Top 10 similar words or synonyms for ଇରମ

ତବମ    0.706334

galageshwar    0.661705

ଏଠର    0.659410

ତଢ    0.653162

ଅଭଣ    0.648319

guruvayur    0.641554

ମନଗରର    0.639772

ଗବତକ    0.636822

ଅମଳର    0.636806

ସନଟ    0.633092

Top 30 analogous words or synonyms for ଇରମ

Article Example
ଇରମ ପ୍ରାକୃତିକ ଗୋପନୀୟତା ଦୃଷ୍ଟିରୁ ଏହି ସ୍ଥାନଟିକୁ ପୁଲିସ ଓ ପ୍ରଶାସନର ପ୍ରବେଶ କଷ୍ଟ ଥିଲା ଏବଂ ଏହି ସ୍ଥାନଟି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରାଭୂଇଁ ସାଜିଥିଲା । ୧୯୨୦ ମସିହାରୁ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଆଦି ବହୁ ନେତାମାନେ ଏଠାକୁ ଆସି ଲୋକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ବାର୍ତା ଦେଉଥିଲେ ଓ ସ୍ୱାଧୀନତା ସଂଗ୍ରାମକୁ ତ୍ଵରାନ୍ଵୀତ କରାଉଥିଲେ । ଏଠାରେ ସ୍ୱାଧୀନତା-ଭିତ୍ତିକ କାନ୍ୟ ରଚନା କରିଥିବା କବି ବାଞ୍ଛାନିଧି ମହାନ୍ତି ଜନ୍ମଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ବ୍ରିଟିସ ଶାସନର ଅବସାନ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କ ରଚିତ ସଙ୍ଗୀତ କଂଗ୍ରେସ ଭାବ ପ୍ରଚାର କରିବାରେ ବହୁତ ସାହାଯ୍ୟ କରିଥିଲେ ।
ଇରମ ଭାରତୀୟ ସ୍ବାଧୀନତା ସଂଗ୍ରାମ ଇତିହାସରେ ଇରମର ଏକ ଗୁରୁତ୍ଵପୂର୍ଣ ସ୍ଥାନ ରହିଛି। ଏହା ରକ୍ତ ତୀର୍ଥ ଇରମ ଏବଂ ଭାରତର ଦ୍ଵିତୀୟ ଜାଲିଆନାୱାଲାବାଗ ନାମରେ ମଧ୍ୟ ପରିଚିତ ।
ଇରମ ଇରମ, ଓଡ଼ିଶାର ଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରୁ ମାତ୍ର ୧୬ କି.ମି. ଦୂରତ୍ଵରେ ଅବସ୍ଥିତ । ସ୍ଥାନଟି ଚାରି ଦିଗରୁ ବଙ୍ଗୋପସାଗର ତଥା କଂସବାଳ ଓ ଗମେଇ ନଦୀଦ୍ଵାରା ଘେରା ହୋଇରହିଛି ।
ଇରମ ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ସ୍ୱାଧୀନତା ସଂଗ୍ରାମୀମାନେ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା 'ମେଳା ଆମ୍ବ ଗଛ' ମୂଳେ ଏକାଠି ହୋଇଥିଲେ । ସମ୍ପୁର୍ଣ ଅହିଂସ ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରୁଥିଲେ । ଏହି ସମୟରେ ଅଚାନକ ଭାବରେ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ଵରେ ସେଠାରେ ପହଞ୍ଚି ସେମାନଙ୍କ ଉପରେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲା । ଏହି ଘଟଣାଟି ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ଘଟିଥିଲା । ଚାରିଦିଗରୁ ଘେରା ହୋଇଥିବାରୁ ଏକତ୍ର ହୋଇଥିବା ଲୋକେ କେଉଁ ଆଡେ ଯାଇପାରିଲେ ନାହିଁ । ଘଟଣାସ୍ଥଳରେ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ ଓ ୫୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ଜଣେ ପରବର୍ତୀ ସମୟରେ ପ୍ରାଣ ହରାଇଥିଲେ । ସମୁଦାୟ ମୃତ୍ୟୁ ସଂଖ୍ୟା ୨୯ ହୋଇଥିଲା । ଇଂରେଜ ପୁଲିସର କାର୍ଯ୍ୟାଳୟ ପାଢ଼ୀ ଆବାସର ଛାତ ଉପରୁ ବ୍ରିଟିଶ ପୁଲିସ ଗୁଳି ଚାଳନା କରିଥିଲା । ସେହି ପାଢ଼ୀ ଆବାସ ଏବେ ମଧ୍ୟ ସେଠାରେ ରହିଛି । ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରି ବେୱା ନାମରେ ଜଣେ ମହିଳା ଥିଲେ ଏବଂ ସେ ଓଡ଼ିଶାର ଏକମାତ୍ର ମହିଳା ସହିଦ ସ୍ଵାଧୀନତା ସଂଗ୍ରାମୀ ।
ଇରମ ସେହି ଶହୀଦମାନଙ୍କ ସ୍ମୃତିପୀଠ ଭାବରେ, ଇରମରେ ଏକ ସ୍ମୃତିସ୍ତମ୍ଭ ତିଆରି କରାଯାଇଛି ଓ ଆଜି ଏହା ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହେଇଛି ।