Top 10 similar words or synonyms for ଗଜଲ

ରଚୟ    0.755469

ରଗଳ    0.713954

ଖକଙ    0.700026

ଚଉପଦ    0.697171

ଭଜନ    0.683743

ରଛଦପଟ    0.679234

କଳନ    0.661600

ଛଦପଟ    0.656799

ଇମପ    0.655635

ଆଲବମର    0.653845

Top 30 analogous words or synonyms for ଗଜଲ

Article Example
ଗଜଲ ଉର୍ଦୁର ପ୍ରସିଦ୍ଧ ଗଜଲ ଲେଖକ ମଧ୍ୟରେ ଆତିଶ୍, ମୀର ତାକି ମୀର, ମୀର୍ଜା ରଫି ସୌଦା, ମୀର୍ଜା ଗାଲିବ୍, ମୋମିନ୍ ଖାନ୍ ମୋମିନ୍ଙ୍କ ପରି ବ୍ୟକ୍ତିମାନେ ଅଛନ୍ତି । ପାର୍ସୀ, ତୁର୍କୀ ଏବଂ ଉର୍ଦୁରେ ଗତ ହଜାର ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗଜଲର ବିଶାଳ ସଂଗ୍ରହ ରହିଛି । ଗଜଲର ଗାୟକୀ, ଗାୟନ ତଥା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରମ୍ପରାରେ ଗଜଲର ପ୍ରଦର୍ଶନ ବହୁତ ପୁରୁଣା । ଉସ୍ତାଦ୍ ବର୍‌କତ୍ ଅଲ୍ଲୀଙ୍କ ପରି ଆହୁରି ଅନେକ ଗାୟକଙ୍କ ଅବଦାନ ଗଜଲ କ୍ଷେତ୍ରରେ ରହିଛି । ଇତିହାସରେ ମଧ୍ୟ ସବୁ ଗଜଲ ଗାୟକଙ୍କ ବିଷୟରେ ସବିଶେଷ ତଥ୍ୟ ନାହିଁ । ଉସ୍ତାଦ ଅମାନତ ଅଲ୍ଲୀ ଖାଁ, ବେଗମ୍ ଅଖ୍‌ତର, ମେହେନ୍ଦି ହସନ, ଜଗଜିତ ସିଂହ, ଫରିଦା ଖାନମ୍ ଏବଂ ଗୁଲାମ ଅଲ୍ଲୀ ଲୋକପ୍ରିୟ ଶାସ୍ତ୍ରୀୟ ଗଜଲ ଗାୟକ । ଗଜଲର ଜଟିଳ ଭାବ ଓ ଶବ୍ଦକୁ ବୁଝିବା ଶିକ୍ଷିତ ତଥା ଉଚ୍ଚବର୍ଗ ପାଇଁ ପୂର୍ବରୁ ଉଦ୍ଦିଷ୍ଟ ଥିବା ବେଳେ ଏବେ ଏହାକୁ ସରଳୀକରଣ କରାଯାଇଛି । ଜଗଜିତ୍ ସିଂହ, ଅହମ୍ମଦ, ମହମ୍ମଦ ହୁସେନ୍, ହରିହରନ୍, ମହମ୍ମଦ ରଫି, ପଙ୍କଜ ଉଧାସଙ୍କ ପରି ଆଉ କିଛି ଗଜଲ ଗାୟକ ପଶ୍ଚିମ ସଂଗୀତର ତତ୍ତ୍ୱକୁ ସାମିଲ କରି ଗଜଲକୁ ଏକ ନୂଆ ରୂପ ଦେଇଛନ୍ତି । ଯେମିତିକି ଜଗଜିତ ସିଂହ ଗଜଲରେ ଗୀଟାର ପ୍ରୟୋଗ କରିଥିଲେ । ଭାରତରେ ହିନ୍ଦୀ, ଉର୍ଦୁକୁ ବାଦ୍ ଦେଲେ ଗୁଜରାଟୀ ଭାଷାରେ ଗଜଲ ବେଶ୍ ଲୋକପ୍ରିୟ । ବରକତ୍ ବିରାନି, ଅସୀମ ରାନ୍ଦେରୀ, ଶୂନ୍ୟ ପାଲନ୍‌ପୁରୀଙ୍କ ପରି ଗୁଜରାଟୀ ଲେଖକମାନେ ଅନେକ ଗଜଲ ସୃଷ୍ଟି କରିଛନ୍ତି । ପ୍ରଖ୍ୟାତ ଗଜଲ ଗାୟକ ଡାକ୍ତର ଗଜଲ ଶ୍ରୀନିବାସଙ୍କ ତେଲୁଗୁ ଗଜଲ ବେଶ ଲୋକପ୍ରିୟ । ଶ୍ରୀନିବାସ କନ୍ନଡ଼ ଭାଷାରେ ମଧ୍ୟ ଗଜଲ ଗାଇଛନ୍ତି । ମାର୍କଣ୍ଡପୁରମ୍ କନ୍ନଡ଼ ଭାଷାରେ ଅନେକ ଗଜଲ ରଚନା କରିଛନ୍ତି ।
ଗଜଲ ଗଜଲ୍ ଆରବୀ ସାହିତ୍ୟର ଏକ ପ୍ରସିଦ୍ଧ କାବ୍ୟକଳା । ପରେ ପରେ ଏହା ପାର୍ସୀ, ଉର୍ଦୁ ଏବଂ ହିନ୍ଦୀ ସାହିତ୍ୟରେ ଖୁବ୍ ଲୋକପ୍ରିୟ ହୋଇଛି । ଆରବୀ ଭାଷାରେ ‘ଗଜଲ’ର ଅର୍ଥ ହେଉଛି ନାରୀ ବା ନାରୀ ସମ୍ୱନ୍ଧିତ କଥା । ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ଏହାର କିଛି ସ୍ୱତନ୍ତ୍ର ବ୍ୟାକରଣ ରହିଛି । ଗଜଲ ହେଉଛି ଏକ କାବ୍ୟାତ୍ମକ ଅନ୍ତ୍ୟାନୁପ୍ରାସ ଯୁକ୍ତ ସାୟରି । କ୍ୱାସିଦା, କାଫିୟା, ସେର୍, ରାଦିଫ୍, ମଖ୍‌ତା, ତଖାଲୁସ୍, ବେହେର୍ ପରି ଗଜଲ ସହ ସମ୍ୱନ୍ଧିତ ଅନେକ ଶବ୍ଦ ରହିଛି, ଯାହାକି ଗଜଲର ବ୍ୟାକରଣ ତଥା ଶୈଳୀକୁ ସମୃଦ୍ଧ କରିଛି । ସେହିପରି ଗଜଲର ଶବ୍ଦରେ ରାଜକୀୟତା ସହ କୋମଳତା ବି ଭରି ରହିଛି । ଦର୍ଦ, ବର୍‌ପା, ହଙ୍ଗାମା, ଆୱାଜ୍, ଆୱାରି, ନଶା, ଚାନ୍ଦ୍, ଜମିନ୍, ଇସ୍କ୍, ଆଇନା, ହୋଠୋଁ, ତସ୍‌ବିର୍, ଜମାନା, ଆଁଶୁ, ଆସିକ୍ ପରି ଅନେକ ଶବ୍ଦର ବାରମ୍ବାର ପ୍ରୟୋଗ ହୋଇ ଆସୁଛି । କିନ୍ତୁ ଗଜଲ ଶବ୍ଦରେ ନୁହେଁ, ହୃଦୟରେ ଗଢ଼ା । ଶବ୍ଦ ସହ ବିଶେଷ ପରିଚିତ ନ ଥିବା ଶ୍ରୋତାଟିଏ ଏହାକୁ କେବଳ ‘ପ୍ରେମ’ର ଭାଷାରେ ହିଁ ବୁଝିପାରିବ । ଅନ୍ୟ ଅର୍ଥରେ କହିଲେ, ପ୍ରେମ ସମ୍ୱନ୍ଧିୟ ଅନୁଭୂତି, ଆବେଗ ତଥା ଆକର୍ଷଣ ଗଜଲର ଶ୍ରୋତାଙ୍କୁ ବାନ୍ଧି ରଖିଥାଏ ।
