Top 10 similar words or synonyms for ଝର

ଦପ    0.792943

ନବରଙ    0.784457

ଗପ    0.781112

ଗଞ    0.767295

ହପ    0.765101

ଟଣ    0.761117

ତହସ    0.756865

କଟସ    0.755935

ଆପଡ    0.755528

ଳଚ    0.750709

Top 30 analogous words or synonyms for ଝର

Article Example
ରାମଚନ୍ଦ୍ର ମର୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ରାମଚନ୍ଦ୍ର ମର୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ଖଲ୍ଲିକୋଟର ନିର୍ମଳ ଝର ନିକଟରେ ଅବସ୍ଥିତ । ଏଠାରେ ବିଜ୍ଞାନ, କଳା ଓ ବାଣିଜ୍ୟ ଏବଂ ଭୋକେସନାଲରେ +୨ ଓ +୩ ଏବଂ ଡିଷ୍ଟାନ୍‌ସରେ ସ୍ନାତୋକୋତ୍ତର ବିଭାଗ ରହିଛି |
ଦେବକୁଣ୍ଡ ଶୀତ ଋତୁରେ ଏହି ଦେବକୁଣ୍ଡକୁ ଦର୍ଶନ କରିବାକୁ ଦର୍ଶକମାନଙ୍କର ପ୍ରବଳ ଭିଡ଼ ଜମେ । ପ୍ରାୟ ଦେବକୁଣ୍ଡ ଶୀତ ଋତୁରେ ଜନାରଣ୍ୟ ହୋଇପଡେ । ଏହିପରି ଚାରୋଟି କୁଣ୍ଡ ଦେଇ ନିମ୍ନଗାମୀ ହୋଇଛନ୍ତି ଦୁଇଟି ନଦୀ ପୁଣି କିଛି ଦୂର ଅତିକ୍ରମ କରି ଦୁଇଧାର ହୋଇ ଯାଇଛନ୍ତି । ପ୍ରଥମେ କଦଳୀ ବାଗାନ୍ - ହଳଦୀ କୁଣ୍ଡ - ଦେବୀକୁଣ୍ଡ - ଦେବକୁଣ୍ଡ - ସାଧାରଣ ମଣିଷର ସ୍ନାନକୁଣ୍ଡକୁ ଆମେ ଜାଣୁ । କିନ୍ତୁ ଜନଶୃତି କହେ ୭ଟି କୁଣ୍ଡ ଏଠାରେ ଅଛି । ଅନ୍ୟ ତିନୋଟି କୁଣ୍ଡ ଏଠାରେ ଅଛି ଯାହା ଆମ୍ଭମାନଙ୍କ ଦୃଶ୍ୟ ବାହାରେ । ଏଗୁଡ଼ିକ କେବଳ ଶବର ଖଡି଼ଆ, ମାଙ୍କଡିଆ ଓ ଶିକାରୀଙ୍କ ଦୃଷ୍ଟକିୁ ଆସିପାରେ । ଏହି ଝର ଦେବକୁଣ୍ଡଠାରୁ ବହୁଦୂରକୁ ଯାଇ ଦୁଇଟି ଝରରେ ପରିଣତ ହୋଇଛି । ଗୋଟିଏ ଦେବଝର ଓ ଅନ୍ୟଟି ଦେଓଝର । ଏହି ଦୁଇଟି ଝର ଆସି ଦେବକୁଣ୍ଡରେ ପଡ଼ିଛନ୍ତି । କଦଳୀ ବନର ଅନେକ ଦୂରରୁ ଏହି ଝର ସୃଷ୍ଟି ହୋଇଥିବାରୁ ଦର୍ଶକ ସେ ପର୍ଯ୍ୟନ୍ତ ଯାଇପାରନ୍ତି ନାହିଁ । ଦର୍ଶକଙ୍କ ଅନୁଭୂତିରେ ପ୍ରଥମ କୁଣ୍ଡ ହଳଦୀ କୁଣ୍ଡ । ଯାହା ଗୋଟିଏ ବଡ଼ ହଳଦୀ ପଥର ଖଣ୍ଡ ନିକଟରେ ଲାଗି ତଳକୁ ବହିଯାଇଛି । ସେହି ପାଣି ତଳେ ଥିବାଛୋଟବଡ଼ ପଥର ଖଣ୍ଡଗୁଡ଼ିକୁ ଘସି ଦେଲେ ହଳଦୀ ରଙ୍ଗ ବାହାରେ । ସେଥିପାଇଁ ତା'ର ନାମ ହଳଦୀ କୁଣ୍ଡ, ଦ୍ୱିତୀୟ କୁଣ୍ଡଟିର ନାମ ଦେବୀକୁଣ୍ଡ । ଏହି କୁଣ୍ଡର ଜଳ କଳା ଓ ସ୍ୱଚ୍ଛ । ଦେବୀକୁଣ୍ଡର ଜଳ ବହୁ ତଳକୁ ଗୋଟିଏ ବଡ଼ ଚଉଡ଼ା ଚକା ପଥର ଉପର ଦେଇ ଗତି କରିଛି । ଏହି କୁଣ୍ଡଟିର ନାମ ଦେବକୁଣ୍ଡ । ଏହି ଦେବୀକୁଣ୍ଡ ଓ ଦେବକୁଣ୍ଡର ପାଶ୍ୱର୍ରେ ଏକ ଦେବୀ ମନ୍ଦିର ଅବସ୍ଥିତ । ଯେଉଁ ମନ୍ଦିରରେ ତାନ୍ତ୍ରିକ ବିଧିରେ ମା' ଅମ୍ବିକା ପୂଜା ପାଉଛନ୍ତି ।
ଲୁଣ କେତେକ ପୁରାତନ ପ୍ରମାଣରୁ ଜଣାଯାଏ ଲୁଣ ପ୍ରସ୍ତୁତିକରଣ ପଦ୍ଧତି ପ୍ରାୟ ୮,୦୦୦ ବର୍ଷର ପୁରୁଣା, ଯେତେବେଳେ ରୋମାନିଆ ଦେଶରେ ଭୂଗର୍ଭରୁ ଆସୁଥିବା ଝର ପାଣିକୁ ସିଝାଇ ଲୁଣ ପ୍ରସ୍ତୁତ କରାଯାଉଥିଲା; ଚୀନ ଦେଶରେ ମଧ୍ୟ ପ୍ରାୟ ସେହି ସମୟରେ ଲୁଣ ପ୍ରସ୍ତୁତି କାମ କରାଯାଇଥିଲା । ହିବୃ, ରୋମାନ, ଗ୍ରୀସ, ମିଶର ଆଦି ଦେଶମାନଙ୍କର ଲୋକମାନେ ଲୁଣକୁ ସେତେବେଳେ ଅତି ମୂଲ୍ୟବାନ ମନେ କରୁଥିଲେ । ବ୍ୟବସାୟ ନିମନ୍ତେ ଲୁଣ ଏକ ମହତ୍ତ୍ୱପୂର୍ଣ୍ଣ ପଦାର୍ଥ ଥିଲା, ଭୂମଧ୍ୟସାଗରକୁ ଡଙ୍ଗାରେ ପାର କରି ଲୁଣ ନିଆଯାଉଥିଲା, ଓଟ ପିଠିରେ ସାହାରା ମରୁଭୂମିରେ ନିଆଯାଉଥିଲା । ଦୁର୍ଲଭ ହୋଇଥିବା ଯୋଗୁ ଲୁଣ ନିମନ୍ତେ ଯୁଦ୍ଧ ହେଉଥିଲା । ଏହା ଉପରେ ଟିକସ ବସେଇ ରାଜସ୍ୱ ଆଦାୟ କରାଯାଉଥିଲା । କେତେକ ଧାର୍ମିକ ପୂଜାରେ ଏହା ବ୍ୟବ‌ହୃତ ହେଉଥିଲା ।
