Top 10 similar words or synonyms for ଖଇ

କଦଳ    0.859432

କଖ    0.808192

ଭଜ    0.801727

ଆଳ    0.790578

ଉଳକ    0.779097

ଘଷ    0.778100

ଦହ    0.777969

ଦଉଡ    0.773844

ଓଳ    0.764824

କଇ    0.761289

Top 30 analogous words or synonyms for ଖଇ

Article Example
ଲିଆ ଲିଆ (ବା ଖଇ)ଧାନକୁ ଭାଜି ସେଥିରୁ ତିଆରି କରାଯାଉଥିବା ଏକ ପ୍ରକାର ଖାଦ୍ୟ ।) ଏହା ଓଡ଼ିଶାରେ ମୁଖ୍ୟତ ଖିଆହୁଏ । ଏହାକୁ ଖଇ ମଧ୍ୟ କୁହାଯାଇଥାଏ । ଏଥିରୁ ତିଆରି ଅନ୍ୟ ଏକ ଖାଦ୍ୟ ହେଲା ଉଖୁଡ଼ା ଯାହା "ଲିଆ"ରେ ଗୁଡ଼ ପାଗ ଦେଇ ତିଆରି କରାଯାଇଥାଏ । .ଚାଉଳକୁ ତତଲା ବାଲିରେ ଭାଜି ଏହା ତିଆରି କରାଯାଇଥାଏ । ଏଥିରେ ତରଳ ଓ ବହଳ ଗୁଡ଼ ପାଗ ଦେଇ ଉଖୁଡ଼ା ତିଆରି କରାଯାଇଥାଏ । ଲିଆରୁ ତିଆରି କୋରାଖଇ ଲିଙ୍ଗରାଜଙ୍କ ପାଖରେ ଭୋଗ ରୂପେ ଲାଗିଥାଏ ।
କଉଡ଼ି ସଧବା ସ୍ତ୍ରୀର ମୃତ୍ୟୁ ହେଲେ ତା ସ୍ୱାମୀ ଶବ ଗମନ ପଥରେ ଖଇ କଉଡ଼ି ବୁଣି ବୁଣି ଯାଇଥାଏ। ଅନ୍ୟ ସଧବା ସ୍ତ୍ରୀ ଲୋକମାନେ ତାକୁ ସାଉଁଟି ନେଇ ମଙ୍ଗଳ ଅଳଙ୍କାର ରୂପେ ଧାରଣ କରିଥାନ୍ତି।
କୋରାଖଇ କୋରାଖଇ ଏକ ଓଡ଼ିଆ ଖାଦ୍ୟ ଯାହା ଖଇ, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଏହି ଖାଦ୍ୟ ପାଇଁ ଜଣାଶୁଣା । ଓଡ଼ିଶାର ମନ୍ଦିରମାନଙ୍କରେ ଏହା ଭୋଗ ଭାବରେ ମଧ୍ୟ ମିଳିଥାଏ । ମହାପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନଙ୍କ ଦେଇ କୋରାଖଇ ଅର୍ପଣ କରାଯାଇଥାଏ ।
ଚାଚେରୀ ବେଶ ବେଶ ସମୟରେ ଠାକୁରଙ୍କୁ ଆରିସା, ମରିଚିନଡୁ, ଖିରି, ଧଉଳା ଓ ଘିନାଡି ଆଦି ଭୋଗ ଲଗାଯାଏ ତଥା ଫଗୁ ଖେଳ ନୀତି ହୋଇଥାଏ । ଏ ସବୁ ଉପଚାର ପାଇଁ ଲକ୍ଷ୍ମୀ, ସରସ୍ଵତୀ ଓ ଦୋଳଗୋବିନ୍ଦ ବେହରଣ ଦ୍ଵାର ପାଖରେ ନାଲିପାଟ ପିନ୍ଧି ବେଶ ହୁଅନ୍ତି । ବେଶ ହୋଇଥିବା ମୂର୍ତ୍ତିଗୁଡ଼ିକୁ ରତ୍ନସିଂହାସନ ଉପରକୁ ଆଣିବା ପରେ ଚାଚେରୀ ଭୋଗ ରୂପେ ଖଇ କୋରା ଅର୍ପଣ କରାଯାଇଥାଏ । ପରେ ସେହି ମୂର୍ତ୍ତିଗୁଡ଼ିକୁ ଜୟବିଜୟ ଦ୍ଵାର ନିକଟକୁ ନିଆଯାଇ ପଣ୍ଡା ଓ ପୁଷ୍ପାଳକ ସେବକମାନଙ୍କଦ୍ଵାରା ଫଗୁଖେଳ ନୀତି ସମାପନ ହୋଇଥାଏ ।
ଜୟନଗର ମୁଆଁ ଜୟନଗର ମୁଆଁ ତାଳଗୁଡ଼, ମୁଢ଼ି, କନକଚୁର ଖଇ (ସୁବାସିତ ଚାଉଳରୁ ତିଆରି ମୁଢ଼ି), ଗାଈ ଘିଅ, ଗୁଜୁରାତି, ପୋସ୍ତ ଆଦି ଉପାଦାନରେ ତିଆରି ହୋଇଥାଏ । ତାଳଗୁଡ଼ ଏବଂ କନକଚୁର ଚାଉଳ ଶୀତଦିନେ ଉତ୍ପାଦନ ହେଉଥିବାରୁ ଜୟନଗର ମୁଆଁ ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଉପଲବ୍ଧ ହୋଇଥାଏ ବଙ୍ଗଳାଦେଶର ପ୍ରାୟ ଘରେ ଘରେ ଏଇ ମୁଆଁ ତିଆରି ହୋଇଥାଏ ଆଉ ମଧ୍ୟ ସଉଦା ଦୋକାନମାନଙ୍କରେ ଛୋଟ ଛୋଟ ଜରି ପ୍ୟାକେଟରେ ବର୍ଷ ସାରା ବିକ୍ରୀ ହୋଇଥାଏ ।
ରଥଯାତ୍ରା ଅନେକ ବର୍ଷ ପୂର୍ବରୁ ଏପରିକି ସ୍ଵତ୍ତ୍ଵଲିପି ପ୍ରଣୀତ ହେବା ଆଗରୁ ଉପରୋକ୍ତ ବର୍ଣ୍ଣିତ ଭୋଗ ଦ୍ରବ୍ୟ ରଥ ଉପରେ ଭୋଗ ହେଉନାହିଁ। ସମ୍ପ୍ରତି ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରକାରର ଓ ଧାର୍ଯ୍ୟ ପରିମାଣର ରଥ କୋରା, ବଲ୍ଲଭ ଖଇ, ଗଜାମୁଗ, ପାତି ନଡିଆ, ବିଭିନ୍ନ ଫଳ, ଶଙ୍ଖାକୃତି ଶାକର ଇତ୍ୟାଦି ଭୋଗ ରଥରେ ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ହେଉଛି।
