Top 10 similar words or synonyms for ଆଠଶହ

ଜଦର    0.740902

ଲମତ    0.733227

ଢଢ    0.718989

ଚଡ    0.714911

ଗପହଣ    0.713622

nadi    0.712918

lakhimpur    0.710519

ନଅରଠ    0.709060

ଶତପ    0.709022

ଦଶଜଣ    0.708059

Top 30 analogous words or synonyms for ଆଠଶହ

Article Example
କୋହିନୂର କୋହିନୂର ଏକ ମୂଲ୍ୟବାନ ହୀରା,ଯାହା ଆନ୍ଧ୍ର ପ୍ରଦେଶର କୋଲୁର ଖଣିରୁ ମିଳିଥିଲା । ପ୍ରଥମେ ଯେତେବେଳେ ହୀରାଖଣି ଗର୍ଭରୁ ଆବିଷ୍କୃତ ହୋଇଥିଲା, ସେତେବେଳେ ଏହାର ଓଜନ ଆଠଶହ ତୋଳା ଥିଲା । ଗୋଲକୁଣ୍ଡାର ଏକ ଖଣି ଗର୍ଭରୁ ଆବିଷ୍କୃତ ଏକଶତ ବୟାନବେ ତୋଳା ଓଜନ ବିଶିଷ୍ଟ ଏହି ହୀରାରୁ ବହୁ ରାଜା, ସମ୍ରାଟମାନେ ନିଜ ନିଜ ପସନ୍ଦରେ ତହିଁରୁ କିଛିି କାଟି ତାକୁ ନିଜ ନିଜ ମୁକୁଟରେ ଲଗାଇଲା ପରେ ଶେଷକୁ ଏହାର ଓଜନ ଆଉ ମାତ୍ର ଏକଶତ ନଅ ତୋଳା ରହିଥିଲା । ୧୮୫୨ରେ ଇଂରେଜ ସରକାର ପଞ୍ଜାବ ଜୟକରି କୋହିନୂରକୁ ଲଣ୍ଡନ ପଠାଇବା ପର୍ଯ୍ୟନ୍ତ ଏହା ସ୍ଥାନାନ୍ତରିତ ହେବାର ପ୍ରଶ୍ନ ନ ଥିଲା । ବର୍ତ୍ତମାନ ଏହା ଇଂଲଣ୍ଡରେ ବ୍ରିଟିଶରାଣୀଙ୍କ ମୁକୁଟରେ ଶୋଭାପାଉଛି।
ଓଡ଼ିଶାର ଗଙ୍ଗବଂଶ ଓ ସୂର୍ଯ୍ୟବଂଶ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଭୂଖଣ୍ଡ ଅଧିକାର କରିବାପରେ ସେ ତାଙ୍କ ପୂର୍ବପୁରୁଷମାନଙ୍କ ରାଜଧାନୀ କଳିଙ୍ଗ ନଗର ପରିବର୍ତ୍ତରେ ଉତ୍କଳର କେନ୍ଦ୍ରସ୍ଥଳରେ ଅବସ୍ଥିତ କଟକରେ ରାଜଧାନୀ ପ୍ରତିଷ୍ଠା କରିଥିଲେ। ମହାନଦୀ ଉତ୍କଳର ଗଙ୍ଗା ସ୍ଵରୂପା । ତେଣୁ ଗଙ୍ଗା ତୀରବର୍ତ୍ତୀ ପୁରାଣପ୍ରସିଦ୍ଧ ବାରାଣାସୀର ସମକକ୍ଷ ହୋଇଥିବାରୁ ସେ ନିଜ ରାଜଧାନୀର ନାମ ଦେଇଥିଲେ ଅଭିନବ ବାରାଣସୀ କଟକ । ପରବର୍ତ୍ତୀ କାଳରେ ଏହା ବିଡା଼ନାସୀ କଟକ ଓ ଶେଷରେ କଟକ ନାମରେ ପରିଚିତ ହେଲା । ତାଙ୍କ ରାଜତ୍ଵକାଳରୁ ୧୯୪୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରାୟ ଆଠଶହ ବର୍ଷକାଳ କଟକ ଓଡ଼ିଶାର ରାଜଧାନୀ ରୂପେ ପ୍ରତିଷ୍ଠା ଲାଭ କରିଥିଲା ।
ଢୁମ୍ପା ସଙ୍ଗୀତ ଯେଉଁଦିନ ଢୁମ୍ପା ସଙ୍ଗୀତର ଆସର ଜମିବା ଠିକ ହୁଏ, ସେଦିନ ସକାଳେ ଆଠ ଦଶ ଜଣ ଯୁବକ ଆଠ ଦଶ ହାତ ଲମ୍ବର ଦଉଡ଼ା ଓ ଠେଙ୍ଗା ଧରି ଜଙ୍ଗଲକୁ ବାହାରି ଯାଆନ୍ତି । ଦିନସାରା ଜଙ୍ଗଲରେ ବୁଲି ଶାଖା ଓ ଗଣ୍ଠିହୀନ ଆଠଶହ ହାତର ମଇ କିମ୍ବା ଭେଣ୍ଡିଆ ମର୍ଦ୍ଦନ ଗଛଟିଏ ଯୋଗାଡ଼ କରାଯାଏ । ଗଛର ଯେଉଁଠାରୁ ଶାଖା ବାହାରିଥାଏ ସେଠାରୁ ଉପରକୁ ହାଣିଦିଆଯାଏ । ତା ପରେ ଗଛର ଛେଲିକୁ ଚାରିପଟୁ ଘେରିଘେରି କଟାଯାଏ । ଗଛର ମଞ୍ଜ ସେହିପରିଥାଏ । ଦଉଡ଼ାରେ ବାନ୍ଧି ଠେଙ୍ଗାଦ୍ୱାରା ଯୁବକମାନେ ଗଛର ଛେଲିକୁ ମୋଡ଼ନ୍ତି । ଏପରି ଭାବରେ ତଳୁ ଉପରକୁ ମୋଡ଼ି ଶେଷରେ ଗଛର ଛାଲିକୁ ହାତଦ୍ୱାରା ଦହିଖୁଆ ମନ୍ଥିଲା ପରି ମନ୍ଥିଲେ ଗଛରୁ ଖୋଳାପାଟି ଗଛର ମଞ୍ଜ ଗଣ୍ଠିରୁ ବାହାରି ଆସେ । ସଙ୍ଗେ ସଙ୍ଗେ ବଣର ବିଭିନ୍ନ ପତ୍ର ତାର ଖୋଳ ଭିତରେ ଭର୍ତ୍ତି କରାଯାଏ ।
ରଥ ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ଵକର୍ମା ଓ ତାଙ୍କର ସହଯୋଗୀଗଣ ରଥନିର୍ମାଣରେ ପ୍ରବୃତ୍ତ ହୋଇଥାନ୍ତି । ପ୍ରତ୍ୟେକ ରଥନିର୍ମାଣର ବିଶେଷ ବିଧି ରହି ଆସିଛି । ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଉଚ୍ଚତା ତେତିଶହାତ ପାଞ୍ଚ ଆଙ୍ଗୁଳି । ଏହି ରଥ ନିର୍ମାଣ ନିମିତ୍ତ ଆଠଶହ ବତିଶ ଖଣ୍ଡ କାଷ୍ଟ ଆବଶ୍ୟକ ହୋଇ ଥାଏ । ତଦନୁଯାୟୀ ବିଶ୍ଵକର୍ମା ନନ୍ଦିଘୋଷ ରଥର ବିଭିନ୍ନ ଆଂଶକୁ ଆଧାର କରି ଆଠଶହ ବତିଶଖଣ୍ଡ କାଷ୍ଠ ପ୍ରସ୍ତୁତ କରିଥାନ୍ତି । ଏହି ରଥର ଷୋହଳଗୋଟି ଚକ ନିର୍ମାଣ କରାଯାଏ ଏବଂ ପ୍ରତ୍ୟେକଟି ଚକର ବ୍ୟାସ ସାତଫୁଟ ରଖାଯାଏ । ପ୍ରତ୍ୟେକଟି ଚକରେ ଷୋହଳଟି ଲେଖାଏଁ ଅର ନିର୍ମାଣ ହୋଇ ସଂଯୁକ୍ତ ହୁଏ । ଅଖଦ୍ଵାରା ଚକଗୁଡ଼ିକୁ ସଂଯୋଗ କରାଯାଇ ତହିଁଉପରେ ପଟା ପକାଯ।ଏ । ରଥ ନିର୍ମାଣର ସୁବିଧା ଦୃଷ୍ଟିରୁ ଅପରାଜିତା ପୂଷ୍ପଂରେ ରଥର ବିଭିନ୍ନ ବିଭାଗ ନିର୍ଣ୍ଣୟ କରାଯାଇଛି । ସେହି ଚଉତିରିଶିଟି ବିଭାଗ ହେଉଛି ଚକ, ଦଣ୍ଡିଆ, ଅର, ବାଙ୍କି, ହ°ସପଟା, କଣି, ଶଙ୍ଖଦ୍ଵାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳନାହାକା, ମକରଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥୀ ପୀଢ଼, କୁମ୍ଭପଟି, ଆଠ ନାହାକା, ବାଙ୍କି, ପୀଢ଼, ଚାଷୀପଟା, ଦଣ୍ଡ।