Top 10 similar words or synonyms for ବଉଦ

କଳଶ    0.852966

ଇଘର    0.844866

ବରଗଛ    0.842163

ଇଗଡ    0.833179

idr    0.824911

trz    0.823218

ଜବଳ    0.821274

tal    0.819907

guruvayur    0.818729

ଲଗଡ    0.815763

Top 30 analogous words or synonyms for ବଉଦ

Article Example
ଆଠମଲ୍ଲିକ ଅନେକ ବର୍ଷ ଧରି ଆଠମଲ୍ଲିକର ପରିସୀମା ଦକ୍ଷିଣରେ ମହାନଦୀ ଓ ବଉଦ ରାଜ୍ୟ , ଉତ୍ତରରେ ରେଢ଼ାଖୋଲ ଓ ଅନୁଗୋଳ ରାଜ୍ୟ, ପୂର୍ବରେ ଅନୁଗୋଳ ରାଜ୍ୟର ସୋରିଷପାଳ ଓ ଜଗନ୍ନାଥପୁର ଘାଟି ଏବଂ ପଶ୍ଚିମରେ ସୋନପୁର ଓ ରେଢ଼ାଖୋଲ ରାଜ୍ୟର କିଛି ଅଂଶ ମଧ୍ୟରେ ସୀମାବଦ୍ଧ ହୋଇ ରହିଥିଲା । ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଯେତେବେଳେ ଓଡ଼ିଶା ମରହଟ୍ଟା ଶାସନାଧୀନ ହେଲା ଆଠମଲ୍ଲିକର ରାଜା ଶ୍ରୀଧର ଦେଓ ଅନୁଗୋଳର ରାଜାଙ୍କଦ୍ଵାରା ପରାସ୍ତ ହେବାରୁ ଆଠମଲ୍ଲିକର ଷୋଳପଦା ପରଗଣାରୁ ଛେଣ୍ଡିପଦା, ନାଓପଦା ଏବଂ ଆଉ ଏଗାରଟି ପଡା ତାଙ୍କୁ ସମର୍ପଣ କରିଦେଲେ । ଉନ୍ନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆଠମଲ୍ଲିକର ରାଜା ରାମଚନ୍ଦ୍ରଦେଓ (୧୮୨୫-୧୮୫୨) ଏକ ଋଣ ବାବଦରେ ଆଠମଲ୍ଲିକର ଚାରିମଲ୍ଲିକ ଅଞ୍ଚଳକୁ ଅନୁଗୋଳର ରାଜା ସୋମନାଥ ସିଂହ ଜଗଦେବଙ୍କୁ ହସ୍ତାନ୍ତର କରିଦେଲେ । ୧୮୪୮ରେ ଅନୁଗୋଳ ଇଂରେଜ ଶାସନଧୀନ ହେବା ପରେ ଏହି ଅଞ୍ଚଳକୁ ଆଉ ଆଠମଲ୍ଲିକକୁ ଫେରାଇଦିଆଯାଇ ନଥିଲା ।
ଓଡ଼ିଶାର ଇତିହାସ ୧୯୩୬ ମସିହା ଅପ୍ରେଲ ପହିଲା ଦିନ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର ଗଞ୍ଜାମ କୋରାପୁଟ ଓ ସମ୍ବଲପୁରକୁ ନେଇ ୩୨,୬୯୫ ବର୍ଗମାଇଲ ଓ ୮୦ଲକ୍ଷ ୪୩ହଜାର ୬୮୧ ଜନସଂଖ୍ୟାକୁ ନେଇ ନୂତନ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ୧୯୪୮ ମସିହା ଜାନୁଆରୀ ପହିଲା ତାରିଖରେ ୨୩ଟି ଗଡ଼ଜାତର (ଆଠଗଡ଼, ଆଠମଲ୍ଲିକ, କଳାହାଣ୍ଡି, କେନ୍ଦୁଝର, ଖଣ୍ଡପଡ଼ା, ଗାଙ୍ଗପୁର, ଢେଙ୍କାନାଳ, ତାଳଚେର, ତିଗିରିଆ, ଦଶପଲ୍ଲା, ନରସିଂହପୁର, ନୟାଗଡ଼, ନୀଳଗିରି, ପାଟନା, ପାଲଲହଡ଼ା, ବଉଦ, ବଡ଼ମ୍ବା, ବଣାଇ, ବାମଣ୍ଡା, ରଣପୁର, ରେଢ଼ାଖୋଲ, ସୋନପୁର