Top 10 similar words or synonyms for ବଳଦ

ରଘ    0.759172

ରଜନ    0.754064

ଉଙ    0.737514

ମଥ    0.721625

ରଥଙ    0.703980

ବନମ    0.694342

ଵଜ    0.694146

ଳକଣ    0.682806

ଧବ    0.681818

ଳଧ    0.680633

Top 30 analogous words or synonyms for ବଳଦ

Article Example
ଦଶହରା ବଳଦ ଯାତ୍ରା ଭୁବନର ଐତିହାସିକ, ପାରମ୍ପରିକ ଓ ଗଣପର୍ବ ଭାବେ "ଦଶହରା ବଳଦ ଯାତ୍ରା" ଓ ଦୁର୍ଗାମେଢ଼ ଭସାଣୀ ଯାତ୍ରା ଜଣା । ଏହି ଯାତ୍ରା ଦେଖିବାକୁ ଆଖପାଖ ଗାଁ ଗଣ୍ଡା ସହିତ ପଡ଼ୋଶୀ ଜିଲ୍ଲା ଅନୁଗୁଳ, ଯାଜପୁର, କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରୁ ଲୋକଙ୍କ ସମାଗମ ହୋଇଥାଏ । ଭଦ୍ରକ ଜିଲ୍ଲାର ଏକ ସ୍ଥାନ ବାରୋ-ନୁଆପାଟଣାରେ ମଧ୍ୟ ଏପରି ପରମ୍ପରା ଦେଖିବାକୁ ମିଳେ ।
ଦଶହରା ବଳଦ ଯାତ୍ରା ବଣିଜ ବେପାରକୁ ଶୁଭ ଓ ସଫଳ କରିବା ପାଇଁ ମା’ ବଣିଜାରୀ ଦେବୀଙ୍କୁ ବହୁକାଳରୁ ଏଠାରେ ପୂଜା କରିବାର ପ୍ରଥା ଅଛି । ମହାଳୟା ପୂର୍ବରୁ ଥୋରିଆ ଓ ବଳଦିଆ ଜାତିର ସ୍ତ୍ରୀ ଲୋକମାନେ ଘରଦ୍ୱାର ଲିପାପୋଛା କରିବା ପରେ ଖଣ୍ଡା, ମାଣ, ତାମ୍ବି, ଘଣ୍ଟ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସଫା କରି ପୂଜାର୍ଚ୍ଚନା କରି ରଖିଥାଆନ୍ତି । ପରିବାରର ସମସ୍ତେ ନୂଆ ପରିଧାନ କରି ଦଶ ଜାତିର ଫୁଲ, ଫଳ ଏବଂ ଆରିସା ପିଠା ପ୍ରସ୍ତୁତ କରି ଗାଁ ମା’ ମଙ୍ଗଳାଙ୍କୁ ପୂଜା କରାଯାଏ । ଘର ଦୁଆର ଓ ଅଗଣାରେ ଝୋଟି-ମୁରୁଜ ବୁଣାଯାଏ । ପ୍ରତ୍ୟେକ ଘରକୁ ସାଜସଜ୍ଜା ସହ ଘର ସମ୍ମୁଖରେ ପୂର୍ଣ୍ଣ କଳସ ରଖାଯାଏ । ପର୍ବର ପ୍ରଥମ ଦିନ ଅର୍ଥାତ ବିଜୟା ଦଶମୀରେ ଶୁଭଖୁଣ୍ଟ ବା ବନ୍ଦାଣଖୁଣ୍ଟକୁ ପୂଜାର୍ଚ୍ଚନା କରାଯାଏ । ଏହି