, ପାରାଭାଡ଼ି, ଖପୂରୀ, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଡି, ଦଣ୍ଡ, ଚକ୍ର ଓ କପିକେତନ । ବିଶ୍ଵକର୍ମ। ଓ ସେମାନଙ୍କ ସହଯୋଗୀଗଣ ଏହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କରିଥାନ୍ତି । ରଥ ଉପରେ ଯେଉଁ ଦେବପୀଠ ନିର୍ମାଣ କରାଯାଏ ତାହାକୁ କନକମଞ୍ଚା କୁହାଯାଏ । ଏହାର କ୍ଷେତ୍ରଫଳ ପଇଁତିରିଶି ବର୍ଗଫୁଟ ରଖାଯାଏ । ରଥର ଚକ ଗୁଡ଼ିକ ଲୁହ ସଦୃଶ ସୁଦୃଢ଼ ଏବଂ ଅର କଷ୍ଟ ତଥା ଆକ୍ଷ ଓ କୁବର ସୁଦୃଢ଼ ଭiବରେ ନିର୍ମାଣ କରି ବi ନିମିତ୍ତ ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି । ଅଧୂକନ୍ତୁ, ରଥର ଚତୁର୍ଦିଗରେ ବିଚିତ୍ର ଭାବଶାବଲ୍ୟ ଗଠିତ କାଷ୍ଠପୁତ୍ତଳିକା ସମୃହ ଓ ମଧ୍ୟଭାଗରେ ଦେବୀ ନିର୍ମାଣ ହେବା ବିଧେୟ ବୋଲି ଉଲ୍ଲେଖ ରହିଛି । ବିଶ୍ଵକର୍ମାଗଣ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଥା’ନ୍ତି । ବେଦୀ ଉପରେ ଯେଉଁ ଚନ୍ଦ୍ରାତାପ ଦିଆଯାଏ ତାହାର ନାମ କନକମୁଣ୍ଡାଇ । ରଥ ଶୀର୍ଷରେ ଦଧିନଉତି ସ୍ଥାପିତ ହୁଏ । ଏହାର ନାମ ହିରଣା ଗର୍ଭା ଦଧିନଉତିର ଦୁଇ ପାଖରେ ଦୁଇଟି ଓଲଟଶୁଆ ନିର୍ମିତ ହୋଇ ଖଞ୍ଜାଯାଏ ସେହି ଓଲଟଶୁଆ ଦୁଇଟିର ନାମ ଜୀବ ଓ ପରମ । ଦଧନଉତି ଉପରେ ତିନି ଗୋଟି କଳସ ସ୍ଥାପନ କରାଯାଏ`। ସେହି କଳସ ତିନିଗୋଟିର ନାମ ନଭ, ଦେବ୍ୟାମ ଓ ଆକାଶ । କଳସ ଉପରେ ସୁଦର୍ଶନ ଚକ୍ର ସ୍ଥାପନ ଉପରେ ଟ୍ରିଲୋକ୍ୟମୋହିନୀ ନେତ ବନ୍ଧାଯାଏ । ରଥର ଚାରିଦ୍ଵାରରେ ଚାରିଗୋଟି ନାନାପ୍ରକାର କାରୁକାର୍ଯ୍ୟରେ ବିଭୂଷିତ ଓ ହେମପଟ୍ଟ ବିମଣ୍ଡିତ ହୋଇଥାଏ । ଏହାକୁ ବାଇଶି ହାତ ଉଚ୍ଚତା ବିଶିଷ୍ଟ କରାଯ।ଇ ପତାକାମାଳାରେ ଅଳଙ୍କୃତ କରାଯାଏ ତଥା ରକ୍ତ ଚନ୍ଦନ କାଷ୍ଠ ନିର୍ମିତ ଗରୁଡ଼ଧ୍ବଜ ଚିହ୍ନରେ ଚିହ୍ନିତ କରାଯାଏ । ଏହି ଗରୁଡ଼ଙ୍କର ଶରୀର ସ୍ଥୁଳ, ନାସିକା ଦୀର୍ଘ, କର୍ଣ୍ଣ ଦ୍ଵୟ କୁଣ୍ଡଳ ବିଭୂଷିତ ତଥା ସର୍ବାଙ୍ଗ ଅଳଙ୍କାରାବୃତ୍ତ ହୋଇଥାଏ ଏବଂ ସେ ଚଞ୍ଚୁପୁଟରେ ସର୍ପ ଧରିଥା’ନ୍ତି ।
ଓଡ଼ିଶାର ଦୋଳଯାତ୍ରା ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ଵ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ଵାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ। ଦ୍ଵାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ। ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।