ଲୁଣ ବିଗତ ୧୦୦ଶହ ବର୍ଷ ଧରି ବୋତଲିକରଣ ଓ ରେଫ୍ରିଜରେସନ କରି ଖାଦ୍ୟ ସୁରକ୍ଷିତ ରଖାଯିବା ପୂର୍ବରୁ ହଜାର ହଜାର ବର୍ଷ ଧରି ମାଂସ ସୁରକ୍ଷିତ କରିବା ନିମନ୍ତେ ଲୁଣ ବ୍ୟବ‌ହାର କରାଯାଉଥିଲା । ରୋମାନିଆର ନିଟ କଣ୍ଟ୍ରିରେ (Neamț County) ଥିବା ସ୍ଥାନ ନିକଟରେ ଥିବା ଲୁଣ ଝର ପାଖରେ ପ୍ରତ୍ନତ‌ତ୍ତ୍ୱ ଖନନ ବେଳେ ଅତି ପୁରାତନ ଲୁଣ-କାମ ଅପରେଶନ ହେଉଥିବା ଆବିଷ୍କାର କରାଯାଇଛି । ପ୍ରମାଣ ମିଳୁଛି ଯେ ଖ୍ରୀ:ପୂ: ୬୦୫୦ରେ ଲୁଣ ଭର୍ତ୍ତି ଝରଣା ଜଳକୁ ପ୍ରୋସେସିଙ୍ଗ କରି ଲୁଣ ପ୍ରସ୍ତୁତ କରୁଥିଲେ । ଏହି କାରଣରୁ ସେଠାକାର ଜନସଂଖ୍ୟାରେ ଦୃତ ବୃଦ୍ଧି ଘଟିଥିଲା ଚୀନ ଦେଶର ୟୁଞ୍ଚେଙ୍ଗ ପାଖରେ ଥିବା ଜିଏଚି ହ୍ରଦ ପୃଷ୍ଠରୁ ଲୁଣ ମରାଯାଉଥିଲା ଓ ଏହା ସର୍ବପୁରାତନ ତଦାରଖ ଯୋଗ୍ୟ ଲୁଣ କାମର ସ୍ଥାନ ।
ଦେବକୁଣ୍ଡ ପ୍ରପାତଟି ଛୋଟ ହେଲେ ମଧ୍ୟ ଆକର୍ଷଣୀୟ । ଏହି କ୍ଷୁଦ୍ର ଜଳ ପ୍ରପାତଟିର ଗଭୀରତା ପ୍ରାୟ ୧୦୦ ଫୁଟରୁ ଅଧିକ। ଏହି ପ୍ରପାତଟିରେ ବହୁତ ବଡ଼ ବଡ଼ ମାଛ ତାଙ୍କର ଲାଞ୍ଜପିଟି ଗଭୀର ଜଳରେ ଖେଳୁଥାନ୍ତି । ତାଙ୍କର ରଙ୍ଗ ହଳଦୀ ରଙ୍ଗ । ଦେବକୁଣ୍ଡର ଜଳ ଅତି ଥଣ୍ଡା । ଏହି ସ୍ଥାନଟିକୁ ଲୋକଲୋଚନକୁ ଆଣିବା ପାଇଁ ରାଜା ଯଥାସମ୍ଭବ ଘୋର ଅରଣ୍ୟ ମଧ୍ୟରେ ଏକ ସଂକୀର୍ଣ୍ଣ ପଥ, ପଥର ଖଣ୍ଡ କାଟି କାଟି ଚଲାପଥଟିଏ ନିର୍ମାଣ କରି ଦେଇଛନ୍ତି ଦେବକୁଣ୍ଡର ଝର (ପ୍ରପାତ) ପର୍ଯ୍ୟନ୍ତ । ଅନ୍ୟ ଖରା ଓ ବର୍ଷା ସମୟରେ ସେଠାକୁ ଯିବା କଷ୍ଟକର ବ୍ୟାପାର । କାରଣ ଘଞ୍ଚ ଅରଣ୍ୟ । ପଥର ଗୁମ୍ଫା ସବୁଥିବାରୁ ଓ ଜଳଧାର କୂଳରେ ବନ୍ୟ ହିଂସ୍ର ଜନ୍ତୁ ସବୁ ରହୁଥିବାରୁ ସେଠାକୁ ଅନ୍ୟଦିନରେ ଯିବା ନିରାପଦ ନୁହେଁ ।