ଖୁଣ୍ଟକୁ ପର୍ବ ପୂର୍ବରୁ ମଙ୍ଗଳବାର କିମ୍ବା ସଂକ୍ରାନ୍ତି ତିଥିରେ ସାହି ଦାଣ୍ଡରେ ସ୍ଥାପନ କରାଯାଏ । ମା’ଙ୍କ ଆସ୍ଥାନରେ ନାଲି ରଙ୍ଗରେ ପିଠଉର ଚିତା କୁଟା, ଫୁଲହାର ସିନ୍ଦୁର ଶୋଭିତ ଏକ ଖୁଣ୍ଟକୁ ପୂଜା କରାଯାଏ । ବର୍ଷଯାକ ଏହା ଥାଏ ଏବଂ ନୂଆ ଖୁଣ୍ଟ ପୋତା ହେବା ପରେ ପୁରୁଣା ଖୁଣ୍ଟକୁ ପାଣିରେ ବିସର୍ଜନ କରାଯାଏ । ଘରର ମହିଳାମାନେ ବନ୍ଦାଣ ଖୁଣ୍ଟକୁ ପୂଜା କରିଥାଆନ୍ତି । ବନ୍ଦାଣ ଖୁଣ୍ଟରେ ବଳଦକୁ ବନ୍ଧାଯିବା ସମୟେ ଅଇଁଠା ଖାଦ୍ୟ ଦିଆଯାଇନଥାଏ । ବଳଦକୁ ବନ୍ଦାଣ ଖୁଣ୍ଟରେ ବନ୍ଧାଯିବା ସମୟରେ କେହି ବାହାର ଲୋକ ସ୍ପର୍ଶ କରନ୍ତି ନାହିଁ । ସ୍ପର୍ଶ କଲେ ବଳଦ ଅମାନିଆ ହେବାର ଭୟ ଥାଏ । ତେଣୁ ବଳଦକୁ ଉକ୍ତ ଖୁଣ୍ଟରୁ ଖୋଲିଦିଆଯିବା ପରେ ଆଉ କୌଣସି ଛୁଆଁଅଛୁଆଁ ଭେଦଭାବ ନଥାଏ । ବଳଦ ନ ହୁରୁଡ଼ିବା ପାଇଁ ଖୁଣ୍ଟପୂଜା ମାଧ୍ୟମରେ ବଳଦକୁ ମନ୍ତୁରା ଯାଏ । ରାତ୍ରୀ ପଟୁଆରର ଉଚ୍ଚ ଧ୍ୱନି ମଧ୍ୟରେ ବଳଦଟି ୩/୪ କିମି ଚାଲି ଚାଲି ଯିବାକୁ ହୁଏ । ବଳଦଟି ଉଚ୍ଚ ଶବ୍ଦ ସହ ପରିଚିତ ହେଲେ ଯାଇ ଶୋଭାଯାତ୍ରାରେ ଭାଗନେଇପାରେ । ପ୍ରଶିକ୍ଷଣ ପାଇବା ପରେ ସେହି ବଳଦ ଆଉ ହୁରୁଡ଼ି ନଥାଏ ।
ଦଶହରା ବଳଦ ଯାତ୍ରା ଦଶହରା ବଳଦ ଯାତ୍ରା ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମରେ ଥୋଡିଆ ଓ ବଳଦିଆ ଜାତି ଲୋକଙ୍କଦ୍ୱାରା ପାଳନ ହେଉଥିବା ଏକ ଭିନ୍ନ ଢଙ୍ଗର ଦଶହରା ପର୍ବ । ଏହି ଯାତ୍ରାରେ ଲୋକେ ବଳଦମାନଙ୍କୁ ଆଦର ସହକାରେ ପୂଜାର୍ଚ୍ଚନା କରି ଭସାଣି ଶୋଭାଯାତ୍ରାରେ ସାମିଲ କରିଥାନ୍ତି ।
