ ୭ମ- ୮ମ ଶତାବ୍ଦୀର କଳାକୃତି ଅଟେ । ସୋମବଂଶ ଓ ଗଙ୍ଗବଂଶ କାଳୀନ ସ୍ଥାପତ୍ୟରେ ସମଗ୍ର ମନ୍ଦିର ପରିସରଟି ଭରପୂର । ଏପରିକି ୧୫୦୦- ୧୬୦୦ ଶତାବ୍ଦୀର ଦୁର୍ଗାମୂର୍ତ୍ତି, ଗରୁଡ଼ ମୂର୍ତ୍ତି ଇତ୍ୟାଦି ଦୃଷ୍ଟିଗୋଚର ହୁଏ । କଥିତ ଅଛି ୧୫୦୦ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟ ବରାହନାଥ ଗ୍ରାମରେ ଅବସ୍ଥାନ କରି ବରାହ ବିଷ୍ଣୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ତେଣୁ ସେଠାରେ ଏକ କ୍ଷୁଦ୍ର ମନ୍ଦିରରେ ଚୈତନ୍ୟ ପାଦପୀଠ ସ୍ଥାପନ କରାଯାଇଛି । ସମଗ୍ର ପରିସରଟି ଗୁପ୍ତ ଶାସନ କାଳରୁ ଗଜପତି ଶାସନ କାଳ ପର୍ଯ୍ୟନ୍ତ ନିର୍ମିତ ବିଭିନ୍ନ କଳାତ୍ମକ ମୂର୍ତ୍ତି, ସ୍ଥାପତ୍ୟରେ ପରିପୂର୍ଣ୍ଣ ହୋଇଥିବାରୁ ସମଗ୍ର ଅଞ୍ଚଳଟି ଏକ କ୍ଷୁଦ୍ର ସଂଗ୍ରାହଳୟ ଭଳି ମନେହୁଏ । ଏହି ସମସ୍ତ ସ୍ଥାପତ୍ୟ ଦେଖିଲେ ମନେହୁଏ ଯେ ବରାହ ବିଷ୍ଣୁ ଓ କାଶୀ ବିଶ୍ୱନାଥ ମୁଖଲିଙ୍ଗକୁ କେନ୍ଦ୍ରକରି ଚତୁର୍ଥ ଶତାବ୍ଦୀରୁ ୧୬୦୦ଶତାବ୍ଦୀ ପର୍ଯ୍ୟନ୍ତ ମନ୍ଦିର ଓ ମୂର୍ତ୍ତି ଗଠନରେ ବାରମ୍ବାର ପରିବର୍ତ୍ତନ ଘଟିଛି । ପଶ୍ଚିମ- ଦକ୍ଷିଣ କୋଣରେ ବାରୁଣୀ ତୀର୍ଥ ଓ ବୈତରଣୀ ତୀର୍ଥ ତଥା ଦଶାଶ୍ୱମେଧ ଘାଟର ପାବଚ୍ଛ ଭଳି ବହୁ ସ୍ମୃତି ଓ ସ୍ଥାପତ୍ୟ ନଦୀଗର୍ଭରେ ବିଲୀନ ହୋଇଯାଇଥିବା କଥା ଅସମ୍ଭବ ନୁହେଁ । ବରାହ ଉପାସନର ପରମ୍ପରାରେ ଯାଜପୁର ବ୍ୟତୀତ ଭାରତର ଅନ୍ୟ କୌଣସି ସ୍ଥାନରେ ତ୍ରିବରାହଙ୍କ ଏକତ୍ର ସମାବେଶ ଦେଖିବାକୁ ମିଳେ ନାହିଁ । ତନ୍ମଧ୍ୟରୁ ଲକ୍ଷ୍ମୀ ବରାହ ସମ୍ପୂର୍ଣ୍ଣ ଅଭିନବ ବୋଲି ମନେ ହୁଏ । ବରାହନାଥ ମନ୍ଦିରର ବିଗ୍ରହଗୁଡ଼ିକ ଉତ୍ତରମୁଖୀ ହୋଇ ପଦ୍ମପୁଷ୍ପର ଆସନ ଉପରେ ଚତୁର୍ଭୁଜ ରୂପରେ ଶୋଭିତ । ବିଗ୍ରହଗୁଡ଼ିକର ବାମ ଓ ଦକ୍ଷିଣ ପାର୍ଶ୍ୱର ଉତ୍ତୋଳିତ ହସ୍ତଦ୍ୱୟ ମଧ୍ୟରେ ପ୍ରଳୟ ଜଳରୁ ଉତ୍‌ଥିତ ହୋଇ ଭୂଦେବୀ ଅବସ୍ଥାନ କରିଥିବା ଏବଂ ନିମ୍ନ ହସ୍ତ ଦ୍ୱୟରେ ଶଙ୍ଖ ଓ ଚକ୍ର ଶୋଭା ପାଉଥିବା ଦେଖାଯାଏ । ଶ୍ୱେତ ବରାହଙ୍କ ମସ୍ତକୋପରେ ଲତା ଚିତ୍ରମାନ ଚିତ୍ରିତ । ଯଜ୍ଞ ବରାହ ଓ ଲକ୍ଷ୍ମୀ ବରାହଙ୍କ ଶରୀରରେ ନବୀନ ଶ୍ୟାମଘନ କାନ୍ତି, ତ୍ରିଭଙ୍ଗିମା ଠାଣି ଓ ମୁଖରେ ପ୍ରଣୟ ଭାବ ଦେଖାଯାଏ । ଶାସ୍ତ୍ରୀୟ ନିୟମ ଅନୁସାରେ ଯଜ୍ଞ ବରାହଙ୍କ ପାଖରେ ତାଙ୍କର ଦ୍ୱିପତ୍ନୀ ଭୂଦେବୀ ଓ ଶ୍ରୀଦେବୀ ଥିବାବେଳେ ଏଠାରେ କେବଳ ଭୂଦେବୀଙ୍କୁ ଦେଖିବାକୁ ମିଳେ । ବିଦିଶା ନିକଟବର୍ତ୍ତୀ ଉଦୟଗିରି ଆଦିଶେଷନାଗ ବରାହଙ୍କ ମସ୍ତକ ଉପରେ ତ୍ରେୟାଦଶ ଫଣା ମଧ୍ୟରେ ସର୍ପ ଶରୀର ସହ ମନୁଷ୍ୟ ମସ୍ତକ ମୂର୍ତ୍ତି ସ୍ମୃତି ମୁଦ୍ରାରେ ଦଣ୍ଡାୟମାନ । ପାଦ ପାର୍ଶ୍ୱରେ ସାଗରରାଜା ବରୁଣ ଓ ବରୁଣାଳୀ ମୂର୍ତ୍ତିଦ୍ୱୟ ଯୋଡହସ୍ତ ହୋଇ ଭଗବାନ ବରାହଙ୍କୁ ପୂଜା କରୁଥିବାର ଦୃଶ୍ୟ ପରିଲକ୍ଷିତ ହୁଏ । ଏତତ୍ ବ୍ୟତୀତ ମନ୍ଦିର ଗାତ୍ରମାନଙ୍କରେ ସଂରକ୍ଷିତ ସୂକ୍ଷ୍ମକଳା ମଣ୍ଡିତ ମୂର୍ତ୍ତିଗୁଡ଼ିକର ପୌରାଣିକ କାହାଣୀ ଐତିହାସିକ ତଥ୍ୟର ପ୍ରସ୍ତର ଖୋଦିତ ବର୍ଣ୍ଣନା ଅତ୍ୟନ୍ତ ଚିତ୍ତାକର୍ଷକ । ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ୩ଫୁଟ ୬ଇଞ୍ଚ ବିଶିଷ୍ଟ ଆସ୍ତିକ ଜରଦ୍‌କାରୁ ମୂର୍ତ୍ତି ଆବିଷୃତ । ଏହା ଏକ ମାତୃକା ମୂର୍ତ୍ତି । କୋଳରେ ଶିଶୁ, ମୁଣ୍ଡ ଉପରେ ଫଣାଯୁକ୍ତ ସର୍ପ ଓ ବୃକ୍ଷ ଛାୟା ପରି ଶୋଭିତ । ଏତତ୍‌ଭିନ୍ନ ପ୍ରାଚୀନ ମନ୍ଦିରର ଦ୍ୱାରବନ୍ଧ ୧ଫୁଟ ୮ଇଞ୍ଚ ବିଶିଷ୍ଟ ବୃଦ୍ଧ ଅଭିତାଭ ମୂର୍ତ୍ତି, ଭିକ୍ଷାଟନ ମୂର୍ତ୍ତି ଚତୁର୍ହସ୍ତା ନୃତ୍ୟରତ ଚାମୁଣ୍ଡା, ଭୈରବ ମୂର୍ତ୍ତି ଆଦି ଦେଖିବାକୁ ମିଳେ । ଗବେଷକ ଡଃ ଏକାଦଶୀ ପାଢ଼ୀ ଏହାକୁ ୭ମ-୮ମ ଶତାବ୍ଦୀର ମୂର୍ତ୍ତି ବୋଲି ନିର୍ଦ୍ଧାରଣ କରିଛନ୍ତି ।