ଦକ୍ଷିଣକାଳି ମନ୍ଦିର ଦକ୍ଷଣି କାଳୀଙ୍କର ଦୈନିକ ପାକ ଭୋଗର ବ୍ୟବସ୍ଥା ନଥିଲା । କେବଳ ସମର୍ପଣ ଭୋଗ ହିଁ ତାଙ୍କର ଦୈନନ୍ଦିନ ବ୍ୟବସ୍ଥା ଥିଲା । କିନ୍ତୁ ବର୍ତ୍ତମାନ ଶ୍ରୀଦକ୍ଷିଣକାଳୀ ଟ୍ରଷ୍ଟ ଘୃତପାକ ତ୍ରିକାଳ ପୂଜାର ବ୍ୟବସ୍ଥା କରିଅଛନ୍ତି । ପୂର୍ବରୁ ଥିବା ସମର୍ପଣ ଭୋଗ ମଧ୍ୟରେ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ (୧) ବଢ଼ାଏ ବଲ୍ଲଭ (ବଡ଼) ଓ ଚାରିଗୋଟି ବଡ଼ କୋରା, (୨) ସକାଳ ଧୂପର ବଢ଼ାଏ ଖେଚେଡ଼ି ଓ ବଢ଼ାଏ ଶାଗ, (୩) ମଧ୍ୟାହ୍ନ ଧୂପରେ ବଢ଼ାଏ ଓରିଆ ଓ ବଢ଼ାଏ ମରିଚି ପାଣି, (୪) ସଂଧ୍ୟା ଧୂପରେ ଏକ ଅମାଲୁ । ଏସବୁର ବ୍ୟବସ୍ଥା ଥିଲେ ମଧ୍ୟ ବର୍ତ୍ତମାନ ସକାଳ ଧୂପ ଖେଚେଡ଼ି ଓ ମଧ୍ୟାହ୍ନ ଧୂପ ଓରିଆ ଦୈନିକ ଆସୁନାହିଁ । ଆଶ୍ଵିନ ଷୋଳପୂଜାବେଳେ ଦୈନିକ (୧) ମୁଆଁ ପାଞ୍ଚଗୋଟା, (୨) ଗୁଡ଼ ଖଇ ଏକ ବଢ଼ା, (୩) ଗୁଡ଼ କୋରା ଛୋଟ ପାଞ୍ଚଗୋଟା, (୪) ସକଳ ଧୂପ ଖେଚେଡ଼ି ଗୋଟାଏ, ଏଣ୍ଡୁରି ଚଉଠେ ଓ ଶାଗ ଏକ ବଢ଼ା, (୫) ମଧ୍ୟାହ୍ନ ଧୂପର ହେଉଥିଲା ଓରିଆ ଏକ ଗୋଟା, ମରିଚିପାଣି ଏକ ବଢ଼ା ଓ ମୁଗ ଏକ ବଢ଼ା, (୬) ସଂଧ୍ୟା ଧୂପରେ ଦହି ପଖାଳ ଓ ଶାକର ଏକବଢ଼ାର ବ୍ୟବସ୍ଥା ଅଛି ଓ ଏହା ଅଦ୍ୟାବଧି ନିୟମିତ ଆସୁଅଛି । ଏହି ଷୋଳପୂଜା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବରଣୀୟ ବ୍ରାହ୍ମଣଙ୍କଦ୍ଵାରା ସଂପାଦିତ ହୋଇଥାଏ ଏବଂ ଭକ୍ତ ଷୋଳଦିନ ବରଣୀୟ ବ୍ରାହ୍ମଣଙ୍କଦ୍ୱାରା ଚଣ୍ଡୀପାଠର ବ୍ୟବସ୍ଥା (ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ) ଅଛି । ଏହାଛଡ଼ା ସପ୍ତପୁରୀ ଅମାବାସ୍ୟାରେ ଜଗନ୍ନାଥଙ୍କଠାରୁ ଶ୍ରୀଦକ୍ଷିଣକାଳୀଙ୍କ ନିକଟକୁ ଆଜ୍ଞାମାଳ ଆସିବା ସଙ୍ଗେ ସଙ୍ଗେ ଦକ୍ଷିଣକାଳୀଙ୍କ ନିକଟରୁ ଆଜ୍ଞାମାଳ ଯାଇ ଶ୍ରୀମନ୍ଦିର ରୋଷଶାଳାରେ ସ୍ଥାପିତ ହୋଇଥାଏ ଏବଂ ଶ୍ରୀମନ୍ଦିରରେ ସାତପୁରୀ ଭୋଗ ହୁଏ । ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଅବସ୍ଥିତ ଶ୍ରୀବିମଳା ଦେବୀଙ୍କ ପରି ଦକ୍ଷିଣକାଳୀଙ୍କ ନିକଟରେ ଷୋଳପୂଜା ବ୍ୟତୀତ ଅନ୍ୟ ଦିନମାନଙ୍କରେ କୌଣସି ଭୋଗରାଗର ବ୍ୟବସ୍ଥା ନଥିଲା ଏବଂ ଉପରୋକ୍ତ ଶ୍ରୀଜଗନ୍ନାଥ ମନ୍ଦିରର ଖଇ ସହିତ ବାହାରର ଭକ୍ତ ଜନସାଧାରଣଙ୍କଦ୍ଵାରା ପ୍ରଦତ୍ତ ଶୁଖିଲି ଅହ୍ମୁଣିଆ ସମପର୍ତି ହେଉଥିଲା । ଖଇ ଓ ଦହି ତାଙ୍କର ପ୍ରିୟ ଭେଦ୍ୟ ଭାବେ ବିବେଚିତ ହୁଏ । ଷୋଳପୂଜାର ନିର୍ଦ୍ଦିଷ୍ଟ ତିନିଦିନ ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ଓ କାର୍ତ୍ତିକ ମାସର କାଳୀପୂଜା ଦିନ ଏଠାରେ ସଂଖୁଡ଼ି ଓ ଆମିଷ ଭୋଗର ବ୍ୟବସ୍ଥା ଅଛି । ଏହାଙ୍କ ନିକଟରେ ବାସନ୍ତୀ ନବପତ୍ରିକା ପୂଜାର ବିଧାନ ଥିଲେ ମଧ୍ୟ ଏହା ସଂଖୁଡ଼ି ଭୋଗ ନୁହେଁ ।
ରଥଯାତ୍ରା ଶ୍ରୀବିଗ୍ରହମାନେ ରଥ ଉପରେ ଅବସ୍ଥାନ କରୁଥିବା ସମୟରେ ଅନ୍ନ ଭୋଗ ନ ହୋଇ କେବଳ ଶୁଖିଲା ଭୋଗ ହୋଇଥାଏ। ଗୋପାଳବଲ୍ଲବ ଠାରୁ ଆରମ୍ଭ କରି ସମସ୍ତ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଧୂପରେ ମୂଖ୍ୟତଃ ବଲ୍ଲଭ ଖଇ, କୋରା, ଶର୍କରା ଜାତୀୟ ଦ୍ରବ୍ୟ ଭୋଗ ହୁଏ । ସ୍ଵତନ୍ତ୍ର ଆକାରର ରଥ କୋରା ଶ୍ରୀମନ୍ଦିରରେ ନିର୍ମିତ ହୋଇ ବଡ଼ଦାଣ୍ଡରେ ରଥ ଯେଉଁ ସ୍ଥାନରେ ରହି ନୀତି ଆରମ୍ଭ ହୋଇଥାଏ, ସେଠାରେ ଏହି ଭୋଗ କରାଯାଏ। ମହାସୁଆରମାନେ ଭୋଗ ଆଣି ରଥ ଉପରେ ପନ୍ତିରେ ବାଢ଼ନ୍ତି । ପୂଜାପଣ୍ଡାମାନେ ପଞ୍ଚୋପଚାରରେ ଏହି ଧୂପ ପୂଜାଗୁଡି଼କୁ ସମାପନ କରିଥାନ୍ତି ।