ଗଜଲ ଗଜଲ ଏବଂ ସାୟରି ଭିତରେ ଫରକ କ’ଣ ? ଏ ସଂପର୍କରେ ଅନେକ ମତ ଦିଅନ୍ତି, ଗଜଲ ହେଉଛି ପଦ୍ୟର ଏକ ରୂପ, ଯେଉଁଠି ସାୟରି ଏକ କବିତା । ଗଜଲ ହେଉଛି ସିରିୟସ୍, ସାୟରି ହେଉଛି ରୋମାଣ୍ଟିକ୍ । ଗୋଟିଏ ଗଜଲ ଅନେକ ଶେର୍‌କୁ ନେଇ ପ୍ରସ୍ତୁତ ହୋଇଥାଏ । ଗୋଟିଏ ଗଜଲରେ ୫ରୁ ୨୫ ପର୍ଯ୍ୟନ୍ତ ଶେର୍ ରହିପାରେ । ଏହି ଶେର୍ ସବୁ ପରସ୍ପରଠାରୁ ସ୍ୱତନ୍ତ୍ର । ପୂର୍ବରୁ ଶେର୍‌କୁ ମତଲୀ କୁହାଯାଉଥିଲା । ଯେଉଁ ଶେର୍ରେ ସାୟର୍ ନିଜ ନାମ ରଖେ ତାକୁ ମଖ୍ ତା କୁହାଯାଏ । କିନ୍ତୁ କେବେ କେବେ ଏକାଧିକ ଶେର୍ ମିଶି ଗୋଟିଏ ଅର୍ଥ ପ୍ରକାଶ କରନ୍ତି । ଏଭଳି ଶେର୍‌କୁ କତା ବନ୍ଦ କୁହାଯାଏ । ଗଜଲର ଏଭଳି ସଂଗ୍ରହକୁ ଦିୱାନ କହନ୍ତି । ଉର୍ଦୁର ପ୍ରଥମ ଦିୱାନ ହେଉଛନ୍ତି ସାୟର୍ କୁଲି କୁତବ ଶାହ । ଗଜଲ ଉଭୟ ମିଳନ ଏବଂ ବିଚ୍ଛେଦର ଚମତ୍କାର ଅନୁଭବ ତଥା ପ୍ରେମର ଏକ ସୁନ୍ଦର କାବ୍ୟାତ୍ମକ ଅଭିବ୍ୟକ୍ତି ବୋଲି କୁହାଯାଇପାରେ । ଷଷ୍ଠ ଶତାବ୍ଦୀ ବେଳକୁ ଏହି ଆରବୀ କାବ୍ୟକଳାର ସୃଷ୍ଟି ବୋଲି କୁହାଯାଏ । ଆଉ କେହି ଦଶମ ଶତାବ୍ଦୀ ବେଳକୁ ଏହାର ସୃଷ୍ଟି ବୋଲି ମତ ଦିଅନ୍ତି। ଦ୍ୱାଦଶ ଶତାବ୍ଦୀ ବେଳକୁ ଗଜଲ ଦକ୍ଷିଣ ଏସିଆରେ ନୂତନ ଇସ୍‌ଲାମୀୟ ସୁଲ୍ ତାନେଟ୍ କୋର୍ଟ ତଥା ସୁଫି ରହସ୍ୟବାଦଦ୍ୱାରା ପ୍ରଭାବିତ ହୋଇଥିଲା । ଗଜଲର ପ୍ରମୁଖ ସ୍ରଷ୍ଟାମାନେ କ୍ରମାନ୍ଵୟରେ ଆସିବେ ତ୍ରୟୋଦଶ ଶତାବ୍ଦୀର ପାର୍ସୀ ଫକୀର ତଥା କବି ଜଲାଲ ଅଲ ଦିନ ମହମ୍ମଦ, ଚତୁର୍ଦଶ ଶତାବ୍ଦୀର ରୁମି ଏବଂ ହାଫିଜ୍, ଷୋଡ଼ଶ ଶତାବ୍ଦୀର ଅଜେରୀ କବି ଫୁଜୁଲୀ । ଏମାନଙ୍କ ପରେ ପରେ ମୀର୍ଜା ଗାଲିବ(୧୯୯୭-୧୮୬୯) ଏବଂ ମହମ୍ମଦ ଇକ୍‌ବାଲ(୧୮୭୭ରୁ ୧୯୩୮) ଉଭୟ ପାର୍ସୀ ଏବଂ ଉର୍ଦୁଭାଷାରେ ଗଜଲ ଲେଖିଛନ୍ତି । ଜୋହାନ ବୋକ୍ ନଂଗ୍ୟାଙ୍ଗ ୱାନ୍ ଗେଟେଙ୍କ(୧୭୪୯-୧୮୩୨) ମାଧ୍ୟମରେ ଜର୍ମାନୀରେ ଗଜଲ ଲୋକପ୍ରିୟ ହୋଇପାରିଥିଲା । ଫେଡ୍‌ରିକ୍ (୧୭୮୮-୧୮୬୬) ଏବଂ ଅଗସ୍ତ ୱାନ୍ ପଟ୍‌ଟ(୧୭୯୬-୧୮୩୫) ମଧ୍ୟ ଏହି ସମୟରେ ଜର୍ମାନୀରେ ବେଶ ପ୍ରସିଦ୍ଧ ହୋଇପାରିଥିଲେ ।
ଜଗଜୀତ ସିଂହ ଜଗଜୀତ ସିଂହ (୮ ଫେବୃଆରୀ, ୧୯୪୧– ୧୦ ଅକ୍ଟୋବର , ୨୦୧୧) ଜଣେ ବିଶିଷ୍ଟ ଭାରତୀୟ ଗଜଲ ଗାୟକ , ସୁରସ୍ରଷ୍ଟା, ସଙ୍ଗୀତ ପରିଚାଳକ ଓ ସମାଜସେବୀ ଥିଲେ। ସେ ଗଜଲ ସମ୍ରାଟ ନାମରେ ପରିଚିତ। ତାଙ୍କର ପତ୍ନୀ ଚିତ୍ରା ସିଂ ହ , ଜଣେ ବିଶିଷ୍ଟ ଗଜଲ ଗାୟିକା।
ମେହଦି ହାସନ ମେହଦି ହାସନ ଖାନ (ଜୁଲାଇ ୧୮, ୧୯୨୭ - ଜୁନ ୧୩, ୨୦୧୨) ଜଣେ ପାକିସ୍ତାନୀ ଗଜଲ ଗାୟକ ଥିଲେ । ସେ "କିଙ୍ଗ ଅଫ ଗଜଲ" (ଗଜଲ ଜଗତର ରାଜା) ତଥା ଏକ ଜଣାଶୁଣା ପାକିସ୍ତାନୀ ପ୍ରଚ୍ଛଦପଟ୍ଟ ଗାୟକ ହିସାବରେ ସାରା ପୃଥିବୀରେ ସୁପ୍ରସିଦ୍ଧ ଥିଲେ। ତାଙ୍କୁ ପାକିସ୍ତାନ ସରକାରଙ୍କଦ୍ଵାରା "ତମଘା-ଏ-ଇମତିୟାଜ" ଏବଂ " ହିଲାଲ-ଏ-ଇମତିୟାଜ" ସମ୍ମାନରେ ସମ୍ମାନିତ କରାଯାଇଛି । ମେହଦି ହାସନଙ୍କ ମୃତ୍ୟୁ ଜୁନ ୧୩, ୨୦୧୨ରେ ପାକିସ୍ତାନର କରାଚୀସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ହେଇଥିଲା । ଦୀର୍ଘ ୫ ଦଶନ୍ଧି ଧରି ସେ ଗଜଲ ଦୁନିଆରେ ପ୍ରଭାବ ବିସ୍ତାର କରିଆସିଥିଲେ l ବିଶ୍ବ ଉର୍ଦ୍ଦୁ କବିତା ଜଗତରେ ସେ ଏକ ନୁଆ ଜାଗରଣ ସୃଷ୍ଟି କରିଥିଲେ l "ଗୁଲୋ ମେଲୋ ରଙ୍ଗ ଭରେ" ଠାରୁ ଆରମ୍ଭକରି "ଜିନ୍ଦଗି ମେ ତୋ ସଭି ପ୍ୟାର କିୟା କରତେ ହେଁ" ଏବଂ "ଅବକେ ବିଛଡେ ଖ୍ବାବ ମେ ମିଲେ" ଭଳି ଗଜଲ ଗାଇ ସେ ଶ୍ରୋତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇ ପାରିଥିଲେ l ଦୀର୍ଘ ୫୦ ବର୍ଷର ସଙ୍ଗୀତ ଜୀବନ ମଧ୍ୟରେ ସେ ଉର୍ଦ୍ଦୁ, ପଞ୍ଜାବୀ ଏବଂ ବଙ୍ଗଳା ଭାଷାରେ ୨୦ ହଜାରରୁ ଅଧିକ ଗଜଲ ଓ ନାନାଦି ସଙ୍ଗୀତ ଗାଇଛନ୍ତି l