ଦଶହରା ବଳଦ ଯାତ୍ରା ‘ଭୋବନା’ ନାମକ ଏକ ଗଣ୍ଡ (ଜାତି)ଙ୍କ ମତରେ ରାଣୀ ଭୁବନା ସୁନ୍ଦରୀଙ୍କ ନାମରୁ ଏଇ ଗାଁର ନାମକାରଣ ହୋଇଛି । ଦକ୍ଷିଣ ଏସିଆର ସବୁଠୁ ବଡ଼ ଗ୍ରାମ ଭାବେ ପରିଚିତ । ଗାଁଟି ୧୯୭୨ ମସିହାରେ ଏନଏସିର ମାନ୍ୟତା ପାଇଥିଲା । ଗାଁଟିରେ ପ୍ରାୟ ୩୬ ପାଟକ ବା ଜାତିର ଲୋକ ବାସ କରନ୍ତି । ଭାଇଚାରା ଓ ସଦ୍ଭାବ ବଜାୟ ରଖି ପିଢ଼ି ପରେ ପିଢ଼ି ଖାଣ୍ଟି ଓଡ଼ିଆ ପର୍ବ ଦଶହରାକୁ ଏକ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି ଗ୍ରାମବାସୀ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଦଶହରା ପାଳନ ହେଉଥିବା ବେଳେ ଭୁବନ ଦଶହରାରେ ବଳଦ ହିଁ ମୁଖ୍ୟ ଆକର୍ଷଣ ସାଜିଥାଏ । ଦଶହରାରେ ବଡ଼ ବଡ଼ ବଳଦକୁ ସଜାଯାଇ ପୂଜାର୍ଚ୍ଚନା କରି ଗାଁ ବୁଲାଯାଇଥାଏ । ଦଶହରା ଶେଷ ଅର୍ଥାତ ଭସାଣୀ ଦିନ ବଳଦ ମାନଙ୍କୁ ଶୋଭାଯାତ୍ରା ସାମିଲ କରାଯାଇଥାଏ ।
ଦଶହରା ବଳଦ ଯାତ୍ରା ବଣିଜ ବେପାରକୁ ଶୁଭ ଓ ସଫଳ କରିବା ପାଇଁ ବଣିଜାରୀ ଦେବୀଙ୍କୁ ବହୁକାଳରୁ ଏଠାରେ ପୂଜା କରିବାର ପ୍ରଥା ଅଛି । କିମ୍ବଦନ୍ତୀ କୁହେ, ପୂର୍ବେ ଏହି ଗାଁର ଥୋଡ଼ିଆ ଓ ବଣିଆ ସମ୍ପ୍ରଦାୟର ବ୍ୟବସାୟୀମାନେ ଶଗଡ଼ ଗାଡ଼ି ସାହାଯ୍ୟରେ ଯାତାୟତ ଓ ଜିନିଷ ପରିବହନ କରୁଥିଲେ । ବଳଦିଆ ଜାତିର ଲୋକେ ଶଗଡ଼ ଚଳାଉ ଥିଲେ । ବଳଦଙ୍କ ଲାଗି ଆଖ ପାଖ ଅଂଚଳରେ ବ୍ୟବସାୟ ବଣିଜ ଭଲ ଚାଲିଥିଲା । ଦଶହରା ସମୟରେ ବ୍ୟବସାୟ ହିସାବ କିତାବ, ଦୋକାନ ସାଜ୍ଜ ସଜ୍ଜା, ଖାତା ପୂଜା ଆଦି ହେଉଥିବା ଯୋଗୁଁ ବ୍ୟବସାୟ କିଛିଦିନ ସ୍ଥଗିତ ରହିବା ଫଳରେ ବଳଦଙ୍କୁ ବିଶ୍ରାମ ମିଳେ । ତେଣୁ ଗ୍ରାମବାସୀ ଏହି ସମୟରେ ବଳଦଙ୍କୁ ଶ୍ରଦ୍ଧା ଓ ଆଦର ପୂର୍ବକ ଖାଇବା ଏବଂ ସମ୍ମାନ ଦେଇଥାନ୍ତି । ବଳଦଙ୍କୁ ମାଳି, ଅଳଙ୍କାର, ଘଣ୍ଟି, ଘାଗୁଡ଼ି, ପର, ରଙ୍ଗୀନ ଭେଲଭେଟ କନା ଆଦିରେ ସୁସଜ୍ଜିତ କରି ଗ୍ରାମଦେବତୀଙ୍କ ପାଖକୁ ନେଇ ପୂଜାର୍ଚ୍ଚନା କରିଥାନ୍ତି । ମନ୍ଦିର ଚାରିପଟେ କିଛି ଘେରା ବୁଲେଇ ଘରକୁ ଆଣନ୍ତି ।