ଓ ହିନ୍ଦୋଳ) ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା । ପରେ ମୟୂରଭଞ୍ଜର ଓଡ଼ିଶା ସହ ମିଶ୍ରଣ ହୋଇଥିଲା । ଏହି ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ଲୋକସଂଖ୍ୟା ପହଞ୍ଚିଲା ୧କୋଟି ୪୬ଲକ୍ଷ ୪୫ହଜାର ୯୪୬ରେ ଓ କ୍ଷେତ୍ରଫଳ ହେଲା ୬୦ହଜାର ୧୭୦ ବର୍ଗମାଇଲ । ୧୯୫୦ ଜାନୁଆରୀ ୨୬ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗହେଲା ମୋଟ ଜିଲ୍ଲା ସଂଖ୍ୟା ହେଲା ୧୩ । ୧୯୯୩ ଏହି ୧୩ଟି ଜିଲ୍ଲା ପୁନର୍ଗଠିତ ହୋଇ ୩୦ଟି ଜିଲ୍ଲା ହେଲା ।
ଚାରି ଶମ୍ଭୁ ମନ୍ଦିର 'ଚାରି ଶମ୍ଭୁ ମନ୍ଦିର ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ଯାଆଁଳା ଶିବ ଓ ବିଷ୍ଣୁ ମନ୍ଦିର । ବଉଦ ସହର ଠାରୁ ୧୬ କି.ମି ଦୂରରେ ଅବସ୍ଥିତ ଜଗତି ଗାଆଁରେ ଏହି ପ୍ରସିଦ୍ଧ ମନ୍ଦିର ଅବସ୍ଥିତ । ସ୍ଥାନୀୟ ଲୋକେ ଯାଆଁଳା ମନ୍ଦିରକୁ ଚାରି ଶମ୍ଭୁ ମନ୍ଦିର କହନ୍ତି। ଯାଆଁଳା ମନ୍ଦିର କହିଲେ , ଗୋଟିଏ ଭିତ୍ତଭୂମି ଉପରେ ଲାଗି ଲାଗି ତିଆରି ହୋଇଥିବା ସମାନ ଆକାରର ଦୁଇଟି ମନ୍ଦିରକୁ ବୁଝାଏ। ମନ୍ଦିର ଦୁଇଟି ସବୁ ଦୃଷ୍ଟିରୁ ଦେଖିବାକୁ ଏକାପରି । ଗୋଟିଏ ମନ୍ଦିରରେ ପୂଜା ପାଉଛନ୍ତି ଭଗବାନ ବିଷ୍ଣୁ ଓ ଅନ୍ୟ ମନ୍ଦିରରେ ଭଗବାନ ଶିବ । ବିଷ୍ଣୁ ପୂଜା ପାଉଥିବା ମନ୍ଦିରଟିର ନାମ ନୀଳମାଧବ ଏବଂ ମହେଶ୍ଵର ପୂଜାପାଉଥିବା ମନ୍ଦିରର ନାମ ସିଦ୍ଧେଶ୍ଵର । ନୀଳମାଧବ ମନ୍ଦିରର ଶିଖରରେ ଶୋଭା ପାଉଛି ନୀଳ କ୍ଲୋରାଇଟ ପଥରରେ ତିଆରି ଚକ୍ର । ସେହି ପରି ସିଦ୍ଧେଶ୍ଵର ମନ୍ଦିରର ଚୂଡା଼ରେ ସ୍ଥାପିତ ହୋଇଛି ଗୋଟିଏ ଶିବଲିଙ୍ଗ । କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ଵରର ମୁକ୍ତେଶ୍ଵର ଓ ପରଶୁରାମେଶ୍ଵର ମନ୍ଦିର ସହ ତୁଳନୀୟ । ଗନ୍ଧରାଡ଼ିର ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ଵାସ କରାଯାଏ ।
ଓଡ଼ିଶାର ଐତିହ୍ୟ ଓଡ଼ିଶା ମନ୍ଦିର ମାଳିନୀ ରାଜ୍ୟ ରୂପେ ସର୍ବତ୍ର ବିତିଦ । ଓଡ଼ିଶାରେ ଥିବା ବିଭିନ୍ନ ମନ୍ଦିରଗୁଡିକର ସଂଖ୍ୟା ଭାରତର ଅନ୍ୟତ୍ର ଥିବା ମନ୍ଦିରଗୁଡିକଠାରୁ ଯଥେଷ୍ଟ ଅଧିକ ବୋଲି କୁହାଯାଏ । ଏହା ମନ୍ଦିର ଗୁଡିକର ଗଠନ ଶୈଳୀ ସ୍ଵତନ୍ତ୍ର ଓ କଳିଙ୍ଗ ଶୈଳୀ ନାମରେ ଖ୍ୟାତ । କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରଗୁଡିକ ସ୍ଥାପତ୍ୟ ଦୃଷ୍ଟିରୁ ତିନି ପ୍ରକାର । ସେଗୁଡିକ ହେଲା : (୧) ରେଖା ଦେଉଳ, (୨) ପିଢା ଦେଉଳ, (୩) ଖାଖରା ଦେଉଳ । ମନ୍ଦିରର ଶିଖର ଓ ଶୀର୍ଷ ଭାଗର ଗଠନ ଶୈଳୀକୁ ଭିତ୍ତି କରି ଏଭଳି ବିଭକ୍ତି କରଣ କରାଯାଇଛି । କଳିଙ୍ଗ ଶୈଳୀର ମନ୍ଦିର ଗୁଡିକ ସପ୍ତମ ଶତାବ୍ଦୀ ଠାରୁ ପଞ୍ଚଦଶ-ଷୋଡ଼ଷ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିର୍ମିତ ହୋଇଥିଲା । ବିଶେଷକରି ଶୈଳୋଦ୍ଭବ, ଭୌମକର, ସୋମବଂଶୀ , ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ପୃଷ୍ଠପୋଷକତାରେ ଏହି ମନ୍ଦିର ଗୁଡିକ ନିର୍ମିତ ହୋଇଥିଲା । ଏ ଗୁଡିକ ଓଡ଼ିଶାର ମନ୍ଦିରନଗରୀ ତଥା ରାଜଧାନୀ ଏକାମ୍ରକ୍ଷେତ୍ର ଭୁବନେଶ୍ଵର ଶଙ୍ଖକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ, ବିରଜାକ୍ଷେତ୍ର ଯାଜପୁର,ଖିଂଚି, ବଉଦ, ଗନ୍ଧରାଡି, ସୋମନାଥତୀର୍ଥ ରାଣୀପୁର ଝରିଆଲ, ନୃସିଂହନାଥ, କୂଆଳ,ବରଗାଁ,ଚଉରାଶି, ନିଆଳି ଏବଂ ପାପଡାହାଣ୍ଡିଠାରେ ଦେଖିବାକୁ ମିଳେ । ତନ୍ମଧୟରୁ ଭୁବନେଶ୍ଵରର ମୁକ୍ତେଶ୍ଵର,ରାଜରାଣୀ ଓ ଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କର ବିଶ୍ଵବିଖ୍ୟାତ ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ । ଏତଦବ୍ୟତିତ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋଡାଇଟାରେ ନିର୍ମିତ ଅନେକ ସୁନ୍ଦର ମନ୍ଦିର ଦେଖିବାକୁ ମିଳେ । ତନ୍ମଧ୍ୟରୁ ବୁଦ୍ଧିକୋମା, କୋମନା ଓ ଇନ୍ଦ୍ରଲାଧ (ରାଣିପୁର ଝରିଆଲ) ମନ୍ଦିର ଉଲ୍ଲେଖଯୋଗ୍ୟ । ଏହି ମନ୍ଦିର ଗୁଡିକର କଳା ଭାସ୍କର୍ଯ୍ୟ ଶୀଳ୍ପୀମାନସର ଚରମ ଅଭିବ୍ୟକ୍ତିର ଏକ ନିଖୁଣ ଚିତ୍ର ପ୍ରଦାନ କରେ ।