ଦୁଦୁରା କାନରୁ ପୂଜଗଡ଼ା ଓ କାନ ଭିତରର କ୍ଷତକୁ ଠିକ୍ କରିବାପାଇଁ କଳା ଦୁଦୁରାର ପତ୍ରର ରସକୁ ଟାଙ୍ଗଣା ଖଇ ଚୂର୍ଣ୍ଣ ସହିତ, ଅଥବା ରାଶି ତେଲ ସହିତ ମିଶାଇ ପ୍ରୟୋଗ କରାଯାଏ । ପତ୍ରକୁ ବାଟି ପାଦରେ ଲେପିଲେ ଘୋଳାବିନ୍ଧା ଓ ଅଧିକ ଝାଳ ଗଡ଼ିବା ନିବାରିତ ହୁଏ । କେଶର ଅକାଳ ପକ୍ୱତା ପାଇଁ କଳା ଦୁଦୁରା ପତ୍ର ରସ ସହିତ ଟଭାଲେମ୍ବୂ ରସର ପ୍ରୟୋଗ କରାଯାଏ । ଏହାର ମଞ୍ଜିଖାଇ କେହି ପାଗଳ ପରି ପ୍ରଳାପ କରୁଥିଲେ, କଞ୍ଚା ଗାଈଦୁଧ ସହିତ ଗାଈଘିଅ ମିଶାଇ ଦେଲେ, ଉପଶମ ହୁଏ । ଏହାଛଡା, ବଥ, ଛଉ, ବ୍ରଣ, ବିଇଞ୍ଚି, ଗୋଦର, ଏକଶିରା ଇତ୍ୟାଦିରେ ଏହାର ପ୍ରୟୋଗ ହୋଇଥାଏ । ଏହାର ପତ୍ର ରସରେ ସୋରିଷତେଲ ଲଗାଇ ନିଆଁରେ ସେକି ଫୁଲାସ୍ଥାନରେ ଲଗାଇଲେ ତାହା ପ୍ରଶମିତ ହୁଏ। ଏହାର ପତ୍ରର ରସ ଲେପନଦ୍ୱାରା ମୁଣ୍ଡଚନ୍ଦା, ବାତରକ୍ତ ଓ ଗାଲମୂଳ ପୀଡା ନିବାରିତ ହୋଇଥାଏ ।
ପଣ୍ଡୁ ଓଷା ଏହାର ମୁଖ୍ୟ ଉଦ୍ଦେଶ୍ୟ ପୁତ୍ର ସନ୍ତାନ କାମନା । ଏହି ବ୍ରତ ପାଳନରେ ନିର୍ଦ୍ଧିଷ୍ଟ ବିଧି ରହି ଅଛି । ଏଥିପାଇଁ ଗୃହ ଚଟାଣକୁ ଗୋବରରେ ଚିକ୍କଣ କରି ଲିପାଯାଏ । ଚିତା ଓ ମୁରୁଜ ତହିଁ ପରେ ପକାଯାଏ । ଗଜକୁ ସ୍ଥାପନ କରାଯାଏ ଏବଂ ପୂଜନ ବିଶେଷକରି ପୁରୋହିତଙ୍କଦ୍ୱାରା ଯମରାଜଙ୍କୁ ଆବାହନ, ପୂଜନ ଏବଂ ନୈବେଦ୍ୟ ଅର୍ପଣ ପୂର୍ବକ ଭକ୍ତି ପ୍ରଣତି ବଢ଼ାଯାଏ । ଏହି ପୂଜାର ମୁଖ୍ୟ ଭୋଗ ହେଉଛି ମଣ୍ଡା ପିଠା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ନୂଆ ଗୋବର ଲିପା ଟୋକେଇ ବା ପାଛିଆ ପୂର୍ଣ୍ଣଧାନ ଆଣି ଢିଙ୍କିରେ କୁଟି ଚାଉଳ କରାଯାଏ । ଏହି ଚାଉଳକୁ ପୁଣି ଚୁନା କରି ସେଥିରେ ନଡ଼ିଆ ଦେଇ ନଡ଼ିଆ ମଣ୍ଡା କରାଯାଏ ଓ ପୂଜାଭୋଗ କରାଯାଏ । ଏହାସହିତ ଖଇ, କଦଳୀ, ଫଳ ଏବଂ ଛେନା ଆଦି ଭୋଗ ମଧ୍ୟ ବଢ଼ାଯାଏ । ପଣ୍ଡୁଓଷା ଏକ ନିଷ୍ଠାର ବ୍ରତ । ନାରୀଜାତି ବିଶେଷ କରି ମା’ମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ।